ଆଜି ନିଶାର୍ଦ୍ଧରେ ପୂଜା, ମଙ୍ଗଳବାର ଦର୍ଶନ

ସାକ୍ଷୀଗୋପାଳ,୨୦।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ବୀରଗୋନ୍ଦପୁର ଗ୍ରାମରେ ସୋମବାର ମା’ ଦକ୍ଷିଣକାଳୀଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି। ବର୍ଷ ତମାମ ମା’ଙ୍କ ଦେବୀପୀଠରେ ପଟିଦିଅଁ ପୂଜା ପାଇଥିବା ବେଳେ କାଳୀପୂଜା ସମୟରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ମହାଭୈରବୀ ବେଶରେ ପୂଜା ପାଆନ୍ତି। ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା ପାଇ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ରବିବାର ରାତିରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ଦେବଦେବ ମହାଦେବ ଏବଂ ଦକ୍ଷିଣକାଳୀଙ୍କ ଶରୀର ସହିତ ମସ୍ତକ ଯୋଡ଼ାଯାଇଥିବା ବେଳେ ଏବେ ମୂର୍ତ୍ତି ରଙ୍ଗ କରାଯାଉଛି । ସୁନା ରୁପା ଅଳଙ୍କାର ସହ ଜରି ଜମ୍ବୁରା ଆକର୍ଷଣୀୟ ମେଢ଼ ଲାଗିବା ବପରେ ମା’ ଦକ୍ଷିଣକାଳୀଙ୍କ ଦର୍ଶନ ବେଶ ଆକର୍ଷଣ ହୋଇଥାଏ।

ପରମ୍ପରା କ୍ରମେ ସୋମବାର ନିଶାର୍ଦ୍ଧରେ ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା ଯଜ୍ଞ ଆରମ୍ଭ ହେବ। ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ଜୀବନ୍ୟାସ, ମହାଭୈରବୀ ବେଶ, ଜପ, ବାମାଙ୍ଗୀପୂଜା, ଉପଚାର, ଆଳତି, ନୈଦ୍ୟେ, ବଳୀ ଅନୁଷ୍ଠିତ ହେବ। ମା’ଙ୍କ ଅତିପ୍ରିୟ ମହାପ୍ରସାଦ ଲାଗି, ପୋଡ଼ାବଳି ଅର୍ପଣ କରାଯାଇ ସତନ୍ତ୍ର ତନ୍ତ୍ରପୂଜା ପରେ ଶାନ୍ତିପଣା ଭୋଗଲାଗି କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି।

ମଙ୍ଗଳବାର ପୂର୍ବାହ୍ନରେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ହେବାର ଅନୁମାନ କରାଯାଉଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯିବ ସହିତ ମାଜିଷ୍ଟ୍ରେଟଙ୍କ ସହିତ ଅତିରିକ୍ତ ଏସ୍‌ପି , ୩ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର, ୩ ପ୍ଲାଟୁନ ପୋଲିସ ଫୋର୍ସ, ୪୫ଜଣ କନେଷ୍ଟବଳ ଓ ୮୬ଜଣ ଗୃହରକ୍ଷୀ ମୁତୟନ ରହିବେ।

ଭକ୍ତଙ୍କ ଦର୍ଶନ ସହିତ ପାର୍କିଂ, ଅଗ୍ନି ନିରାପତ୍ତା, ଆଶୁଚିକିତ୍ସା, ପାନୀୟ ଜଳ, ପରିମଳ, ବିଦ୍ୟୁତ୍‌ ସେବା ଦିଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗ୍ରାମ କୋଠ କମିଟି ପକ୍ଷରୁ ମନ୍ଦିରରେ ଫୁଲ ସଜ୍ଜା ଓ ଆଲୋକ ସଜ୍ଜା କରାଯାଇଛି। ଦକ୍ଷିଣକାଳୀଙ୍କ ଅନ୍ୟ ଦୁଇ ଭଉଣୀ ସମଯାଜପୁର ଗ୍ରାମରେ ଉଗ୍ରତାରା ଓ ବୀରପ୍ରତାପପୁର ଗ୍ରାମରେ କାମରୁପାଙ୍କ ପୂଜାବିଧି ଆରମ୍ଭ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚ ଅଫ ଇଂଲଣ୍ଡରେ ଭାଙ୍ଗିଲା ୧୪୦୦ ବର୍ଷର ପରମ୍ପରା, Dame Sarah Mullally ହେଲେ ପ୍ରଥମ Archbishop of Canterbury

ଲଣ୍ଡନ,୨୯।୧: ଦୀର୍ଘକାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ପରମ୍ପରାକୁ ପାଳନ କରି, ଡେମ ସାରା ମୁଲ୍ଲାଲିଙ୍କୁ ଜାନୁଆରୀ ୨୮, ୨୦୨୬ରେ ଲଣ୍ଡନର ଐତିହାସିକ ସେଣ୍ଟ ପଲ୍ସ କ୍ୟାଥେଡ୍ରାଲରେ ଚର୍ଚ୍ଚ ଅଫ…

ଶୋଇଥିବାବେଳେ ଟେକିନେଇ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଚିତ୍କାର କରିବାରୁ…

ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି

ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା।…

ପୁଣିଥରେ ଏକ ତରଫା ବାଜି ମାରିଲା ଭାଜପା

ଚଣ୍ଡିଗଡ଼,୨୯।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି। ଭାଜପା ୧୮ଟି ଭୋଟ ପାଇଥିଲା ଏବଂ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ହୋଇଛନ୍ତି।…

ଯୁବତୀଙ୍କୁ ଗଣବଳାତ୍କାର, ଲିଫ୍ଟ ଦେବା କହି ଚଳନ୍ତା କାର୍‌ ଭିତରେ…

ନୂଆଦିଲ୍ଲୀ,୨୯।୧: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲା ମୁଖ୍ୟାଳୟ ରୁଦ୍ରପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଲିଫ୍ଟ ଦେବା ଏବଂ…

ଧ୍ୱଂସ ହେବାକୁ ଯାଉଛି ବିଶ୍ୱ, ପରମାଣୁ ଘଣ୍ଟାରେ ପରିବର୍ତ୍ତନ ହେଲା ସମୟ, ବୈଜ୍ଞାନିକ ଭୟଭୀତ

ବିଶ୍ୱବ୍ୟାପୀ ଚାଲିଥିବା ସଂଘର୍ଷ ଏବଂ ଚିନ୍ତା ମଧ୍ୟରେ ବୈଜ୍ଞାନିକମାନେ ଡୁମ୍ସଡେ ଘଣ୍ଟା(ପରମାଣୁ ଘଣ୍ଟା)ର ସମୟ ପରିବର୍ତ୍ତନ କରିଛନ୍ତି। ସେମାନେ ଘଣ୍ଟାକୁ ମଧ୍ୟରାତ୍ରି ପାଖକୁ ଆହୁରି ନିକଟତର କରିଛନ୍ତି।…

EU ସହ ଡିଲ ଶେଷ, ଏବେ ଟାର୍ଗେଟରେ ଆମେରିକା, ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୧: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆସନ୍ତା ସପ୍ତାହରେ କ୍ରିଟିକାଲ ମିନେରାଲ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ ବୋଲି ଆଶା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ…

କମିବ ଶୀତ-ବଢ଼ିବ ଗରମ, କଲବଲ କରିବ କୁହୁଡ଼ି

ଭୁବନେଶ୍ବର,୨୯।୧: ରାଜ୍ୟରେ ଶୀତର ପ୍ରକୋପ କମୁଥିବା ବେଳେ ଗରମ ବଢ଼ିବାରେ ଲାଗିଛି । ତେବେ ଆଗାମୀ କିଛି ଦିନରେ ରାତି ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri