Posted inଫୁରସତ

ଯୁଦ୍ଧ ଅନାଥଙ୍କ ବିଶ୍ୱ ଦିବସ: ଶାନ୍ତି ଦ୍ୱାରା ହୃଦୟ ଜୟ ହିଁ ପ୍ରକୃତ ବିଜୟ

ଶାନ୍ତି ଏବଂ ସହନଶୀତଳତା ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ। କାରଣ ହିଂସା ଦ୍ୱାରା କେବେ ମଧ୍ୟ ବିଜୟ ଲାଭ କରାଯାଇ ପାରେନା। ସ୍ନେହ ପ୍ରେମ ଭଲ ପାଇବା ଏବଂ ଶାନ୍ତି ଦ୍ୱାରା ହୋଇଥିବା ହୃଦୟ ଜୟ ହିଁ ପ୍ରକୃତ ବିଜୟ। ତେଣୁ ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ହିଁ ଅପରିହାର୍ଯ୍ୟ। ବିଶ୍ୱ ଶାନ୍ତି ସମ୍ପର୍କରେ ସଚେତନତା ଏବଂ ଯୁଦ୍ଧ ଦ୍ୱାରା ସୃଷ୍ଟି ହେଉଥିବା ବିଭୀଷିକା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୬ରେ ବିଶ୍ୱ ଯୁଦ୍ଧ ଅନାଥ ଦିବସ ପାଳନ କରାଯାଇଥାଏ। ଯୁଦ୍ଧ ଅନାଥ ଅର୍ଥ ହେଉଛନ୍ତି ଯବାନଙ୍କ ପିଲା, ଯେଉଁମାନଙ୍କର ପିିତାଙ୍କର ମୃତ୍ୟୁ ସଶସ୍ତ୍ର ବାହିନୀରେ ଡ୍ୟୁଟି ସମୟରେ ଘଟିଛି। ଯୁଦ୍ଧ ଯୋଗୁ ଅନାଥ ହୋଇଯାଇଥିବା ପିଲାମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ। ଯୁଦ୍ଧ ଅନାଥ ପିଲାମାନଙ୍କ ଜୀବନଧାରଣ ଅବସ୍ଥାକୁ ସ୍ବାଭାବିକ ଭାବେ ସୁନିଶ୍ଚିତ କରିବା ଏବଂ ଏଭଳି ପିଲାମାନେ ସମ୍ମୁଖୀନ ହେଉଥିବା ଭାବପ୍ରବଣ, ସାମାଜିକ ଏବଂ ଶାରୀରିକ ଆହ୍ବାନର ସମାଧାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଅନାଥ ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବୁଢ଼ାବାପା ବୁଢ଼ୀମା, ଜେଜେବାପା ଜେଜେମା ଅବା ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା ପ୍ରାୟତଃ ପ୍ରତିପାଳିତ ହୋଇଥାନ୍ତି। ଏଭଳି ଅନାଥ ପିଲାଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ବୟୟ ୫ ବର୍ଷରୁ ଅଧିକ।
ବିକଶିତ ଦେଶଗୁଡ଼ିକରେ ଅନାଥମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଛି। ଜାତିସଂଘ ରିପୋର୍ଟ ଅନୁସାରେ ଯୁଦ୍ଧ ଅନାଥଙ୍କ ସଂଖ୍ୟା ପ୍ରାୟ ୧୫୦ ନିୟୁତ
ସେଥିମଧ୍ୟରେ ଏସିଆରେ ୬୧ ନିୟୁତ, ଆଫ୍ରିକାରେ ୫୨ ନିୟୁତ, ଲାଟିନ ଆମେରିକା ଏବଂ କାରିବିଆନରେ ୧୦ ନିୟୁତ, ପୂର୍ବ ୟୁରୋପ ଏବଂ ମଧ୍ୟ ଏସିଆରେ ୭.୩ ନିୟୁତ ଯୁଦ୍ଧ ଅନାଥ ଥିଲେ। ୟୁନିସେଫ୍‌ ଅନୁଯାୟୀ, ଯୁଦ୍ଧ ଅନାଥ ପିଲାମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଏହି ଦିବସ ଅବସରରେ ପୃଥିବୀରେ ଯୁଦ୍ଧ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri