Posted inଖେଳ

ଡବ୍ଲୁଟିସି ଫାଇନାଲ: ଟିମ୍‌ ଇଣ୍ଡିଆ ପାଇଁ ଭାରି ପଡିପାରନ୍ତି କଙ୍ଗାରୁ ଟିମ୍‌ର ଏହି ଖେଳାଳି

ନୂଆଦିଲ୍ଲୀ,୨।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଜୁନ୍‌ ୭ରୁ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ତେବେ ମଇଦାନରେ ଦ୍ରୁତ ବୋଲର୍‌ଙ୍କ ଦ୍ୱାରା ଭଲ ରନ୍‌ କରିହେବ ବୋଲି ଆଶା ତ କରାଯାଇଛି। କିନ୍ତୁ ଯଦି ଉଇକେଟ୍‌ର ମିଜାଜ ବଦଳିଯାଏ, ତେବେ ମ୍ୟାଚରେ ସ୍ପିନରମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ଯଦି ଏପରି ହୁଏ ତେବେ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଟିମ୍‌ର ଏହି ଖେଳାଳି ଟିମ୍‌ ଇଣ୍ଡିଆ ପାଇଁ ଭାରି ପଡିପାରନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ବିଷୟରେ ଯଦି କୁହାଯାଏ, ଫାଇନାଲ ମ୍ୟାଚ ପୂର୍ବରୁ ଖେଳାଯାଇଥିବା ସମସ୍ତ ଟେଷ୍ଟ ମ୍ୟାଚରେ ନାଥନ ଲିୟନ ସର୍ବାଧିକ ଉଇକେଟ ନେଇ ଦମଦାର ପ୍ରଦର୍ଶନ କରିଛନ୍ତି। ୩୫ ବର୍ଷିୟ ସ୍ପିନର୍‌ ଲିୟନ ଫାଇନାଲ ମ୍ୟାଚ ପୂର୍ବରୁ ଏଥର ସଂସ୍କରଣରେ ସର୍ବାଧିକ ୮୩ଟି ଉଇକେଟ୍‌ ନେଇଛନ୍ତି। ତେବେ ଲିୟନ ଟିମ୍‌ ଇଣ୍ଡିଆ ଉପରେ ଭାରି ପଡିପାରନ୍ତି ବୋଲି କୁହାଯାଉଛି। କାରଣ ପୂର୍ବ ଟେଷ୍ଟ ମ୍ୟାଚରେ ତାଙ୍କର ରେକର୍ଡ ବହୁତ ପ୍ରଭାବଶାଳୀ ରହିଥିଲା।

ସେହିପରି କି କାଗିସୋ ରାବଡା ୬୭ ଉଇକେଟ୍‌ ନେଇ କଙ୍ଗାରୁ ଟିମ୍‌ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆର. ଅଶ୍ୱିନ ତିନି ନମ୍ବର ସ୍ଥାନରେ ଅଛନ୍ତି ଯିଏ ମୋଟ ୬୧ ଉଇକେଟ ନେଇଛନ୍ତି।

ତେବେ ଡବ୍ଲୁଟିସି ୨୦୨୧-୨୩ରେ ସର୍ବାଧିକ ଉଇକେଟ୍‌ ନେଇଥିବା ଖେଳାଳୀଙ୍କ ନାମ ଏଠାରେ କହି ରଖୁଛୁ।
୮୩ ଉଇକେଟ୍‌ – ନାଥାନ ଲିୟନ
୬୭ ଉଇକେଟ୍‌ – କାଗିସୋ ରାବଡା
୬୧ ଉଇକେଟ୍‌ – ଆର. ଅଶ୍ୱିନ
୫୮ ଉଇକେଟ – ଜେମ୍ସ ଏଣ୍ଡରସନ
୫୩ ଉଇକେଟ୍‌ – ପ୍ୟାଟ କମିଂସ
୫୩ ଉଇକେଟ୍‌ – ଓଲି ରବିନ୍ସନ

ସ୍ବିନର୍‌ ଲିୟନ ଭାରତ ବିପକ୍ଷରେ ଏପର୍ଯ୍ୟନ୍ତ ମୋଟ ୨୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୧୧୬ଟି ଉଇକେଟ୍‌ ନେଇଛନ୍ତି। ତେବେ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚରେ ସେ ୨୮୬ ରନ୍‌ରେ ୧୨ଉଇକେଟ୍‌ ନେଇଛନ୍ତି। ତେବେ ଭାରତ ବିପକ୍ଷରେ ୯ଥର ଖେଳି ୫ଟି ଉଇକେଟ୍‌ ନେଇଥିବାବେଳେ ୨ଥର ଗୋଟିଏ ମ୍ୟାଚରେ ୧୦ଟି ଉଇକେଟ୍‌ ନେଇ ନିଜର ଜଲଓ୍ବା ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri