Categories: ଖେଳ

ଆନ୍ଦୋଳନ ପ୍ରତ୍ୟାହାରକୁ ନେଇ ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଳୀ, ୫ା୬: ଡବ୍ଲ୍ୟୁଏଫ୍‌ଆଇର ପୂର୍ବତନ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କୁ ଗିରଫ ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଚାଲିଥିବା ଧାରଣାରେ ପୂର୍ଣ୍ଣଛେଦକୁ ଖଣ୍ଡନ କରିଛନ୍ତି ରେସ୍‌ଲର ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ।

ଭାରତୀୟ ରେଲ୍‌ଓ୍ବେରେ କାର୍ଯ୍ୟରତ ସାକ୍ଷୀ ଓ ବଜରଙ୍ଗ ନିଜ କାର୍ଯ୍ୟରେ ଯୋଗଦେବା ପରେ ଆନ୍ଦୋଳନ ସମାପ୍ତ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଉଭୟ ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ନ୍ୟାୟ ନ ମିଳିବା ଯାଏ ଲଢ଼େଇ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। କାର୍ଯ୍ୟରେ ଯୋଗଦେଇଛି ମାତ୍ର ଆନ୍ଦୋଳନରୁ ଦୂରେଇବାର ପ୍ରଶ୍ନ ଉଠୁନାହିଁ। ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିବା ଏକ ସାଧାରଣ ବୈଠକ ଥିଲା। ଏଥିରୁ କୌଣସି ନିର୍ଯାସ ବାହାରି ନ ଥିଲା। ବ୍ରିଜ୍‌ଭୂଷଣ ଗିରଫ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସାକ୍ଷୀ ସ୍ପଷ୍ଟ କରିଛନ୍ତି।

Share