ଚିନ୍ତା ବଢ଼ାଉଛି ନିର୍ମାଣଜନିତ ବର୍ଜ୍ୟ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଣ୍ଟା ଭିଡ଼ିଛି। ଏଥିପାଇଁ ଜିରୋ ଜିପିଏସ୍‌ (ଗ୍ରାସ୍‌-ପ୍ଲାଷ୍ଟିକ-ସଏଲ୍‌) ଅଭିଯାନ ଆରମ୍ଭ ହୋଇଛି। ତେବେ ରାସ୍ତାରୁ ଅନାବନା ଘାସ, ପ୍ଲାଷ୍ଟିକ ଓ ନିର୍ମାଣଜନିତ ବର୍ଜ୍ୟ ହଟାଇବା ସହରର କେବଳ ପ୍ରମୁଖ ସଡ଼କରେ ସୀମିତ ରହିଛି। କେତେବେଳେ ଘରୋଇ ଆବର୍ଜନା ତ ଆଉ କେବେ ବ୍ୟବସାୟିକ ପ୍ରତିଷ୍ଠାନରୁ ବାହାରୁଥିବା ଆବର୍ଜନା ପରିଚାଳନାକୁ ନେଇ ବିଏମ୍‌ସିକୁ ନାକେଦମ୍‌ ହେବାକୁ ପଡ଼ୁଛି।
ଘରୋଇ ଆବର୍ଜନା ପରିଚାଳନା ପାଇଁ ସଫେଇଗାଡ଼ି, ପୃଥକ୍‌ ଅଳିଆ ଡବା ବ୍ୟବହାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଥିବାବେଳେ ବ୍ୟବସାୟିକ ପ୍ରତିଷ୍ଠାନ, ହାଟବଜାର ଆଦିରୁ ବାହାରୁଥିବା ବର୍ଜ୍ୟ ପରିଚାଳନା ପାଇଁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି। ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନର ୫ ମିଟର ପରିଧି ପର୍ଯ୍ୟନ୍ତ ସଫାସୁତୁରା ରଖିବା ପାଇଁ ତାଗିଦା କରାଯାଉଛି। ତେବେ ସହରରେ ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ବଜର୍ର୍‌ୟ ପରିଚାଳନା କ୍ଷେତ୍ରରେ ବିଏମ୍‌ସି ପଛରେ ପଡ଼ିଛି। ସହରର ଅଧିକାଂଶ ଗଳିକନ୍ଦିରେ ବିଭିନ୍ନ ନିର୍ମାଣଜନିତ କାର୍ଯ୍ୟ ଜାରି ରହିଛି। ପାଇପ୍‌ ଲାଇନ୍‌, ଡ୍ରେନେଜ୍‌, ସ୍ବେରେଜ୍‌, ରାସ୍ତା ନିର୍ମାଣ ପରେ ଅବଶିଷ୍ଟ ବାଲିଗୋଡ଼ି ସମ୍ପୃକ୍ତ ସ୍ଥାନରେ ପଡ଼ି ରହୁଛି। ଓ୍ବାଟ୍‌କୋ ପକ୍ଷରୁ ଘରେ ଘରେ ମିଟର ଲଗାଯିବା ତଥା ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ରାସ୍ତା ଖୋଳି ଦିଆଯାଉଛି। କିନ୍ତୁ ଏହାକୁ ଠିକ୍‌ ଭାବେ ପୋତାଯାଉ ନ ଥିବାରୁ ରାସ୍ତା ଉପରେ ଅବଶିଷ୍ଟାଂଶ ପଡ଼ିରହୁଛି। ରସୁଲଗଡ଼ର ଜିଜିପି କଲୋନୀ, ପଟିଆ, ଡମଣା, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଆଇଗିଣିଆ, ଡ଼ୁମୁଡୁମା, ବଡ଼ଗଡ଼ ଆଦି ଅଞ୍ଚଳରେ ସ୍ଥାନେ ସ୍ଥାନେ ଏପରି ଆବର୍ଜନା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ସହରର ଅନ୍ୟାନ୍ୟ ଗଳିକନ୍ଦିରେ ଏପରି ସମସ୍ୟା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଦୀର୍ଘଦିନ ଧରି ବର୍ଜ୍ୟବସ୍ତୁ ପଡ଼ିରହିବାରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ କେତେକ ସ୍ଥାନରୁ ସେସବୁକୁ ହଟାଯାଉଛି। ବିଶେଷକରି ପେଭର ବ୍ଲକ୍‌ ପଡ଼ୁଥିବା ଅଞ୍ଚଳରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ସେହିପରି ରାସ୍ତା ଖୋଳି ପାଇପ୍‌ ବିଛାଇବା ପରେ ମାଟି ପୋତିବା ସହ ଅବଶିଷ୍ଟ ମାଟି, କଂକ୍ରିଟ୍‌ ବା ପିଚୁ ଉଠାଇବାକୁ ମାସ ମାସ ବିତିଯାଉଛି। ଏପରି ବର୍ଜ୍ୟ ପଡ଼ିରହିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ସମ୍ପୃକ୍ତ ଅଞ୍ଚଳର ସୌନ୍ଦର୍ଯ୍ୟ ହାନି ହେଉଛି। ସେହିପରି ସହରରେ ନୂତନ ନିର୍ମାଣ ବା ପୁନଃ ନିର୍ମାଣ କରୁଥିବା ମାଲିକମାନେ ମଧ୍ୟ ମାସ ମାସ ଧରି ରାସ୍ତା ଉପରେ ନିର୍ମାଣଜନିତ ବର୍ଜ୍ୟ ଗଦେଇ ରଖୁଛନ୍ତି। ନିର୍ମାଣଜନିତ ବର୍ଜ୍ୟ ହଟାଇବା ପାଇଁ ବିଏମ୍‌ସି ପକ୍ଷରୁ ଦେୟଯୁକ୍ତ ସେବା ପ୍ରଦାନ କରାଯାଉଥିଲେ ମଧ୍ୟ ଘର ମାଲିକମାନେ ଏହି ସେବା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଭିନ୍ନ କଲୋନୀ, ବସ୍ତି ଅଞ୍ଚଳରୁ ଆରମ୍ଭ କରି ମୁଖ୍ୟ ସଡ଼କରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପଟେ ଏ ନେଇ ବିଏମ୍‌ସି ପରିମଳ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri