ଜଗନ୍ନାଥଙ୍କ ଅବକ୍ଷୟ ମୂର୍ତ୍ତି ପୂଜା କଲେ ଘୁମୁସରର କ୍ଷତି ହେବ: ମନ୍ଦିର ପରିଦର୍ଶନରେ ଆସି ଏମିତି କହିଲେ ପୁରୀର…

ଭଞ୍ଜନଗର,୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଭଞ୍ଜ ରାଜବଂଶର ରାଜଧାନୀ ଥିଲା। ଘୁମୁସରରେ ଭଞ୍ଜ ରାଜବଂଶ ହଜାରେ ବର୍ଷ ଶାସନ କରିଥିଲେ। ଏହି ସମୟରେ ବିଭିନ୍ନ ସମୟରେ ବିଭିନ୍ନ ରାଜାମାନେ ଘୁମୁସରରେ ବହୁ ମନ୍ଦିର ପ୍ରତିଷ୍ଠା କରିଥିଲେ। ଏଥିସହ ତାର ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ଏହିଭଳି ପ୍ରାୟ ୩୦୦ ବର୍ଷ ପୂର୍ବେ କୁଲାଡରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ। ଯାହାକି ରାଜ୍ୟର ଏକ ପରିଚିତ ଜଗନ୍ନାଥ ମନ୍ଦିର ଭାବେ ଜଣାଶୁଣା। ମନ୍ଦିର ପରିଚାଳନା ପାଇଁ ରାଜବଂଶ ପକ୍ଷରୁ ବିପୁଳ ଜମି ଏବଂ ଅଳଙ୍କାର ଦାନ କରାଯାଇଥିଲା । କିନ୍ତୁ ୧୯୯୩ରେ ମନ୍ଦିରର ସମସ୍ତ ଅଳଙ୍କାର ଚୋରି ହୋଇଯାଇଥିଲା । ଆଜି ପର୍ଯ୍ୟନ୍ତ ଲୁଟ ଅଳଙ୍କାରର ସୁରାକ ମିଳିନାହିଁ। ଏଥିସହ ଗତ ମାସରେ ନାରାୟଣ ମନ୍ଦିରର ମୂର୍ତ୍ତି ସବୁ ଚୋରି ହୋଇଯାଇଛି । ଯାହାର ମୂଲ୍ୟ କୋଟିଏ ଟଙ୍କାର ହେବ ବୋଲି ଅଞ୍ଚଳବାସୀ କହୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ଚୋରି ସମ୍ପର୍କରେ କୌଣସି ସୁରାକ ମିଳିନାହିଁ। ଅନ୍ୟପଟେ କୁଲାଡ ଠାକୁରଙ୍କ ନାମରେ ଥିବା ହଜାର ହଜାର ଭରଣ ଜମିକୁ ଲୋକେ ଜବରଦଖଲ କରି ରଖିଛନ୍ତି। ଅଳ୍ପ କିଛି ଜମିରୁ ଯେଉଁ ଖଜଣା ଆସୁଛି, ସେଥିରେ ଜଗନ୍ନାଥ ମନ୍ଦିର ବହୁ କଷ୍ଟରେ ପରିଚାଳନା ହେଉଛି। ଏହିଭଳି ପରିସ୍ଥିତିରେ ମନ୍ଦିର ପରିଚାଳନା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ କିଛି ମାସ ପୂର୍ବେ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଆଗକୁ ମନ୍ଦିର ପରିଚାଳନାରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏହିଭଳି ପରିସ୍ଥିତିରେ ସୋମବାର ପୁରୀ ଜଗନ୍ନାଥ ମନ୍ଦିରର ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର କୁଲାଡ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଆସି ଜଗନ୍ନାଥଙ୍କ ଅବକ୍ଷୟ ମୂର୍ତ୍ତି ଦେଖି ଚିନ୍ତା ପ୍ରକଟ କରିଥିଲେ। ଏହାପରେ ସେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ଯେ ଅବକ୍ଷୟ ମୂର୍ତ୍ତି ପୂଜା କରିବା ଅଞ୍ଚଳ ପାଇଁ ଶୁଭଙ୍କର ନୁହେଁ। ପୁରୁଣା ମୂର୍ତ୍ତି ହୋଇଥିବା ଯୋଗୁ ତାହା ପୂଜା ଯୋଗ୍ୟ ନୁହେଁ। ଏହି ମୂର୍ତ୍ତି ପୂଜା କଲେ ବହୁ କ୍ଷତି ଘଟିବ। ତେଣୁ ଦେବୋତ୍ତର ବିଭାଗକୁ ଅନୁରୋଧ କରୁଛି ମୂର୍ତ୍ତି ଗୁଡ଼ିକର ନବକଳେବର କରାଯାଉ। ଏଥିପାଇଁ ଯାହା ସହଯୋଗ ଲୋଡ଼ା ଯୋଗାଇ ଦେବୁ ବୋଲି ସେ କହିଥିଲେ। ଏନେଇ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମହାରଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଘଟଣା ସମ୍ପର୍କରେ ପରିଚାଳନା କମିଟିରେ ଆଲୋଚନା ହେବ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦିଆଯିବ। ଦେବୋତ୍ତର ବିଭାଗ ଯାହା ନିଷ୍ପତ୍ତି ନେବ ତାକୁ ଧରି ଆମେ ପଦକ୍ଷେପ ନେବୁ। ସୂଚନା ଯୋଗ୍ୟ, ପ୍ରତି ୧୨ ବର୍ଷକୁ ଥରେ ତିନି ଠାକୁରଙ୍କ ନବକଳେବର ହୋଇଥାଏ। କିନ୍ତୁ କୁଲାଡରେ ନବକଳେବର ବହୁବର୍ଷ ହେବ ହୋଇନାହିଁ। ତେଣୁ ଠାକୁରଙ୍କ ପ୍ରତିମୂର୍ତ୍ତି ଗୁଡ଼ିକ ଅବକ୍ଷୟ ହୋଇଗଲାଣି ବୋଲି ଅଭିଯୋଗ ହୋଇଛି। ଠାକୁରଙ୍କ ଅବକ୍ଷୟ ମୂର୍ତ୍ତି ବହୁବର୍ଷ ହେବ ପୂଜା ହେଉଥିବା ବେଳେ ଏଥିପ୍ରତି କାହାର ନଜର ପଡ଼ିନଥିଲା। ଯାହାକି ଚିନ୍ତାର ବିଷୟ। ମନ୍ଦିର ମାଳିନୀ ଘୁମୁସର ଗଡ ଓଡ଼ିଆ ଅସ୍ମିତାର ପ୍ରତୀକ । କିନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଞ୍ଜଭୂମି ଓ ସାଧନା କ୍ଷେତ୍ର ମା’ ବାଗଦେବୀ ପୀଠ ଆଜି ଆବହେଳିତ ଅବସ୍ଥାରେ ବୋଲି ବାଡଗ୍ରାହୀଙ୍କ ସହ ଆଲୋଚନା ସମୟରେ କେତେକ ବ୍ୟକ୍ତି ତାହା ପ୍ରକାଶ କରିଛନ୍ତି। ବାଡଗ୍ରାହୀଙ୍କ ଗସ୍ତ ସମୟରେ ସମାଜସେବି ପ୍ରକାଶ ଚନ୍ଦ୍ର ସାହୁ, ଶିବପ୍ରସାଦ ସାହୁ,ସଞ୍ଜୟ ପ୍ରଧାନ,ବ୍ରହ୍ମାଦାସ, ଅବନୀ ପତି, ବିନୟ ନାୟକ ଓ ମନ୍ଦିର କମିଟି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri