ଶୋଷଣ କ୍ୟାମେରା ସାମ୍ନାରେ ହୋଇ ନ ଥାଏ, ନ୍ୟାୟ ମିଳିବା ପର୍ଯ୍ୟନ୍ତ ବସିବୁ ଧାରଣାରେ: ଫୋଗାଟ

ନୂଆଦିଲ୍ଲୀ,୧୯ ।୧: ଦେଶର ଷ୍ଟାର ମହିଳା ରେସଲର ବିନେଶ ଫୋଗାଟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସହ ହୋଇଥିବା କଥାବାର୍ତ୍ତା ପରେ ଏକ ବଡ ବୟାନ ଦେଇଛନ୍ତି । ଏହି ବୈଠକ ପରେ ଖବରଦାତାଙ୍କ ସହ କଥା ହୋଇ ବିନେଶ ଫୋଗାଟ କହିଛନ୍ତି, ଆମର ଲଢେଇ ସରକାର ଅବା ସରକାର ଲୋକଙ୍କ ସହ ନୁହେଁ । ଆମର ଲଢେଇ ଜଣେ ବ୍ୟକ୍ତିଙ୍କ ସହ । ଆମେ ସେପର୍ଯ୍ୟନ୍ତ ଏଠି ରହିବୁ ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନାହିଁ ।

ମିଡିଆ ସହ କଥାବାର୍ତ୍ତା ବେଳେ ବିନେଶ ଫୋଗାଟ କହିଛନ୍ତି, ଆମେ ଆମର କୁସ୍ତି ଛାଡି ଆସିପାରିବୁ , ଅଧ୍ୟକ୍ଷ ତାଙ୍କ ପଦ ଛାଡି ଆସିପାରିବେନି? ଦେଶର ଏହା ହେଉଛି ରେସଲିଂ ଫେଡେରେଶନ ଯାହା ଆପଣଙ୍କ ସାମ୍ନାରେ ବସିଛି ଏବଂ ଏହା ବାହାରେ ଅନ୍ୟ ଫେଡେରେଶନ ନାହିଁ । ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ୧୦ଟାରୁ ଆମେ ଧାରଣରେ ବସିବୁ ଆମେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଅପେକ୍ଷା କରିଛୁ ।
ବିନେଶ ଆହୁରି ମଧ୍ୟ କହିଛନ୍ତି, ଆମ ଜୀବନ ପ୍ରତି ବିପଦ ରହିଛି । ଆମେ ପୋଲିସର ସୁରକ୍ଷା ବି ନେଇନାହୁଁ । ଅଧ୍ୟକ୍ଷଙ୍କ ଘର ତାଲା ପଡିଛି । ଯେତେବେଳେ ଶୋଷଣ ହୁଏ ତାହା କୋଠରୀ ଭିତରେ ହୋଇଥାଏ ଏବଂ ସେଠାରେ କ୍ୟାମେରା ନ ଥାଏ । ଯେଉଁ ଝିଅମାନେ ଶୋଷଣର ଶିକାର ହୋଇଛନ୍ତି ସେମାନେ ନିଜେ ହିଁ ତା’ର ପ୍ରମାଣ ।
ସରକାରଙ୍କ ସହ ବୈଠକ ପରେ ଦେଶର ମହିଳା ରେସଲର ସାକ୍ଷି ମଲିକ କହିଛନ୍ତି, ବୈଠକରେ ସେମିତି କିଛି କୁହାଗଲା ନାହିଁ, କେବଳ ଆଶ୍ୱସନା ଦିଆଗଲା, କୌଣସି ପଦକ୍ଷେପ କଥା କୁହାଗଲା ନାହିଁ । ଏଥିରେ ଆମେ ଖୁସି ନୁହେଁ । ଆମେ ରେସଲିଂ ଫେଡେରେସନକୁ ଭାଙ୍ଗିବାକୁ ଚାହୁଁଛୁ । ସବୁ ରାଜ୍ୟରେ ଫେଡେରେଶନ ଭାଙ୍ଗି ଦିଆଯାଉ । କାରଣ ସବୁ ରାଜ୍ୟରେ ତାଙ୍କର ଲୋକ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri