Posted inଖେଳ

ଆଜିଠୁ WPL: ମୁହାଁମୁହିଁ ହେବେ ହରମନପ୍ରୀତ-ସ୍ମୃତି ମନ୍ଧାନା,ଜାଣନ୍ତୁ କେତେବେଳେ, କେଉଁଠି ମ୍ୟାଚ୍‌

ନଭି ମୁମ୍ବାଇ,୯ା୧(ପି.ଟି.): ସ୍ଥାନୀୟ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଶୁକ୍ରବାରଠାରୁ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ତୃତୀୟ ଟାଇଟଲ ଲକ୍ଷ୍ୟରେ ଥିବା ହରମନପ୍ରୀତ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ୨୦୨୪ ସଂସ୍କରଣର ଚାମ୍ପିୟନ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ପରସ୍ପରକୁ ଭେଟିବେ। ଡବ୍ଲ୍ୟୁପିଏଲ୍‌ର ଏହି ସଂସ୍କରଣ ଦୁଇ ପର୍ଯ୍ୟାୟରେ ଯଥାକ୍ରମେ ନଭି ମୁମ୍ବାଇ ଓ ଭଦୋଦରାରେ ହେବ। ଏହି ଲିଗ୍‌ ଜରିଆରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଖେଳାଳିମାନେ ଆସନ୍ତା ଜୁନ ଓ ଜୁଲାଇରେ ଇଂଲଣ୍ଡରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି କରିବେ।
ଦଳରେ ହରମନଙ୍କ ସହ ଇଂଲଣ୍ଡର ଅଧିନାୟିକା ନାଟ ସ୍କିଭର-ବ୍ରୁଣ୍ଟ, ଓ୍ବେଷ୍ଟଇଣ୍ଡିଜର ହେଲି ମାଥ୍ୟୁସ, ନ୍ୟୁଜିଲାଣ୍ଡର ଆମେଲିଆ କେର, ଅଷ୍ଟ୍ରେଲିଆର ମିଲି ଇଲିଂଓ୍ବର୍ଥ ଓ ଭାରତର ଅମନଜୋତ କୌରଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି। ଜି କମଳିନୀଙ୍କ ଉପସ୍ଥିତି ଯୋଗୁ ପ୍ଲେଇଂ ଇଲେଭେନ ଚୟନ କରିବା ମୁମ୍ବାଇ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ। ଶବନିମ ଇସମାଇଲ ଓ ସାଇକା ଇଶାକଙ୍କ ଭଳି ଖେଳାଳି ବୋଲିଂ ବିଭାଗ ସମ୍ଭାଳିବେ।
ଷ୍ଟାର ବ୍ୟାଟର ଜେମିମା ରୋଡ୍ରିଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମଙ୍ଗ ସମ୍ଭାଳିଛନ୍ତି। ଏହି ଦଳ ଗତ ୩ ସିଜନର ଫାଇନାଲରେ ପରାସ୍ତ ହୋଇଛି। ଏଥର ଦଳ ପାଖରେ ଶେଫାଳି ବର୍ମା, ସ୍ନେହ ରାଣା, ଶ୍ରୀ ଚରନୀ, ଲୌରା ଓ୍ବଲଭାର୍ଡଟ, ମାରିଜନେ କାପ, ଆଲାନା କିଙ୍ଗଙ୍କ ଭଳି ଖୁବ ବିପଦଜନକ ଖେଳାଳି ରହିଛନ୍ତି, ଯେଉଁମାନେ ଦଳକୁ ପ୍ରଥମ ଟ୍ରଫି ଜିତାଇପାରନ୍ତି।
ଦଳର ପ୍ରଦର୍ଶନ ଚଳିତ ସଂସ୍କରଣରେ କେଉଁ ଭଳି ରହିବ, ତାହା ମୁଖ୍ୟତଃ ଅଧିନାୟିକା ମନ୍ଧାନାଙ୍କ ଉପରେ ନିର୍ଭର କରେ। ଏଥର ଦଳ ପାଖରେ କିମ୍ବଦନ୍ତୀ ଏଲିସି ପେରୀ ନାହାନ୍ତି। ମାତ୍ର ଅଷ୍ଟ୍ରେଲିଆର ଜର୍ଜିଆ ଭଲ, ଅଲରାଉଣ୍ଡର ଗ୍ରେସ ହାରିସ ଓ ଦକ୍ଷିଣ ଆଫ୍ରିକାର ନାଦିନ ଡି କ୍ଲକ, ରିଚା ଘୋଷ ଦଳର ବ୍ୟାଟିଂ ବିଭାଗ ସମ୍ଭାଳିବେ। ବୋଲିଂ ବିଭାଗରେ ଅରୁନ୍ଧତି ରେଡ୍ଡୀ, ପୂଜା ଭଷ୍ଟ୍ରକାର, ଲୌରେନ ବେଲ, ଲିନସି ସ୍ମିଥ, ରାଧା ଯାଦବ ଓ ଶ୍ରେୟଙ୍କା ପାଟିଲଙ୍କ ଭଳି ବିକଳ୍ପ ରହିଛନ୍ତି।
ଦୁଇ ସିଜନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଗୁଜରାଟ ଜାଏଣ୍ଟ୍ସ ଗତ ବର୍ଷ ପ୍ଲେଅଫ୍‌ ଖେଳିଥିଲା। ଏଥର ଆଶଲେ ଗାର୍ଡନରଙ୍କ ନେତୃତ୍ୱାଧୀନ ଦଳରେ ରେଣୁକା ସିଂ ଠାକୁର, ରାଜେଶ୍ୱରୀ ଗାଏକ୍ୱାଡ, ୟଶତିକା ଭାଟିଆ, ବେଥ ମୁନି, ସୋଫି ଡିଭାଇନ, କିମ ଗାର୍ଥ, ଜର୍ଜିଆ ଓ୍ବାରହାମଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି।
ଡବ୍ଲୁବିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିବା ୟୁପି ଓ୍ବାରିଅର୍ସ ଦଳରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏଥର ଦଳର ନେତୃତ୍ୱ ଭାର ମେଗ ଲାନିଂଙ୍କୁ ଦିଆଯାଇଥିବା ବେଳେ ଦଳରେ ପ୍ରତିକା ରାଓ୍ବଲ, ଫୋଏବେ ଲିଚ୍‌ଫିଲ୍ଡ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ଚ୍ଲୋ ଟ୍ରିଅନ, ଡିଆଣ୍ଡ୍ରା ଡଟିନ, ଶିକ୍ଷା ପାଣ୍ଡେ, କ୍ରାନ୍ତି ଗୌଡ଼, ସୋଫି ଏକଲେଷ୍ଟୋନଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି। ତେବେ ଶିପ୍ରା ଗିରିଙ୍କ ଛଡ଼ା ଦଳରେ ଅନ୍ୟ କୌଣସି ଉଇକେଟକିପରଙ୍କ ଅଭାବ ଓ ଆହତ ସମସ୍ୟା ଦେଇ ଗତି କରୁଥିବା ପ୍ରତିକାଙ୍କୁ ଫିଟ୍‌ନେସ କ୍ଲିଅରାନ୍ସ ନ ମିଳିବା ଦଳର ସମସ୍ୟା ବଢ଼ାଇପାରେ।
ସମୟ: ସନ୍ଧ୍ୟା ୭:୩୦
ପ୍ରସାରଣ: ଜିଓ ହଟଷ୍ଟାର/ଷ୍ଟାର ସ୍ପୋଟର୍‌ସ

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri