ଶୋଷଣ କ୍ୟାମେରା ସାମ୍ନାରେ ହୋଇ ନ ଥାଏ, ନ୍ୟାୟ ମିଳିବା ପର୍ଯ୍ୟନ୍ତ ବସିବୁ ଧାରଣାରେ: ଫୋଗାଟ

ନୂଆଦିଲ୍ଲୀ,୧୯ ।୧: ଦେଶର ଷ୍ଟାର ମହିଳା ରେସଲର ବିନେଶ ଫୋଗାଟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସହ ହୋଇଥିବା କଥାବାର୍ତ୍ତା ପରେ ଏକ ବଡ ବୟାନ ଦେଇଛନ୍ତି । ଏହି ବୈଠକ ପରେ ଖବରଦାତାଙ୍କ ସହ କଥା ହୋଇ ବିନେଶ ଫୋଗାଟ କହିଛନ୍ତି, ଆମର ଲଢେଇ ସରକାର ଅବା ସରକାର ଲୋକଙ୍କ ସହ ନୁହେଁ । ଆମର ଲଢେଇ ଜଣେ ବ୍ୟକ୍ତିଙ୍କ ସହ । ଆମେ ସେପର୍ଯ୍ୟନ୍ତ ଏଠି ରହିବୁ ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନାହିଁ ।

ମିଡିଆ ସହ କଥାବାର୍ତ୍ତା ବେଳେ ବିନେଶ ଫୋଗାଟ କହିଛନ୍ତି, ଆମେ ଆମର କୁସ୍ତି ଛାଡି ଆସିପାରିବୁ , ଅଧ୍ୟକ୍ଷ ତାଙ୍କ ପଦ ଛାଡି ଆସିପାରିବେନି? ଦେଶର ଏହା ହେଉଛି ରେସଲିଂ ଫେଡେରେଶନ ଯାହା ଆପଣଙ୍କ ସାମ୍ନାରେ ବସିଛି ଏବଂ ଏହା ବାହାରେ ଅନ୍ୟ ଫେଡେରେଶନ ନାହିଁ । ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ୧୦ଟାରୁ ଆମେ ଧାରଣରେ ବସିବୁ ଆମେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଅପେକ୍ଷା କରିଛୁ ।
ବିନେଶ ଆହୁରି ମଧ୍ୟ କହିଛନ୍ତି, ଆମ ଜୀବନ ପ୍ରତି ବିପଦ ରହିଛି । ଆମେ ପୋଲିସର ସୁରକ୍ଷା ବି ନେଇନାହୁଁ । ଅଧ୍ୟକ୍ଷଙ୍କ ଘର ତାଲା ପଡିଛି । ଯେତେବେଳେ ଶୋଷଣ ହୁଏ ତାହା କୋଠରୀ ଭିତରେ ହୋଇଥାଏ ଏବଂ ସେଠାରେ କ୍ୟାମେରା ନ ଥାଏ । ଯେଉଁ ଝିଅମାନେ ଶୋଷଣର ଶିକାର ହୋଇଛନ୍ତି ସେମାନେ ନିଜେ ହିଁ ତା’ର ପ୍ରମାଣ ।
ସରକାରଙ୍କ ସହ ବୈଠକ ପରେ ଦେଶର ମହିଳା ରେସଲର ସାକ୍ଷି ମଲିକ କହିଛନ୍ତି, ବୈଠକରେ ସେମିତି କିଛି କୁହାଗଲା ନାହିଁ, କେବଳ ଆଶ୍ୱସନା ଦିଆଗଲା, କୌଣସି ପଦକ୍ଷେପ କଥା କୁହାଗଲା ନାହିଁ । ଏଥିରେ ଆମେ ଖୁସି ନୁହେଁ । ଆମେ ରେସଲିଂ ଫେଡେରେସନକୁ ଭାଙ୍ଗିବାକୁ ଚାହୁଁଛୁ । ସବୁ ରାଜ୍ୟରେ ଫେଡେରେଶନ ଭାଙ୍ଗି ଦିଆଯାଉ । କାରଣ ସବୁ ରାଜ୍ୟରେ ତାଙ୍କର ଲୋକ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri