Categories: ଫୁରସତ

ଶରୀରକୁ ସୁସ୍ଥ ରଖେ ହସ

ସ୍ବାସ୍ଥ୍ୟ ପାଇଁ ହସ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ଏହା ଦୁନିଆର ସର୍ବୋତ୍ତମ ଔଷଧ। ମନ ଏବଂ ଶରୀରକୁ ସୁସ୍ଥ ରଖିବାରେ ହସ ମହୌଷଧି କହିଲେ କିଛି ଭୁଲ୍‌ ହେବ ନାହିଁ। ତେଣୁ ହସ ଯୋଗୁ ଶରୀର ଉପରେ ଅନୁଭୂତ ହେଉଥିବା ସକାରାତ୍ମକ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ମେ’ ମାସର ପ୍ରଥମ ରବିବାରକୁ ବିଶ୍ୱ ହସ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମେ’ ୧ ତାରିଖରେ ପାଳନ ହେଉଛି।

ହସ ଶରୀର ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରେ। ଏହା ସହିତ ମନୋବଳକୁ ବୃଦ୍ଧି କରାଇଥାଏ। ସେହିପରି ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଚାପରୁ ମୁକ୍ତି ପ୍ରଦାନ କରିଥାଏ। ମନ ଏବଂ ଶରୀର ମଧ୍ୟରେ ଉତ୍ତମ ସନ୍ତୁଳନ ସୃଷ୍ଟି କରିବାରେ ହସ ସକ୍ଷମ ହୋଇଥାଏ। ହସ ଭାବପ୍ରବଣତା ହ୍ରାସ କରି ସମ୍ପର୍କକୁ ସୁଦୃଢ଼ କରିଥାଏ। ତେଣୁ ଯେତେବେଳେ ବି ସୁଯୋଗ ମିଳିବ, ସେତେବେଳେ ହସିବା ଆବଶ୍ୟକ ବୋଲି ବିଶେଷଜ୍ଞ ମତପୋଷଣ କରିଥାନ୍ତି। ଅଥାତ୍‌ ସୁଖୀ ଏବଂ ରୋଗମୁକ୍ତ ଦୀର୍ଘ ଜୀବନ ପାଇଁ ହସିବା ଜରୁରୀ।୧୯୯୮ ମେ ୧୦ରେ ମୁମ୍ବାଇଠାରେ ପ୍ରଥମ ବିଶ୍ୱ ହସ ଦିବସ ପାଳନ କରାଯାଇଥିଲା। ଏହାର ଆୟୋଜନ ଡାକ୍ତର ମଦନ କଟାରିଆ କରିଥିଲେ। ଏହା ପରଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି। ଏବେ ୭୦ରୁ ଅଧିକ ଦେଶ ଏହି ଦିବସ ପାଳନ କରୁଛନ୍ତି।

Share