Posted inଫୁରସତ

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ ସଙ୍କଟ ଦୂର କରିବା ପାଇଁ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ୨୦୨୩ରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ପ୍ରତିଦିନ ପାଞ୍ଚ ବର୍ଷରୁ କମ୍‌ ବୟସର ପ୍ରାୟ ୧୦୦୦ ପିଲାମାନଙ୍କର ମୃତ୍ୟୁ ଅସୁରକ୍ଷିତ ଜଳ, ପରିମଳ ଏବଂ ସ୍ବଚ୍ଛତା କାରଣରୁ ହେଉଛି। ଯେତେବେଳେ କି ଉନ୍ନତ ପରିମଳ ପ୍ରତିବର୍ଷ ୧.୪ ନିୟୁତ ଜୀବନ ରକ୍ଷା କରିପାରିବ। ଯାହା ଶୌଚାଳୟର ଆବଶ୍ୟକତାକୁ ଦର୍ଶାଉଛି।

୨୦୧୩ ଠାରୁ ପାଳନ କରାଯାଉଥିବା ଏହି ଦିନ, ନିରାପଦ ତଥା ଶୌଚାଳୟର ଉପଲବ୍ଧ ସୁବିଧା ଉପରେ ଗୁରୁତ୍ୱ ଦିଏ। ଏହି ଦିନ ପାଳିବାର ଲକ୍ଷ୍ୟ ରହିଛି ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ଜଳ ଏବଂ ପରିମଳ ସୁନିଶ୍ଚିତ କରିବା। ଚଳିତ ବର୍ଷ ଏହାର ବିଷୟବସ୍ତୁ ହେଉଛି ’ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’ ଯାହା ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ବ୍ୟବସ୍ଥିତ ଅବହେଳା ହେତୁ କୋଟି କୋଟି ଲୋକ ପରିମଳ ପାଇଁ ଅଧିକ ବିପଦର ସମ୍ମୁଖୀନ ହେଉଥିବା ଗୁରୁତ୍ୱାରୋପ କରିଛି।

ପର୍ଯ୍ୟାପ୍ତ ପରିମଳ ବ୍ୟବସ୍ଥା ଅଭାବ ହେତୁ ବର୍ତ୍ତମାନ ବିଶ୍ୱରେ ପ୍ରାୟ ୩.୫ ବିଲିୟନ ଲୋକ ନିରାପଦରେ ପରିଚାଳିତ ପରିମଳ ବିନା ଜୀବନଯାପନ କରୁଥିବାବେଳେ ବିଶ୍ୱରେ ୪୧୯ ନିୟୁତ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି। ପରିମଳ ବ୍ୟବସ୍ଥା ଏକ ପ୍ରତିରକ୍ଷା ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରେ ଓ ସୁନିଶ୍ଚିତ କରେ ଯେ, ମାନବ ବର୍ଜ୍ୟବସ୍ତୁ ଇକୋସିଷ୍ଟମରେ ପ୍ରବେଶ କରେ ନାହିଁ ଏବଂ ସମ୍ପ୍ରଦାୟକୁ ବିପଦରୁ ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri