Posted inଖେଳ

ଆସନ୍ତାବର୍ଷ ବଡ଼ ଆକାରରେ ହେବ ଡବ୍ଲ୍ୟୁପିଏ୍‌ଲ

ମୁମ୍ବାଇ, ୧୫ା୪:ଆସନ୍ତାବର୍ଷ ହୋମ୍‌-ଆଓ୍ବେ ଫର୍ମାଟ ସହ ବଡ଼ ଆକାରରେ ହେବ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)। ସମ୍ଭବତଃ ଏହା ଫେବୃୟାରୀରେ ଖେଳାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ସୂତ୍ରରୁ ଜଣାପଡ଼ିିଛି। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣ ମୁମ୍ବାଇର ଦୁଇଟି ଭେନ୍ୟୁରେ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଖେଳାଯାଇଥିଲା। ଚଳିତ ମାସ ପ୍ରାରମ୍ଭରେ ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମାଲ ସୂଚନା ଦେଇଥିଲେ ଯେ, ଡବ୍ଲ୍ୟୁପିଏଲ୍‌ର ଆସନ୍ତା ୩ ସିଜନ ୫ଟି ଦଳକୁ ନେଇ ଖେଳାଯିବ। ଅଧିକ ପ୍ରଶଂସକ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ହୋମ୍‌-ଆଓ୍ବେ ଫର୍ମାଟରେ ଖେଳାଯିବ। ଯେଉଁ ସହର ନାମରେ ଫ୍ରାଞ୍ଚାଇଜ ନାହିଁ, ଯଥା ଇନ୍ଦୋର ଭଳି ଟିଅର-୨ ସହରରେ ଆୟୋଜନ ସହଜ ହେବ ନାହିଁ।
ଇଣ୍ଡୋ-ପାକ୍‌ ବିଶ୍ୱକପ୍‌ ଭେନ୍ୟୁ ଓ ଏସିଆ କପ୍‌ ସମ୍ପର୍କରେ ଆଲୋଚନା ଜାରି
ଏସିଆ କପ୍‌ ୨୦୨୩ରେ ଭାରତର ଅଂଶଗ୍ରହଣ ସମେତ ବିଶ୍ୱକପ୍‌ ବେଳେ ଭାରତରେ ପାକିସ୍ତାନ ମ୍ୟାଚକୁ ନେଇ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀଙ୍କୁ ଅପେକ୍ଷା କରିବ ବିସିସିଆଇ। ଖବର ଅନୁସାରେ ସମସ୍ତ ସଦସ୍ୟ, ଏହି ପ୍ରସଙ୍ଗରେ ଆଲୋଚନା ଚଳାଇଛନ୍ତି। ଏହା ସରିବା ପରେ ସ୍ପଷ୍ଟଚିତ୍ର ମିଳିଯିବ। ପୂର୍ବରୁ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ପାକିସ୍ତାନ ଯଥାସମ୍ଭବ ସେମାନଙ୍କର ବିଶ୍ୱକପ୍‌ ମ୍ୟାଚଗୁଡ଼ିକ ଚେନ୍ନାଇ ଓ କୋଲକାତାରେ ଖେଳିପାରନ୍ତି। କାରଣ ପୂର୍ବ ଟୁର୍‌ଗୁଡ଼ିକରେ ସେମାନେ ଏହି ଦୁଇଟି ଭେନ୍ୟୁରେ ଖେଳିବା ଲାଗି ନିଜକୁ ସୁରକ୍ଷିତ ମନେକରିଥିଲେ।
ଆଫଗାନିସ୍ତାନ ସିରିଜ ପୂର୍ବରୁ ସିଲେକ୍ସନ କମିଟି ଚେୟାରମ୍ୟାନ ଘୋଷଣା
ଜୁନ୍‌ରେ ଦି ଓଭାଲଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଘୋଷଣା ପାଇଁ ସିଲେକ୍ସନ କମିଟି ଚେୟାରମ୍ୟାନ ବଛା ସରିଥିବ ବୋଲି ବିସିସିଆଇ ଆଶା ପ୍ରକାଶ କରି କହିଛି। ଗତ ଫେବୃୟାରୀରେ ଚେତନ ଶର୍ମାଙ୍କ ଇସ୍ତଫା ପରେ ଏହି ପଦବୀ ଖାଲିପଡ଼ିଥିଲା। ଏହି ପଦବୀ ସାଧାରଣତଃ ବରିଷ୍ଠତା ଭିତ୍ତିରେ ପୂରଣ କରାଯାଇଥାଏ। ଶର୍ମାଙ୍କ ଇସ୍ତଫା ପରେ ବର୍ତ୍ତମାନ ଏହି ପଦବୀରେ ଭାରତର ପୂର୍ବତନ ଓପନିଂ ବ୍ୟାଟର ଶିବ ସୁନ୍ଦର ଦାସ ଚେୟାରମ୍ୟାନ ପଦବୀରେ ଅସ୍ଥାୟୀ ଦାୟିତ୍ୱରେ ଅଛନ୍ତି।
ବିଶ୍ୱକପ୍‌ ବେଳକୁ ଫିଟ୍‌ ହୋଇଯାଇଥିବେ ବୁମ୍‌ରା
ପିଠିରେ ଇଞ୍ଜୁରି ଯୋଗୁ ବର୍ତ୍ତମାନ ଖେଳରୁ ଦୂରେଇ ରହିଥିବା ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରା ବିଶ୍ୱକପ୍‌ ୨୦୨୩ ବେଳକୁ ଠିକ୍‌ ହୋଇଯାଇଥିବେ ବୋଲି ବିସିସିଆଇ ଦୃଢ ନିଶ୍ଚିତ ଅଛି। ଭାରତ ଏହି ୫୦ଓଭର ଟୁର୍ନାମେଣ୍ଟ ଚଳିତବର୍ଷ ପରବର୍ତ୍ତୀ ଭାଗ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବ। କାର୍ଯ୍ୟସୂଚୀ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଖବର ଅନୁସାରେ ସାଉଦି ଆରବରେ ପ୍ରସ୍ତାବିତ ଟି୨୦ ଲିଗ୍‌ ସମେତ ସମଗ୍ର ବିଶ୍ୱରେ ଖେଳାଯାଉଥିବା ଅନ୍ୟ ଟି୨୦ ଲିଗ୍‌ରେ ଭାରତୀୟ ଖେଳାଳିଙ୍କୁ ଅନୁମତି ନ ଦେବା ଲାଗି ରହିଥିବା ନିୟମରେ ବିସିସିଆଇ ପରିବର୍ତ୍ତନ କରିବ ନାହିଁ। କିନ୍ତୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ସାଉଥ ଆଫ୍ରିକା ୨୦ ଏବଂ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦ ଭଳି ଅନ୍ୟ ପ୍ରତିଯୋଗିତାରେ ସେମାନଙ୍କ ଉପସ୍ଥିତି ଜାହିର କରିପାରିବେ। ଖବର ଅନୁସାରେ ଦକ୍ଷିଣ ଆଫ୍ରିକାରେ ପରବର୍ତ୍ତୀ ବୈଠକରେ ଆଇସିସି ରେଭିନ୍ୟୁ ମଡେଲ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହେଲେ ଏଥିଲାଗି ଦିନ ଧାର୍ଯ୍ୟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri