Posted inଖେଳ

ଡବ୍ଲୁଟିସି ଫାଇନାଲ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲ ଜୁନ୍‌ ୭ରୁ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲରେ ଅନୁଷ୍ଠିତ ହେବ। ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣ ଫାଇନାଲରେ ଭାରତ ପ୍ରତିପକ୍ଷ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା। କ୍ରମାଗତ ଦ୍ୱିତୀୟଥର ଫାଇନାଲ ଖେଳିବାକୁ ଯାଉଥିବାରୁ ଦଳୀୟ ସନ୍ତୁଳନ ରକ୍ଷା କରିବା ଟିମ୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ଚ୍ୟାଲେଞ୍ଜ ସଦୃଶ ହେବ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ନିକଟରେ ଶେଷ ହୋଇଛି। ପୂର୍ବାନୁମାନ ଅନୁସାରେ ଭାରତ ୨-୧ରେ ସିରିଜ ଜିତି ବର୍ଡର-ଗାଭାସ୍କର ଟ୍ରଫି ହାସଲ କରିଛି। ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ସାଇକେଲ (ଚକ୍ର)ରେ ପ୍ରଦର୍ଶନ ଭିତ୍ତିରେ ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛନ୍ତି। ତେଣୁ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ମୁକାବିଲା ଦେଖିବାକୁ ପାଇବେ କ୍ରିକେଟ ପ୍ରଶଂସକ। ଜୁନ୍‌ ୭ରୁ ୧୧ ପର୍ଯ୍ୟନ୍ତ ଫାଇନାଲ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।
ଗତ ସିରିଜରେ ଅଷ୍ଟ୍ରେଲିଆ ଦଳରେ ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, କାମେରନ ଗ୍ରୀନ୍‌ ଓ ଡେଭିଡ୍‌ ଓ୍ବାର୍ନର ଅଧିକାଂଶ ଭାଗରେ ଖେଳିପାରି ନ ଥିଲେ। ଜୋଶ୍‌ ହାଜେଲଉଡ୍‌ ଆଦୌ ଖେଳି ନ ଥିଲେ। ଭାରତୀୟ ପରିବେଶ ଏବଂ ଇଂଲଣ୍ଡ ପରିବେଶ ମଧ୍ୟରେ ଅନେକ ପ୍ରଭେଦ ରହିବ। ଓଭାଲର ପେସ୍‌ ଫ୍ରେଣ୍ଡ୍‌ଲୀ ପିଚ୍‌ରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କୁ ମୁକାବିଲା କରିବା ଭାରତ ପାଇଁ କଡ଼ା ପରୀକ୍ଷା ସଦୃଶ ହେବ। ସେଠାରେ ଭାରତ କେବେହେଲେ ୩ ସ୍ପିନରଙ୍କୁ ନେଇ ଖେଳିପାରିବ ନାହିଁ। ତେବେ ୨ ସ୍ପିନରଙ୍କୁ ନେଇ ଖେଳିବା ଗମ୍ଭୀରତାର ସହ ବିଚାର କରାଯାଇପାରେ। ୨୦୨୧ରେ ସାଉଥାମ୍ପଟନ୍‌ରେ ଅନୁଷ୍ଠିତ ଫାଇନାଲରେ ଭାରତ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ୩-୨ (୩ ପେସ୍‌-୨ ସ୍ପିନ୍‌) ଫର୍ମାଟରେ ଖେଳିଥିଲା। ମାତ୍ର ତାହା ବିଶେଷ କାମ ଦେଇ ନ ଥିଲା। ଅଶ୍ୱିନ ସବୁଠାରୁ ଭଲ ବୋଲିଂ କରିଥିଲେ, ମାତ୍ର ଜାଡେଜା ଫଳପ୍ରଦ ହୋଇ ନ ଥିଲେ। ଓଭରକାଷ୍ଟ ସିମିଂ କଣ୍ଡିଶନରେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଥିଲା। ସେଠାରେ ନ୍ୟୁଜିଲାଣ୍ଡ ୪ ସ୍ପେଶାଲିଷ୍ଟ ଫାଷ୍ଟ ବୋଲର ଏବଂ କଲିନ ଡି ଗ୍ରାଣ୍ଡହୋମ୍‌ଙ୍କ ରୂପରେ ଜଣେ ମିଡିୟମ ପେସରଙ୍କୁ ଖେଳାଇ ଫାଇଦାରେ ରହିଥିଲା। ସେହି ତୁଳନାରେ ଦେଖିବାକୁ ଗଲେ ଭାରତ କେବଳ ୩ ଜଣ ପେସ୍‌ ବୋଲରଙ୍କୁ ନେଇ ଖେଳିଥିଲା। ଏହାପରେ ଇଂଲଣ୍ଡ ମାଟିରେ ଭାରତ ୫ ଟେଷ୍ଟ ଖେଳିଥିଲେ ହେଁ କେବେ ୩-୨ ଫର୍ମାଟ୍‌ରେ ଖେଳି ନ ଥିଲା। ୪-୧ ଭିତ୍ତିରେ କେବଳ ଜଣେ ସ୍ପିନର ଜାଡେଜାଙ୍କୁ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା। ଅଶ୍ୱିନଙ୍କ ଅପେକ୍ଷା ଜାଡେଜା ଭଲ ବ୍ୟାଟର ହୋଇଥିବାରୁ ପ୍ରଥମ ପସନ୍ଦ ହୋଇଥିଲେ। ଭାରତ ସିରିଜକୁ ୨-୨ରେ ଡ୍ର ରଖିଥିବାରୁ ଆଗାମୀ ମ୍ୟାଚ୍‌ରେ ମଧ୍ୟ ୪-୧ ଫର୍ମାଟରେ ଖେଳିବାକୁ ପସନ୍ଦ କରିବା ଆଶା କରାଯାଉଛି। କାରଣ ଜୁନ୍‌ରେ ଓଭାଲ ପିଚ୍‌ ସ୍ପିନ୍‌ ଫ୍ରେଣ୍ଡ୍‌ଲୀ ହେବା ସମ୍ଭାବନା ନାହିଁ।
ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ମୁଖ୍ୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଫାଇନାଲ ଖେଳିପାରିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଭାରତ ୪ ଦ୍ରୁତ ବୋଲରଙ୍କୁ ଚୟନ କରିବା ନିଶ୍ଚିତ କଷ୍ଟକର ହେବ। ଏ କ୍ଷେତ୍ରରେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ପ୍ରଥମ ପସନ୍ଦ ନୂଆ ବଲ ପାର୍ଟନର ହୋଇପାରନ୍ତି। ଉମେଶ ଯାଦବ, ଶାର୍ଦ୍ଦୂଳ ଠାକୁର ଓ ଜୟଦେବ ଉନାଡକଟ୍‌ଙ୍କ ମଧ୍ୟରୁ ଅନ୍ୟ ୨ ସ୍ଥାନ ପୂରଣ କରାଯାଇପାରେ। ୨୦୧୮ରେ ଶେଷଥର ପାଇଁ ଟେଷ୍ଟ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୪ର୍ଥ ସିମରର ଭୂମିକା ତୁଲାଇପାରନ୍ତି। ଗତ ଭାରତ-ଅଷ୍ଟ୍ରେଲିଆ ସିରିଜରେ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବାରୁ ଦ୍ରୁତ ବୋଲରମାନେ ଅଧିକ ସମୟ ବୋଲିଂ ସୁଯୋଗ ପାଇନାହାନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲ ପୂର୍ବରୁ ଭାରତୀୟ ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳିବାରେ ବ୍ୟସ୍ତ ରହିବେ। ତେଣୁ ବୋଲରମାନେ ଲମ୍ବା ସ୍ପେଲ୍‌ ବୋଲିଂ ପାଇଁ ସୁଯୋଗ ପାଇବେ ନାହିଁ। ଏ କ୍ଷେତ୍ରରେ ୪ ଦ୍ରୁତ ବୋଲରଙ୍କ ଅପେକ୍ଷା ଭାରତ ୩-୨ ଫର୍ମାଟରେ ଉଭୟ ଅଶ୍ୱିନ ଓ ଜାଡେଜାଙ୍କ ଉପରେ ଭରସା କରି ପଡ଼ିଆକୁ ଓହ୍ଲାଇପାରେ।
ଶ୍ରୀକର ଭରତ ଗତ ସିରିଜରେ ଆଶାନୁରୂପ ବ୍ୟାଟିଂ କରିପାରି ନ ଥିଲେ। ଉଇକେଟ୍‌ କିପିଂ ମଧ୍ୟ ସେପରି ପ୍ରଭାବୀ ରହି ନ ଥିଲା। ରିଷଭ ପନ୍ତ ସୁସ୍ଥ ନ ଥିବାରୁ ଡବ୍ଲୁଟିସି ଫାଇନାଲରେ ଭାରତ ଭରତଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ନା ଅନ୍ୟ କିଛି ବିକଳ୍ପ ଚିନ୍ତା କରିବ ତାହା ଉପରେ ମଧ୍ୟ ନଜର ରହିବ। ଗତ ସିରିଜରେ ଶୁବମନ ଗିଲ୍‌ ସୁଯୋଗର ସଦ୍‌ବ୍ୟବହାର କରି ଶତକ ହାସଲ କରିଥିଲେ। ତେଣୁ ଆଗାମୀ ମ୍ୟାଚ୍‌ ପାଇଁ ସେ ଭାରତର ଓପ୍‌ନିଂ ସ୍ଲଟ୍‌ ଲାଗି ପ୍ରବଳ ଦାବିଦାର ରହିବେ।
ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ମେ’ ବିଳମ୍ବ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍‌ ଭାରତୀୟ ଖେଳାଳିମାନେ ଟି୨୦ ଫର୍ମାଟ୍‌ରୁ ବାହାରି ହଠାତ୍‌ ଡବ୍ଲ୍ୟୁଟିସି ଫାଇନାଲ ଖେଳିବେ। ଏ କ୍ଷେତ୍ରରେ ଅଷ୍ଟ୍ରେଲିଆ ଖେଳାଳିମାନେ ଫାଇଦାରେ ରହିବେ। ମାର୍ନସ ଲାବୁସେନ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସମେତ କେତେକ ଦଳର ଖେଳାଳି କାଉଣ୍ଟି କ୍ରିକେଟ ଖେଳିବା ସୁଯୋଗ ପାଇବେ। ଅନ୍ୟ କେତେକ ଖେଳାଳି ଅଷ୍ଟ୍ରେଲିଆ ‘ଏ’ ଦଳରେ ସାମିଲ ହୋଇ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଡବ୍ଲୁଟିସି ଫାଇନାଲ ପାଇଁ ଅଷ୍ଟ୍ରେଲିଆ ଦଳରେ ୯ ଖେଳାଳିଙ୍କ ସ୍ଥାନ ପ୍ରାୟ ଚୂଡ଼ାନ୍ତ ହୋଇଛି। ଅନ୍ୟ ୨ ସ୍ଥାନ କେଉଁ ଖେଳାଳି ନେବେ ତା’ ଉପରେ ନଜର ରହିବ। କହୁଣିରେ ଆଘାତ ଯୋଗୁ କ୍ରିକେଟରୁ ଦୂରେଇ ରହିଥିବା ଓପ୍‌ନର ଡେଭିଡ ଓ୍ବାର୍ନର ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ଜର୍ସିରେ ନଜରକୁ ଆସିବେ। ତେବେ ସେ ଟେଷ୍ଟ ଦଳକୁ ଫେରୁଛନ୍ତି କି ନା ତାହା ଦେଖିବାର ଅଛି। ଇଂଲଣ୍ଡରେ ତାଙ୍କ ରେକର୍ଡ ସେତେ ଭଲ ନୁହେଁ। ସେଠାରେ ସେ ୧୩ଟି ଟେଷ୍ଟ ଖେଳିଥିବାବେଳେ ମାତ୍ର ୨୬.୦୪ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ଗୋଟିଏ ହେଲେ ଶତକ ହାସଲ କରିପାରିନାହାନ୍ତି। ଏହା ତାଙ୍କୁ ବ୍ୟାକ୍‌ଫୁଟ୍‌ରେ ରଖିବ ନିଶ୍ଚିତ। କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡ ଅନ୍ତିମ ନିଷ୍ପତ୍ତି ନେବେ। ଆଗାମୀ ସିଜନରେ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ହେବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
କୁମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ପରେ ଅଷ୍ଟ୍ରେଲିଆ ଦଳର ତୃତୀୟ ପେସର ଭାବେ କିଏ ସ୍ଥାନ ପାଇବ ତା’ ଉପରେ ମଧ୍ୟ ନଜର ରହିବ। ଏ କ୍ଷେତ୍ରରେ ୨ ଜଣଙ୍କ ନାଁ ସାମ୍ନାକୁ ଆସୁଛି। ସେମାନେ ହେଲେ ଜୋଶ୍‌ ହାଜେଲଉଡ୍‌ ଓ ସ୍କଟ୍‌ ବୋଲାଣ୍ଡ। ହାଜେଲଉଡ୍‌ ନିଶ୍ଚିତ ପ୍ରଥମ ପସନ୍ଦ, ମାତ୍ର ଆହତ ସମସ୍ୟା ତାଙ୍କୁ ଅନେକ ସମୟରେ ପଡ଼ିଆ ବାହାରେ ରଖୁଛି। ତେଣୁ ବୋଲାଣ୍ଡଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ଜୁନ୍‌ ପ୍ରଥମ ସପ୍ତାହରେ କେଉଁ ଦ୍ରୁତ ବୋଲର ଫଳପ୍ରଦ ହୋଇପାରିବେ ତା’ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଷ୍ଟାର୍କଙ୍କ ରେକର୍ଡକୁ ମଧ୍ୟ ବିଚାରକୁ ନିଆଯିବ। ଡବ୍ଲୁଟିସି ଫାଇନାଲ ପାଇଁ ପ୍ରତି ଦଳ ମାତ୍ର ୧୫ ଜଣ ଲେଖାଏ ଖେଳାଳିଙ୍କୁ ଚୟନ କରିପାରିବେ। ତେଣୁ ତାରକା ସ୍ପିନର ନାଥନ ଲିୟନଙ୍କ ବ୍ୟାକ୍‌ଅପ୍‌ ସ୍ପିନରଭାବେ ଟଡ୍‌ ମର୍ଫିଙ୍କୁ ନିଆଯିବା ସମ୍ଭାବନା ରହିଛି। ଅଷ୍ଟ୍ରେଲିଆର ସମ୍ଭାବ୍ୟ ୧୫ ଜଣିଆ ଦଳ ଏପରି ହୋଇପାରେ-ଡେଭିଡ ଓ୍ବାର୍ନର, ଉସ୍‌ମାନ ଖ୍ବାଜା, ମାର୍ନସ ଲାବୁସେନ, ଷ୍ଟିଭ୍‌ ସ୍ମିଥ, ଟ୍ରାଭିସ ହେଡ୍‌, କାମେରନ ଗ୍ରୀନ୍‌, ଆଲେକ୍ସ କାରେ (ଉଇକେଟ୍‌କିପର), ପ୍ୟାଟ୍‌ କୁମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲିୟନ, ଜୋଶ୍‌ ହାଜେଲଉଡ୍‌, ସ୍କଟ୍‌ ବୋଲାଣ୍ଡ, ଟଡ୍‌ ମର୍ଫି, ପିଟର ହ୍ୟାଣ୍ଡ୍ସକମ୍ବ ଏବଂ ମିଚେଲ ନେସେର/ଲାନ୍ସ ମୋରିସ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri