Categories: ବାଣିଜ୍ୟ

ପତଞ୍ଜଳି ପକ୍ଷରୁ ବିଶ୍ୱ ମୃତ୍ତିକା ଦିବସ

ଭୁବନେଶ୍ୱର, ୯।୧୨(ଅନୁରାଧା ମହାରଣା): ବିଶ୍ୱ ମୃତ୍ତିକା ଦିବସ ଅବସରରେ ପତଞ୍ଜଳି ହରିଦ୍ୱାର ଜିଲାର ଜୈବିକ ଅନୁସନ୍ଧାନ ପ୍ରତିଷ୍ଠାନର ସଦସ୍ୟମାନେ ହରିଦ୍ୱାରର ଭଗବାନପୁର, ରୁଡ୍‌କୀ, ବାହାଦରପୁର ଏବଂ ଲକ୍ସର, ବିକାଶଖଣ୍ଡସ୍ଥିତ ଆକବରପୁର ଜୋଝା, ନୂରପୁର ଏବଂ ଲାଡପୁର କଂଲା ଆଦି ଗ୍ରାମ ପରିଦର୍ଶନ କରିଛନ୍ତି। ପତଞ୍ଜଳିର ୨ଟି ଭିନ୍ନ ଟିମ୍‌ରେ କୃଷି ବିଶେଷଜ୍ଞ, ଅଧିକାରୀ ଏବଂ ସମ୍ପୃକ୍ତ ଗ୍ରାମଗୁଡିକର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ଏହି କ୍ରମରେ କୃଷି ହିତାଧିକାରୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଆକବରପୁର କଲସୋ ମୁଖ୍ୟ ବବିତା, ଆକବରପୁର ଜୋଝା ଜୁଲଫିକରଙ୍କଠାରୁ ନୂରପୁରରୁ ପ୍ରଦୀପ ଚୌହାଦ ଏବଂ ଲାଡପୁର କଂଲାରୁ ଶାହାଜାଦ ଅଲିଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ହରିଦ୍ୱାର କୃଷି ବିଜ୍ଞାନକେନ୍ଦ୍ରର କୃଷି ବିଶେଷଜ୍ଞ ଡ. ଉମେଶ ସାକ୍ସସେନା, ଡା. ନୀଳକଣ୍ଠ ଓ ଗ୍ରାମ ଉନ୍ନୟନ ଅଧିକାରୀ ବିନୟ ପ୍ରତାପ ସିଂ, ବିଶାଳ ଚୌହାନ, ଶାଲିନୀ ବଲୌଦୀ, ପ୍ରତାପ ସିଂ ପ୍ରମୁଖ ମୃତ୍ତିକା ସ୍ବାସ୍ଥ୍ୟ ଦିବସର ଗୁରୁତ୍ୱ ଉପରେ କହିଥିଲେ। ପତଞ୍ଜଳି ଜୈବିକ ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଦୀପକ ବଶିଷ୍ଠ, ଅର୍ପଣ ଚୌହାନ, ଅପୂର୍ବା ତିୱାରୀ, ଡା. ମନୋହରୀ ରାଠୀ, ପୀୟୂଷ ତ୍ୟାଗୀ, ନୀମା ସିଂ ଏବଂ ସଚିନ ଚୌହାନ ଉପସ୍ଥିତ ଥିଲେ।

Share