ଭୋଗ ହେଉ ନ ଥିବାରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଦେବଗଡ଼,୮।୧୦, (ଡି ଏନ ଏ): ସାରା ବିଶ୍ୱର ଆରାଧ୍ୟ ପ୍ରତିଟି ଜନ ସାଧାରଣଙ୍କ ଭାବାବେଗ ସହ ଜଡିତ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ତାଲା ପଡିବା ସହ ଭୋଗ ନ ଲାଗିବାକୁ ନେଇ ଶୁକ୍ରବାର ଜଗନ୍ନାଥପ୍ରେମୀ ମହଲରେ ଉଦବେଗ ପ୍ରକାଶ ପାଇଛି। ୧୭୦୦ ମସିହାରେ ତତ୍କାଳୀନ ରାଜା ପ୍ରତାପ ରୁଦ୍ର ଦେବଙ୍କ ଦ୍ୱାରା ପୁରୁଣାଗଡ଼ ଠାରେ ୨ ଏକର ୧ ଡ଼ିସିମିଲ ପରିମିତ ଜମିରେ ଜଗନ୍ନାଥ ମନ୍ଦିର ସ୍ଥାପନା କରାଯାଇ ଥିବା ବେଳେ ମନ୍ଦିର ପରିଚାଳନା ଉଦେଶ୍ୟରେ ମନ୍ଦିର ସମେତ ପ୍ରାୟ ୧୮୩ ଏକର ଚାଷ ଜମି ପ୍ରଦାନ କରିଥିଲେ। ଜମି ଦେବଗଡ଼ ପୌରାଞ୍ଚଳ ଓ ଆଖପାଖ ଗ୍ରାମରେ ରହିଥିବା ବେଳେ ଦେବଗଡ଼ ଗଙ୍ଗ ବଂଶୀ ରାଜ ପରିବାର ମନ୍ଦିର ପରିଚାଳନା କରି ଆସୁଥିଲେ। ତେବେ ଗତ କିଛି ବର୍ଷ ଧରି ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି କେତେକ ଅସାଧୁ ବ୍ୟକ୍ତି ଜଗନ୍ନାଥଙ୍କ ନାମରେ ଥିବା ଜମିକୁ ନିଜ ନାମରେ ରେକର୍ଡ କରି ନେଇଥିବା ବେଳେ ଗତ ୨୦୧୭ – ୧୮ ମସିହାରେ ପୁରୁଣାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ସମେତ ପ୍ରାୟ ୮୭ ଏକର ଚାଷ ଜମିକୁ ସରକାରୀ ଖାତାକୁ ଚାଲି ଆସିଥିଲା । ତେବେ ପରିଚାଳନା ଦାଇତ୍ୱ ରାଜପରିବାର ହାତରେ ଥିବାରୁ ମନ୍ଦିର ସେବାୟତ ଶ୍ରୀ ଜଗନ୍ନାଥଙ୍କଭୁ ସଂମ୍ପତିକୁ ଉପଭୋଗ କରି ଆସୁଥିଲେ । ତେବେ ମନ୍ଦିରରେ ନିୟୋଜିତ କେତେକ ସେବାୟତଙ୍କ କାମରେ ରାଣୀ ତଥା ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧଧତି ଦେବୀ ଅସନ୍ତୋଷ ପ୍ରକାଶ କରିବାରୁ ସେମାନେ ମନ୍ଦିର କାର୍ଯ୍ୟରୁ ନିଜକୁ ଦୁରେଇବା ଆରମ୍ଭ କରିଥିଲେ । ତେବେ ଆଉ କେତେକ ସେବକ ରାଣୀଙ୍କ ଆଦେଶ ମୁତାବକ ମନ୍ଦିରରେ ତାଲା ପକାଇଥିବା ନେଇ ସହରରେ ଆଲୋଚନା ପରେ ପୂର୍ବତନ ବିଜେଡି ଜିଲା ସଭାପତି ସୁଧୀର କୁମାର କପର୍ଦାରଙ୍କ ଆବାହକତ୍ୱ ଏବଂ ବରିଷ୍ଠ ଇଂ ଅଜୟ କୁମାର ବେହେରାଙ୍କ ଅଧକ୍ଷତା ଓ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଗୋପାଳଜି ମନ୍ଦିର ପରିସରରେ ଥିବା ସେଣ୍ଟର ଫର କଲଚର ଠାରେ ଜଗନ୍ନାଥ ପ୍ରେମୀଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତି ଅନୁଯାଇ ଉପସ୍ଥିତ ସମସ୍ତ ଜଗନ୍ନାଥ ପ୍ରେମୀ ବୈଠକ ସ୍ଥଳରୁ ସିଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜଗନ୍ନାଥ ମନ୍ଦିର ପରିଚାଳନାରେ ଦେଖା ଦେଇଥିବା ଗୁରୁତର ବିଭ୍ରାଟ ସମ୍ପର୍କରେ ଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦେବଗଡ଼ ଥାନାକୁ ଆସି ଦୁର୍ବୁତ୍ତଙ୍କ ଦ୍ୱାରା ମନ୍ଦିରରେ ତାଲା ପକା ଯାଇଥିବାରୁ ପୋଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ପ୍ରଦାନ କରିଥିଲେ । ଏଥିସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭକ୍ତଙ୍କ ଭାବାବେଗ କୁ କୁଠାରଘାତ କରିଥିବା ବ୍ୟକ୍ତି ବିଶେଷ ବିରୁଦ୍ଧରେ ଜଗନ୍ନାଥ ପ୍ରେମୀ ଆଇନ ହାତକୁ ନେବେ ବୋଲି ଚେତାବନି ଦେବା ସହ ଉପସ୍ଥିତ ଜଗନ୍ନାଥ ପ୍ରେମୀ ମନ୍ଦିରକୁ ଆସି ତାଲା ଭାଙ୍ଗି ମନ୍ଦିର ଖୋଲିବା ସହ ସର୍ବ ସାଧାରଣଙ୍କ ସହଯୋଗ ରେ ମନ୍ଦିର ନୀତିକାନ୍ତି କରିବାକୁ ଶପଥ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri