Posted inଖେଳ

ମହିଳା ପ୍ରିମିୟର ଲିଗ୍ ୨୦୨୪ ନିଲାମ: ଦେଖନ୍ତୁ ବିକ୍ରି ହୋଇଥିବା ଏବଂ ହୋଇ ନ ଥିବା ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ତାଲିକା

ମୁମ୍ବାଇ,୯ା୧୨: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ନିଲାମି ଶନିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଆନାବେଲ ସଦରଲାଣ୍ଡ ଓ ଅନ୍‌କ୍ୟାପ୍‌ଡ ଭାରତୀୟ ଖେଳାଳି କାଶ୍‌ଭି ଗୌତମ ସର୍ବାଧିକ ୨କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛନ୍ତି। ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା ବେଳେ କାଶ୍‌ଭି ଗୁଜରାଟ ଜାଏଣ୍ଟ୍ସରେ ସାମିଲ ହୋଇଛନ୍ତି।

ଡବ୍ଲ୍ୟୁପିଏଲ୍‌ ଇତିହାସରେ ପ୍ରଥମ ଅନ୍‌କ୍ୟାପ୍‌ଡ ଖେଳାଳି ଭାବରେ ବ୍ରିନ୍ଦା ଦୀନେଶ ୧ କୋଟି ଟଙ୍କା ଅତିକ୍ରମ କରିଥିଲେ। ବ୍ରିନ୍ଦାଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ଓ୍ବାରିୟର୍ଜ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ତେବେ ୧.୩ କୋଟି ଟଙ୍କାରେ ୨୨ ବର୍ଷୀୟ ଓପନରଙ୍କୁ ହାତେଇଥିଲା ୟୁପି। ବ୍ରିନ୍ଦା ଚଳିତ ଜାତୀୟ ଦିନିକିଆ ଟୁର୍ନାମେଣ୍ଟରେ ୧୧ ମ୍ୟାଚ୍‌ରୁ ୪୭.୭୦ ଆଭରେଜରେ ୪୭୭ ରନ୍‌ ସ୍କୋର କରିଥିଲେ। ଏହା ସହିତ ଟି୨୦ରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୨୬ ରହିଛି।

୨୨ ବର୍ଷୀୟା ସଦରଲାଣ୍ଡ ପ୍ରଥମ ସିଜନରେ ଗୁଜରାଟ ପକ୍ଷରୁ ଖେଳିଥିଲେ। ତାଙ୍କୁ କିଣିବା ପାଇଁ ମୁମ୍ବାଇ, ୟୁପି ଓ ଦିଲ୍ଲୀ ଆଗ୍ରହ ପ୍ରକାଶ କରିଥିବା ବେଳେ ଦିଲ୍ଲୀ ବାଜିମାରି ନେଇଥିଲା। ଫିବ୍‌ ଲିଚ୍‌ଫିଲ୍ଡ ୧ କୋଟି ଟଙ୍କାରେ ଗୁଜରାଟକୁ ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ସବ୍‌ନିମ୍‌ ଇସମାଇଲ୍‌ ୧.୨ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏକତା ବିସ୍ତ ୬୦ ଲକ୍ଷ ଟଙ୍କାରେ ଆର୍‌ସିବିରେ ଯୋଗ ଦେଇଥିବା ବେଳେ ୩୦ ଲକ୍ଷ ଟଙ୍କାରେ ଗୁଜରାଟରେ ସାମିଲ ହୋଇଛନ୍ତି ବେଦା କ୍ରିଷ୍ଣମୂର୍ତ୍ତି। ଜର୍ଜିଆ ଓ୍ବେୟାରହାମଙ୍କୁ ୪୦ ଲକ୍ଷ ଓ କେଟ୍‌ କ୍ରସଙ୍କୁ୧୦ ଲକ୍ଷ ଟଙ୍କାରେ ଆର୍‌ସିବି କିଣିଥିବା ବେଳେ ଡାନିଏଲ ଓ୍ବାୟାଟ୍‌ ୩୦ ଲକ୍ଷ ଟଙ୍କାରେ ୟୁପିରେ ସାମିଲ ହୋଇଛନ୍ତି।

ଅଭିଜ୍ଞ ଖେଳାଳି ତଥା ବିଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ଡାଏଣ୍ଡ୍ରା ଡଟ୍ଟିନଙ୍କୁ ନେବା ଲାଗି କୌଣସି ଫ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରି ନ ଥିଲେ। ଆଉ ଜଣେ ଅଭିଜ୍ଞ ଖେଳାଳି ଶ୍ରୀଲଙ୍କାର ଚାମାରି ଆଟାପାଟ୍ଟୁଙ୍କୁ ମଧ୍ୟ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ। କ୍ରମାଗତ ଦ୍ୱିତୀୟ ସିଜନ ପାଇଁ ସେ ବିକ୍ରି ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri