ଭୋଗ ହେଉ ନ ଥିବାରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଦେବଗଡ଼,୮।୧୦, (ଡି ଏନ ଏ): ସାରା ବିଶ୍ୱର ଆରାଧ୍ୟ ପ୍ରତିଟି ଜନ ସାଧାରଣଙ୍କ ଭାବାବେଗ ସହ ଜଡିତ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ତାଲା ପଡିବା ସହ ଭୋଗ ନ ଲାଗିବାକୁ ନେଇ ଶୁକ୍ରବାର ଜଗନ୍ନାଥପ୍ରେମୀ ମହଲରେ ଉଦବେଗ ପ୍ରକାଶ ପାଇଛି। ୧୭୦୦ ମସିହାରେ ତତ୍କାଳୀନ ରାଜା ପ୍ରତାପ ରୁଦ୍ର ଦେବଙ୍କ ଦ୍ୱାରା ପୁରୁଣାଗଡ଼ ଠାରେ ୨ ଏକର ୧ ଡ଼ିସିମିଲ ପରିମିତ ଜମିରେ ଜଗନ୍ନାଥ ମନ୍ଦିର ସ୍ଥାପନା କରାଯାଇ ଥିବା ବେଳେ ମନ୍ଦିର ପରିଚାଳନା ଉଦେଶ୍ୟରେ ମନ୍ଦିର ସମେତ ପ୍ରାୟ ୧୮୩ ଏକର ଚାଷ ଜମି ପ୍ରଦାନ କରିଥିଲେ। ଜମି ଦେବଗଡ଼ ପୌରାଞ୍ଚଳ ଓ ଆଖପାଖ ଗ୍ରାମରେ ରହିଥିବା ବେଳେ ଦେବଗଡ଼ ଗଙ୍ଗ ବଂଶୀ ରାଜ ପରିବାର ମନ୍ଦିର ପରିଚାଳନା କରି ଆସୁଥିଲେ। ତେବେ ଗତ କିଛି ବର୍ଷ ଧରି ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି କେତେକ ଅସାଧୁ ବ୍ୟକ୍ତି ଜଗନ୍ନାଥଙ୍କ ନାମରେ ଥିବା ଜମିକୁ ନିଜ ନାମରେ ରେକର୍ଡ କରି ନେଇଥିବା ବେଳେ ଗତ ୨୦୧୭ – ୧୮ ମସିହାରେ ପୁରୁଣାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ସମେତ ପ୍ରାୟ ୮୭ ଏକର ଚାଷ ଜମିକୁ ସରକାରୀ ଖାତାକୁ ଚାଲି ଆସିଥିଲା । ତେବେ ପରିଚାଳନା ଦାଇତ୍ୱ ରାଜପରିବାର ହାତରେ ଥିବାରୁ ମନ୍ଦିର ସେବାୟତ ଶ୍ରୀ ଜଗନ୍ନାଥଙ୍କଭୁ ସଂମ୍ପତିକୁ ଉପଭୋଗ କରି ଆସୁଥିଲେ । ତେବେ ମନ୍ଦିରରେ ନିୟୋଜିତ କେତେକ ସେବାୟତଙ୍କ କାମରେ ରାଣୀ ତଥା ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧଧତି ଦେବୀ ଅସନ୍ତୋଷ ପ୍ରକାଶ କରିବାରୁ ସେମାନେ ମନ୍ଦିର କାର୍ଯ୍ୟରୁ ନିଜକୁ ଦୁରେଇବା ଆରମ୍ଭ କରିଥିଲେ । ତେବେ ଆଉ କେତେକ ସେବକ ରାଣୀଙ୍କ ଆଦେଶ ମୁତାବକ ମନ୍ଦିରରେ ତାଲା ପକାଇଥିବା ନେଇ ସହରରେ ଆଲୋଚନା ପରେ ପୂର୍ବତନ ବିଜେଡି ଜିଲା ସଭାପତି ସୁଧୀର କୁମାର କପର୍ଦାରଙ୍କ ଆବାହକତ୍ୱ ଏବଂ ବରିଷ୍ଠ ଇଂ ଅଜୟ କୁମାର ବେହେରାଙ୍କ ଅଧକ୍ଷତା ଓ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଗୋପାଳଜି ମନ୍ଦିର ପରିସରରେ ଥିବା ସେଣ୍ଟର ଫର କଲଚର ଠାରେ ଜଗନ୍ନାଥ ପ୍ରେମୀଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତି ଅନୁଯାଇ ଉପସ୍ଥିତ ସମସ୍ତ ଜଗନ୍ନାଥ ପ୍ରେମୀ ବୈଠକ ସ୍ଥଳରୁ ସିଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜଗନ୍ନାଥ ମନ୍ଦିର ପରିଚାଳନାରେ ଦେଖା ଦେଇଥିବା ଗୁରୁତର ବିଭ୍ରାଟ ସମ୍ପର୍କରେ ଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦେବଗଡ଼ ଥାନାକୁ ଆସି ଦୁର୍ବୁତ୍ତଙ୍କ ଦ୍ୱାରା ମନ୍ଦିରରେ ତାଲା ପକା ଯାଇଥିବାରୁ ପୋଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ପ୍ରଦାନ କରିଥିଲେ । ଏଥିସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭକ୍ତଙ୍କ ଭାବାବେଗ କୁ କୁଠାରଘାତ କରିଥିବା ବ୍ୟକ୍ତି ବିଶେଷ ବିରୁଦ୍ଧରେ ଜଗନ୍ନାଥ ପ୍ରେମୀ ଆଇନ ହାତକୁ ନେବେ ବୋଲି ଚେତାବନି ଦେବା ସହ ଉପସ୍ଥିତ ଜଗନ୍ନାଥ ପ୍ରେମୀ ମନ୍ଦିରକୁ ଆସି ତାଲା ଭାଙ୍ଗି ମନ୍ଦିର ଖୋଲିବା ସହ ସର୍ବ ସାଧାରଣଙ୍କ ସହଯୋଗ ରେ ମନ୍ଦିର ନୀତିକାନ୍ତି କରିବାକୁ ଶପଥ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri