ଚିନ୍ତା ବଢ଼ାଉଛି ନିର୍ମାଣଜନିତ ବର୍ଜ୍ୟ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଣ୍ଟା ଭିଡ଼ିଛି। ଏଥିପାଇଁ ଜିରୋ ଜିପିଏସ୍‌ (ଗ୍ରାସ୍‌-ପ୍ଲାଷ୍ଟିକ-ସଏଲ୍‌) ଅଭିଯାନ ଆରମ୍ଭ ହୋଇଛି। ତେବେ ରାସ୍ତାରୁ ଅନାବନା ଘାସ, ପ୍ଲାଷ୍ଟିକ ଓ ନିର୍ମାଣଜନିତ ବର୍ଜ୍ୟ ହଟାଇବା ସହରର କେବଳ ପ୍ରମୁଖ ସଡ଼କରେ ସୀମିତ ରହିଛି। କେତେବେଳେ ଘରୋଇ ଆବର୍ଜନା ତ ଆଉ କେବେ ବ୍ୟବସାୟିକ ପ୍ରତିଷ୍ଠାନରୁ ବାହାରୁଥିବା ଆବର୍ଜନା ପରିଚାଳନାକୁ ନେଇ ବିଏମ୍‌ସିକୁ ନାକେଦମ୍‌ ହେବାକୁ ପଡ଼ୁଛି।
ଘରୋଇ ଆବର୍ଜନା ପରିଚାଳନା ପାଇଁ ସଫେଇଗାଡ଼ି, ପୃଥକ୍‌ ଅଳିଆ ଡବା ବ୍ୟବହାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଥିବାବେଳେ ବ୍ୟବସାୟିକ ପ୍ରତିଷ୍ଠାନ, ହାଟବଜାର ଆଦିରୁ ବାହାରୁଥିବା ବର୍ଜ୍ୟ ପରିଚାଳନା ପାଇଁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସଚେତନ କରାଯାଉଛି। ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନର ୫ ମିଟର ପରିଧି ପର୍ଯ୍ୟନ୍ତ ସଫାସୁତୁରା ରଖିବା ପାଇଁ ତାଗିଦା କରାଯାଉଛି। ତେବେ ସହରରେ ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ବଜର୍ର୍‌ୟ ପରିଚାଳନା କ୍ଷେତ୍ରରେ ବିଏମ୍‌ସି ପଛରେ ପଡ଼ିଛି। ସହରର ଅଧିକାଂଶ ଗଳିକନ୍ଦିରେ ବିଭିନ୍ନ ନିର୍ମାଣଜନିତ କାର୍ଯ୍ୟ ଜାରି ରହିଛି। ପାଇପ୍‌ ଲାଇନ୍‌, ଡ୍ରେନେଜ୍‌, ସ୍ବେରେଜ୍‌, ରାସ୍ତା ନିର୍ମାଣ ପରେ ଅବଶିଷ୍ଟ ବାଲିଗୋଡ଼ି ସମ୍ପୃକ୍ତ ସ୍ଥାନରେ ପଡ଼ି ରହୁଛି। ଓ୍ବାଟ୍‌କୋ ପକ୍ଷରୁ ଘରେ ଘରେ ମିଟର ଲଗାଯିବା ତଥା ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ରାସ୍ତା ଖୋଳି ଦିଆଯାଉଛି। କିନ୍ତୁ ଏହାକୁ ଠିକ୍‌ ଭାବେ ପୋତାଯାଉ ନ ଥିବାରୁ ରାସ୍ତା ଉପରେ ଅବଶିଷ୍ଟାଂଶ ପଡ଼ିରହୁଛି। ରସୁଲଗଡ଼ର ଜିଜିପି କଲୋନୀ, ପଟିଆ, ଡମଣା, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଆଇଗିଣିଆ, ଡ଼ୁମୁଡୁମା, ବଡ଼ଗଡ଼ ଆଦି ଅଞ୍ଚଳରେ ସ୍ଥାନେ ସ୍ଥାନେ ଏପରି ଆବର୍ଜନା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ସହରର ଅନ୍ୟାନ୍ୟ ଗଳିକନ୍ଦିରେ ଏପରି ସମସ୍ୟା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଦୀର୍ଘଦିନ ଧରି ବର୍ଜ୍ୟବସ୍ତୁ ପଡ଼ିରହିବାରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ କେତେକ ସ୍ଥାନରୁ ସେସବୁକୁ ହଟାଯାଉଛି। ବିଶେଷକରି ପେଭର ବ୍ଲକ୍‌ ପଡ଼ୁଥିବା ଅଞ୍ଚଳରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ସେହିପରି ରାସ୍ତା ଖୋଳି ପାଇପ୍‌ ବିଛାଇବା ପରେ ମାଟି ପୋତିବା ସହ ଅବଶିଷ୍ଟ ମାଟି, କଂକ୍ରିଟ୍‌ ବା ପିଚୁ ଉଠାଇବାକୁ ମାସ ମାସ ବିତିଯାଉଛି। ଏପରି ବର୍ଜ୍ୟ ପଡ଼ିରହିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ସମ୍ପୃକ୍ତ ଅଞ୍ଚଳର ସୌନ୍ଦର୍ଯ୍ୟ ହାନି ହେଉଛି। ସେହିପରି ସହରରେ ନୂତନ ନିର୍ମାଣ ବା ପୁନଃ ନିର୍ମାଣ କରୁଥିବା ମାଲିକମାନେ ମଧ୍ୟ ମାସ ମାସ ଧରି ରାସ୍ତା ଉପରେ ନିର୍ମାଣଜନିତ ବର୍ଜ୍ୟ ଗଦେଇ ରଖୁଛନ୍ତି। ନିର୍ମାଣଜନିତ ବର୍ଜ୍ୟ ହଟାଇବା ପାଇଁ ବିଏମ୍‌ସି ପକ୍ଷରୁ ଦେୟଯୁକ୍ତ ସେବା ପ୍ରଦାନ କରାଯାଉଥିଲେ ମଧ୍ୟ ଘର ମାଲିକମାନେ ଏହି ସେବା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଭିନ୍ନ କଲୋନୀ, ବସ୍ତି ଅଞ୍ଚଳରୁ ଆରମ୍ଭ କରି ମୁଖ୍ୟ ସଡ଼କରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପଟେ ଏ ନେଇ ବିଏମ୍‌ସି ପରିମଳ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri