ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଚିନ୍ତା

ପଟ୍ଟାମୁଣ୍ଡାଇ,୧୨।୨(ସ୍ବ.ପ୍ର.): ଆଜିକାଲି ଲୋକେ ଅଧିକ ସଂଖ୍ୟାରେ ସହରାଭିମୁଖି ହେଉଛନ୍ତି ା ଫଳରେ ସହରରେ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସହରରେ ପରିମଳ ବ୍ୟବସ୍ଥା ତଥା ଟ୍ରାଫିକ ବ୍ୟବସ୍ଥାରେ ନାନା ସମସ୍ୟା ଦେଖାଦେଉଛି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳୁଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ରାସ୍ତା କଡ଼ରେ ଜବରଦଖଲ ସଂଖ୍ୟା ବଢୁଥିବା ବେଳେ ରାସ୍ତା ଗୁଡ଼ିକ ସଙ୍କୁଚିତ ହୋଇ ଲୋକଙ୍କ ଯିବା ଆସିବାରେ ବହୁବିଧ ସମସ୍ୟା ସୃଷ୍ଟି କରୁଛି। ରାଜ୍ୟ ରାଜ୍ୟମାର୍ଗରୁ ବାହାରି ଥିବା ଶାଖା ରାସ୍ତା ଗୁଡ଼ିକ ଏପରି ଭାବେ ଧୀରେ ଧିରେ ଅବରୋଧ ହୋଇ ଯାଉଛି। ଏହା ବ୍ୟତୀତ ରାଜ୍ୟମାର୍ଗ ରାସ୍ତାକୁ ଲାଗି ରହିଥିବା ସର୍ଭିସ୍‌ ରାସ୍ତା ବି ଅଧିକାଂଶ ସମୟ ଯାନବାହାନ ଓ ଉଠା ଦୋକାନୀଙ୍କ ଦ୍ୱାରା ଅବରୋଧ ହେଉଛି ା ଫଳରେ ଟ୍ରାଫିକ ସମସ୍ୟା ବଢ଼ି ଚାଲିଛି। ଏଥିପାଇଁ ଦୁର୍ଘଟଣା ବଢ଼ିବା ସହିତ ମୃତାହତଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇଛି ା
ଦୁଃଖର କଥା ଯେ ପଟ୍ଟାମୁଣ୍ଡାଇରେ ଆଜି ପର୍ଯ୍ୟନ୍ତ ବସଷ୍ଟାଣ୍ଡ ହୋଇ ପାରିନି। ବସକୁ ଅପେକ୍ଷା କରୁଥିବା ଯାତ୍ରୀମାନେ ଓ ସ୍କୁଲ୍‌ କଲେଜର ଛାତ୍ରୀଛାତ୍ରମାନେ ରାସ୍ତାରେ ବା ଦୋକାନ ଆଗରେ ଠିଆ ହୋଇ ରହୁଛନ୍ତି ା ଏଥିପାଇଁ ରାସ୍ତାରେ ଭିଡ଼ ବଢ଼ୁଥିବାରୁ ଲୋକଙ୍କ ଯିବା ଆସିବା ମୁସ୍କିଲ ହୋଇପଡୁଛି ା ଭିଡ଼ରେ କଲେଜ ଛାତ୍ରୀ ତଥା ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ା ବରିଷ୍ଠ ନାଗରିକମାନଙ୍କ ପାଇଁ ବି ସମସ୍ୟା ହେଉଛି ା ରାସ୍ତା ପାର ହେବାକୁ ଟ୍ରାଫିକ ପୋଲିସର ବ୍ୟବସ୍ଥା ନ ଥିବାରୁ ଛକ ଜାଗାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ହେଉଛି। ନିକଟ ଅତୀତରେ ଜଣେ ବ୍ୟକ୍ତି ନିଜ ସାଇକେଲ ଧରି ଠିଆ ହୋଇ ଥିବା ବେଳେ ପଛ ପଟରୁ ଏକ ଟ୍ରକ୍‌ ଆସି ଧକ୍କା ଦେଇଥିଲା ା ଫଳରେ ସମ୍ପୃକ୍ତ ବ୍ୟକ୍ତି ଗୁରୁତର ହୋଇଥିଲେ ା ପଟ୍ଟାମୁଣ୍ଡାଇ ପୌରପରିଷଦକୁ ୩୪ ବର୍ଷ ପୁରିଲା ପରେ ବି ବସ ଷ୍ଟାଣ୍ଡ ନ ଥିବାରୁ ଟ୍ରାଫିକ ସମସ୍ୟାର ସମାଧାନ ହୋଇ ପାରୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ରାସ୍ତା କଡ଼ରେ ଥିବା ଷ୍ଟ୍ରିଟ ଲାଇଟ୍‌ କେଉଁଠି ଜଳୁଛି ତ କୋଉଁଠି ବହୁଦିନ ଧରି ଅଚଳହୋଇ ରହିଛି ା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଡ଼କ ଜନିତ ଦୁର୍ଘଟଣା ରୋକିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ା ସଚେତନତାଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଗାଁ ଗହଳିରୁ ସହର ପର୍ଯ୍ୟନ୍ତ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ଛକସ୍ଥାନଗୁଡ଼ିକ ଜବରଦଖଲ ଯୋଗୁ ଏବେ ମରଣଯନ୍ତା ପାଲଟିଛି । ସେଭଳି ସ୍ଥାନରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଉକ୍ତ ରାସ୍ତାର ଜବରଦଖଲ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri