୮୦ ବର୍ଷ ପରେ ମାଲ୍ଟାରେ ମିଳିଲା ଆମେରିକା ବାୟୁସେନା ଯବାନଙ୍କ ମୃତ ଶରୀର, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯୁଦ୍ଧ ବିମାନ

ମାଲ୍ଟା,୧୬।୯: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମେରିକୀୟ ଯୁଦ୍ଧ ବିମାନ ଏବଂ ଆମେରିକା ବାୟୁସେନାର ଅବଶିଷ୍ଟାଂଶ ୟୁରୋପୀୟ ଦେଶ ମାଲ୍ଟାରେ ମିଳିଛି। ୮୦ ବର୍ଷ ପରେ ଭୂମଧ୍ୟସାଗରରେ ଏହି ଅବଶିଷ୍ଟାଂଶ ମିଳିଛି। ଏହି ଦୁର୍ଘଟଣାରେ ସମ୍ପୃକ୍ତ ପାଇଲଟ ୧୯୪୩ ପରଠାରୁ ନିଖୋଜ ଘୋଷିତ ହୋଇଥିଲେ।

ମାଲ୍ଟାର ୱେବସାଇଟ ଟାଇମ୍ସ ଅଫ ମାଲ୍ଟା ରିପୋର୍ଟ କରିଛି ଯେ, ଏହାକୁ ଖୋଜିବା ପାଇଁ ମାଲ୍ଟା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଫେସର ଟିମି ଗାମ୍ବିନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଏହି ଦଳ ୨୦୧୮ରେ ଅବଶିଷ୍ଟାଂଶ ଖୋଜିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ।

ଟାଇମ୍ସ ଅଫ ମାଲ୍ଟା ଅନୁଯାୟୀ ଆମେରିକାର ବାୟୁସେନା ସାର୍ଗିଟ ଇରାଭିଙ୍ଗ୍‌ ଆର ନ୍ୟୁମ୍ୟାନ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ବି -୨୪ ଲିବରେଟର ଯୁଦ୍ଧ ବିମାନ ବେଙ୍ଗଜସା ପଏଣ୍ଟ ନିକଟରେ ସମୁଦ୍ରରେ ପଡ଼ିଯାଇଥିଲା। ସେ ଯୁଦ୍ଧ ବିମାନରେ ଏକୁଟିଆ ଥିଲେ ଏବଂ ତାଙ୍କୁ ଉଦ୍ଧାର କରାଯାଇନଥିଲା। ସେବେଠାରୁ ତାଙ୍କୁ ନିଖୋଜ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri