Posted inଫୁରସତ

ଯୁଦ୍ଧ ଅନାଥଙ୍କ ବିଶ୍ୱ ଦିବସ: ଶାନ୍ତି ଦ୍ୱାରା ହୃଦୟ ଜୟ ହିଁ ପ୍ରକୃତ ବିଜୟ

ଶାନ୍ତି ଏବଂ ସହନଶୀତଳତା ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ। କାରଣ ହିଂସା ଦ୍ୱାରା କେବେ ମଧ୍ୟ ବିଜୟ ଲାଭ କରାଯାଇ ପାରେନା। ସ୍ନେହ ପ୍ରେମ ଭଲ ପାଇବା ଏବଂ ଶାନ୍ତି ଦ୍ୱାରା ହୋଇଥିବା ହୃଦୟ ଜୟ ହିଁ ପ୍ରକୃତ ବିଜୟ। ତେଣୁ ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ହିଁ ଅପରିହାର୍ଯ୍ୟ। ବିଶ୍ୱ ଶାନ୍ତି ସମ୍ପର୍କରେ ସଚେତନତା ଏବଂ ଯୁଦ୍ଧ ଦ୍ୱାରା ସୃଷ୍ଟି ହେଉଥିବା ବିଭୀଷିକା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୬ରେ ବିଶ୍ୱ ଯୁଦ୍ଧ ଅନାଥ ଦିବସ ପାଳନ କରାଯାଇଥାଏ। ଯୁଦ୍ଧ ଅନାଥ ଅର୍ଥ ହେଉଛନ୍ତି ଯବାନଙ୍କ ପିଲା, ଯେଉଁମାନଙ୍କର ପିିତାଙ୍କର ମୃତ୍ୟୁ ସଶସ୍ତ୍ର ବାହିନୀରେ ଡ୍ୟୁଟି ସମୟରେ ଘଟିଛି। ଯୁଦ୍ଧ ଯୋଗୁ ଅନାଥ ହୋଇଯାଇଥିବା ପିଲାମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ। ଯୁଦ୍ଧ ଅନାଥ ପିଲାମାନଙ୍କ ଜୀବନଧାରଣ ଅବସ୍ଥାକୁ ସ୍ବାଭାବିକ ଭାବେ ସୁନିଶ୍ଚିତ କରିବା ଏବଂ ଏଭଳି ପିଲାମାନେ ସମ୍ମୁଖୀନ ହେଉଥିବା ଭାବପ୍ରବଣ, ସାମାଜିକ ଏବଂ ଶାରୀରିକ ଆହ୍ବାନର ସମାଧାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଅନାଥ ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବୁଢ଼ାବାପା ବୁଢ଼ୀମା, ଜେଜେବାପା ଜେଜେମା ଅବା ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା ପ୍ରାୟତଃ ପ୍ରତିପାଳିତ ହୋଇଥାନ୍ତି। ଏଭଳି ଅନାଥ ପିଲାଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ବୟୟ ୫ ବର୍ଷରୁ ଅଧିକ।
ବିକଶିତ ଦେଶଗୁଡ଼ିକରେ ଅନାଥମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଛି। ଜାତିସଂଘ ରିପୋର୍ଟ ଅନୁସାରେ ଯୁଦ୍ଧ ଅନାଥଙ୍କ ସଂଖ୍ୟା ପ୍ରାୟ ୧୫୦ ନିୟୁତ
ସେଥିମଧ୍ୟରେ ଏସିଆରେ ୬୧ ନିୟୁତ, ଆଫ୍ରିକାରେ ୫୨ ନିୟୁତ, ଲାଟିନ ଆମେରିକା ଏବଂ କାରିବିଆନରେ ୧୦ ନିୟୁତ, ପୂର୍ବ ୟୁରୋପ ଏବଂ ମଧ୍ୟ ଏସିଆରେ ୭.୩ ନିୟୁତ ଯୁଦ୍ଧ ଅନାଥ ଥିଲେ। ୟୁନିସେଫ୍‌ ଅନୁଯାୟୀ, ଯୁଦ୍ଧ ଅନାଥ ପିଲାମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଏହି ଦିବସ ଅବସରରେ ପୃଥିବୀରେ ଯୁଦ୍ଧ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri