ଏ ବେଳ ତ କମ୍ପୁଟରର। ମୋବାଇଲ ତ ଜୀବନ ଧାରା ବଦଳାଇଦେଲାଣି। ସୁଇଚ୍ ଟିପିଦେଲେ ଆଖି ଆଗରେ ନାଚି ଉଠୁଛି ବହୁତ କିଛି। କାଲିକଥା ଆଜି କି ନାହିଁ। କାଲିକି ଯେ ଥିବ ତା’ ବି ଅନିଶ୍ଚିତ!
ମୋବାଇଲରେ ହ୍ବାଟ୍ସଆପ, ମେସେଜ ବ୍ୟବସ୍ଥା ପରଠାରୁ ଟେଲିଗ୍ରାମରେ ଖବର ବନ୍ଦ ହେଲା। ଟେଲିଗ୍ରାମ ବି ଦେଶରୁ ଉଠିଗଲା। ଚିଠିର ଆଦାନ ପ୍ରଦାନ ଉଭେଇଗଲା। ପଢ଼ିବାକୁ ବା କାହା ପାଖରେ ସମୟ ଅଛି। ଲେଖକ ତା’ ମନ ଖୁସି କରିବାକୁ କ’ଣ ଦି’ ଧାଡି ଆଙ୍କୁଚି। ପାଠକ ପଢୁନି ନୁହେଁ, ପଢୁଛି ସତ ହେଲେ ଖାଦ୍ୟରେ ଚଟଣି ପରି। ସୁଆଦ ଲାଗିଲେ ସବୁତକ ପାଇ ଯାଉଛି। ନଚେତ୍ ଚାଖିଲା ପରେ ଆଉ ଛୁଉଁନି। ରମ୍ୟରଚନା, ପ୍ରବନ୍ଧ, ଗୀତ ଓ କବିତା ତା’ ପୁଣି ପଢ଼ିବା ନିର୍ଭର କରେ ପାଠକର ବ୍ୟକ୍ତିଗତ ଆଗ୍ରହ ଉପରେ। ଆଧୁନିକ କବିତାର ଅର୍ଥ ଜାଣିବାକୁ ବା ଉଦ୍ଦେଶ୍ୟ ବୁଝିବାକୁ ଏତେ ପ୍ରୟାସ କରିବାକୁ ତା’ର ମନ କୁହେନି। ଲେଖକ ବା କବି ନିଜର ଯଥୋଚିତ ଜ୍ଞାନକୁ ଯଦିଓ ପରଷି ଦେଇଥାନ୍ତି ତାଙ୍କ ଲେଖନୀ ମୁନରେ, ହେଲେ ଏତେ ଗଭୀରତାକୁ ସ୍ପର୍ଶ କରିବାକୁ ସମୟ ତ ଥିଲେ ହେଲା। ନ ହେଲେ ଲେଖା ଫାଳେରୁ ମାତ୍ର ଦୁଇ ଚାରି ଧାଡ଼ି ପଢ଼ିବା ପରେ ଆଖିକୁ ବିରାମ। ପାଠକଙ୍କ ଉଦ୍ଦେଶ୍ୟରେ ତ ରଚନା।
ଯଦି ତାହା ପାଠକଙ୍କର ମନରୁଚି ନ ହୁଏ, ଲେଖା ଯେତେ ଉନ୍ନତ, ଭାଷାଯୁକ୍ତ, ଭାବପୂର୍ଣ୍ଣ ହେଲେ ବି ଶେଷ ଧାଡ଼ି କେବେ ମଧ୍ୟ ଆଖିର ସ୍ପର୍ଶତା ପାଏନି। ଏତଦ୍ବ୍ୟତୀତ ଯଦି କାହା ଥାଳିରେ ସ୍ବାଦିଷ୍ଟ ବ୍ୟଞ୍ଜନମାନ ପରଷା ଯାଇଥାଏ ଏବଂ ସେ ଭୋକିଲା ଥାଏ, ତେବେ ଦେଖିବେ ସେ ପେଟପୂରିବା ଯାଏ ଖାଇଚାଲିବ। ପେଟ ପୂରିଗଲା ପରେ ଅମୃତ ତୁଲ୍ୟ ଖାଦ୍ୟ ଥିଲେ ବି ଛାଡ଼ିବାକୁ ବାଧ୍ୟ ହେବ। କାରଣ ତାଙ୍କ ପାଇଁ ଆଉ ଆବଶ୍ୟକ ନାହିଁ।
ରଚନା ଓ ପାଠକଙ୍କର ଅନୁଭବରେ ଆଦରତା ଭିନ୍ନ ଭିନ୍ନ। ତେଣୁ ଜଣେ ଲେଖକ ଏତେଟା ବାଛି ଚିତ୍ରିତ କରିବା ବଡ଼ ଦୁରୂହ। ଏ ଲେଖକର ଅନୁଭବ ଯେ, ଯେତେଟା ବହି ନଜରରେ ଆସିଛି ତା’ର ଶେଷ ପୃଷ୍ଠା ପର୍ଯ୍ୟନ୍ତ ପହଞ୍ଚୁଥିବା ପାଠକଙ୍କ ସଂଖ୍ୟା ଅତି ନୂ୍ୟନ। ପଇସା ବହି କିଣିପାରେ, ଘରେ ପୁସ୍ତକାଳୟର ପରିବେଶ ପରିପ୍ରକାଶ କରିପାରେ, କିନ୍ତୁ ପାଠକର ଗ୍ରାହ୍ୟତାରେ ସମ୍ପୂର୍ଣ୍ଣତା ଆଣିବାରେ ସଫଳତା ପରିବର୍ତ୍ତେ ବାଧକ ସାଜିଥାଏ। ବଡ଼ ବଡ଼ ବହି ଛୋଟ ଛୋଟ ଗଳ୍ପ ଗୁଚ୍ଛରେ ଭରାହେଲେ ତା’ର ଆଦର କିଛିଟା ଅଧିକା ବୋଲି ଏ ଲେଖକ ସାମାଜିକ ପଠନରୁ ଅନୁଭବରେ ଆଣେ। ଏ କାନ ଶୁଣିଛି, ଯେ ସେ ପୁସ୍ତକଟି ଅମୁକଙ୍କର ଏତେ ସୁନ୍ଦର ଯେ, ମୁଁ ତାକୁ ଏକ ନିଃଶ୍ୱାସରେ ପଢ଼ିଦେଲି। ପଢ଼ା ଛାଡ଼ି ଯିବାକୁ ମନ କହିଲାନି। କିନ୍ତୁ ଏବେ ଆଉ ସେକାଳ ପଖାଳ ନାହିଁ। ଯେତେ ତରକାରି ଥାଉ, ଚଟଣି ଟିକେ ନ ଥିଲେ ଗୁଣ୍ଡା ଚଳିବା ଭାରି କଷ୍ଟ। ଲେଖକ ନଜରରେ ଆସୁଥିବା ବହୁ ସୁନ୍ଦର କଳ୍ପନାପ୍ରସୂତ ରଚନା ଲେଖକ ଅବହେଳା ନ କଲେ ମଧ୍ୟ ଅନୁଭବ କରେ ଆହା ଏ ସୁନ୍ଦର ଲେଖାଟି ସିନା ସମାଜ ପଢିଲେ ସମାଜର ବହୁ ଉପକାରରେ ଲାଗନ୍ତା । କିନ୍ତୁ ତାହା ଯଥାର୍ଥରେ ପ୍ରତିପାଦିତ ହୁଏ ନାହିଁ। ପଢ଼ା ତ ଦୂରର କଥା, ଯଦି କାହାର ଭାଷଣ ମନମୁଗ୍ଧକର ହୁଏ, ଶ୍ରୋତାଶୁଣେ, ମନେ ମନେ ରୋମନ୍ଥନ କରେ ସତ୍ୟ, କିନ୍ତୁ ମାତ୍ର କେଇଦିନ ପରେ ତାକୁ ଏପରି ଭୁଲିଯାଏ ଯେ ତାହା ମନକୁ ଆଉ ଆସି ପାରେନା।
ପାଠକଙ୍କୁ ବୁଝି ଲେଖନୀ ଚଳାଇବା ଓ ଲେଖକର ଅନ୍ତର୍ନିହିତ ଭାବନାକୁ ପାଠକଙ୍କ ଆଦରରେ ଆଣିବା ସମ୍ପୂର୍ଣ୍ଣ ଭିନ୍ନ। ବେଳେବେଳେ ଶସ୍ତାକଥା ଚାରିଆଡ଼େ ବ୍ୟାପିଯାଏ। ଜ୍ଞାନୀ ରାଜନୀତି କଲେ ଲୋକପ୍ରିୟ ହେବାଟା ଯେପରି ବାଞ୍ଛନୀୟ ନୁହେଁ, ସେହିପରି ଜ୍ଞାନଗର୍ଭକ ବା ମୂଲ୍ୟଭିତ୍ତିକ ଲେଖା ସବୁ ସମୟରେ ସବୁ ସ୍ଥାନରେ ଗ୍ରହଣଯୋଗ୍ୟ ହୋଇପାରେନା। ମୂଲ୍ୟବାନ ମୂଲ୍ୟହୀନ ହେବା ଏବଂ ମୂଲ୍ୟହୀନ ମୂଲ୍ୟବାନ ହେବା ରାଜନୀତିଆଙ୍କଠାରେ ବେଳେ ବେଳେ ପରିଲକ୍ଷିତ ହୁଏ। ପୂର୍ବ ସମୟରେ ଭଦ୍ର, ଜ୍ଞାନୀ, ସମସ୍କାରକ ସମାଜକୁ ବଦଳାଇ ପାରୁଥିଲେ, ଏବେ କିନ୍ତୁ ଏତେଟା ସହଜ ନୁହେଁ। ସବୁ ପରସ୍ପରର ଗ୍ରହଣୀୟତାର ସାମାଜିକ ତଥା ଆର୍ଥିକ ବ୍ୟବସ୍ଥା ଚୟନ ଉପରେ ନିର୍ଭରଶୀଳ। ଯେଉଁଠି ଟେଲି ପ୍ରମ୍ପଟର ଉପସ୍ଥିତ ଜନତାଙ୍କ ଆବଶ୍ୟକତାକୁ ଭିତ୍ତିକରି କ୍ଷଣକରେ ପ୍ରସ୍ତୁତି ପ୍ରକାଶିତ କରିପାରୁଛି, ସେଠି ସ୍ଥାନ କାଳ ପାତ୍ରର ମୂଲ୍ୟବୋଧ କେତେ ତାହା ଅନୁମେୟ। ଜାଣି ନ ଥିବା ଲୋକ ଜଣାଇ ପାରୁଛି। ସବୁ ସମ୍ଭବ ଏ ଯୁଗରେ। ନିର୍ଭୀକତାର ଅଭାବ, ଭୟ ସୃଷ୍ଟିକାରୀ ପ୍ରତି ଅନାଦରରୁ ଆଦର, ଧନୀକର ପୂଜନ, ନେତାଙ୍କର କପୋଳକଳ୍ପିତ ଗର୍ଜନ ଏବଂ ସର୍ବୋପରି ଶ୍ରୋତାଙ୍କ ଉପକୃତ ହେବା ଭଳି ବ୍ୟବସ୍ଥାର ପ୍ରଚାର ଆଜି ଲୋକପ୍ରିୟତା ଆଣିବାରେ ଖୁବ୍ ସହାୟକ।
ତେଣୁ ଲେଖକ ଆଖି ଖୋଲୁ। ସମାଜକୁ ଦେଖି ରେଖା ଟାଣୁ। ଚଟଣି ପରି ଅଳ୍ପ ଓ ସୁସ୍ବାଦୁ ବନଉ। ମଧୁମକ୍ଷୀ ସାଜୁ। ଯୁଗ ବଦଳିବା ସହ ନିଜକୁ ଖାପ ଖୁଆଉ। ତେବେ ଲେଖାଟି ପାଠ୍ୟ, ଗ୍ରାହ୍ୟ ଓ ରୁଚିସମ୍ପନ୍ନ ହେବ, ଏହା ଏହି ଲେଖକର ଅଭିମତ। ଭୁଲ୍ଥିଲେ ପ୍ରକାଶ୍ୟପୂର୍ବକ କ୍ଷମା ପ୍ରାର୍ଥନୀୟ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୮୨୪୯୦୮୨୪୦୦
ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍ ସ୍କୁଲ,…
ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!
ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…
ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ
ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…
ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…
ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…
ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….
ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…
ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ
ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…
ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ
ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…
ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ
ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…
Archives

