Categories: ଫୁରସତ

ବିଶ୍ୱ ମିତବ୍ୟୟିତା ଦିବସ

ଭବିଷ୍ୟତରେ ବେଳେବେଳେ ମଣିଷକୁ ସଙ୍କଟଜନକ ଆର୍ଥିକ ସ୍ଥିତିର ମୁକାବିଲା କରିବାକୁ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ ସଞ୍ଚୟ କରିବା ଜରୁରୀ। ସଞ୍ଚୟ ଅର୍ଥାତ୍‌ ମିତବ୍ୟୟିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୩୦ ଅକ୍ଟୋବରରେ ବିଶ୍ୱସ୍ତରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଥାଏ। ୩୧ ଅକ୍ଟୋବର ୧୯୨୪ରେ ଇଟାଲୀର ମିଲାନରେ ଅନ୍ତର୍ଜାତୀୟ ସେଭିଂସ୍‌ ବ୍ୟାଙ୍କ କଂଗ୍ରେସ (ୱାଲର୍‌ଡ ସୋସାଇଟି ଅଫ ସେଭିଂସ୍‌ ବ୍ୟାଙ୍କ) ଦ୍ୱାରା ବିଶ୍ୱ ମିତବ୍ୟୟିତା ଦିବସ ପ୍ରତିଷ୍ଠା କରାଯାଇଥିଲା। ଇଟାଲୀର ପ୍ରଫେସର ଫିଲିପ୍ପୋ ରବିଜା କଂଗ୍ରେସର ଶେଷଦିନ ଅକ୍ଟୋବର ୩୦ରେ ଅନ୍ତର୍ଜାତୀୟ ମିତବ୍ୟୟିତା ଦିବସ ଘୋଷଣା କରିଥିଲେ। ପରେ ୧୯୩୪ ଅକ୍ଟୋବର ୩୦ରେ ପ୍ରଥମ ମିତବ୍ୟୟିତା ଦିବସ ପାଳିତ ହୋଇଥିଲା। ମିତବ୍ୟୟିତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ପ୍ରୟାସରେ ସଞ୍ଚୟ ବ୍ୟାଙ୍କଗୁଡ଼ିକ ବିଦ୍ୟାଳୟ, ଧର୍ମପୀଠ, ସାଂସ୍କୃତିକ ସଙ୍ଗଠନ, କ୍ରୀଡ଼ା, ବୃତ୍ତିଗତ ତଥା ମହିଳା ସଙ୍ଗଠନ ସହଯୋଗରେ କାର୍ଯ୍ୟ ଆରମ୍ଭ କରିଥିଲା।
୨୯ଟି ଦେଶର ପ୍ରତିନିଧିମାନେ ବିଶ୍ୱର ଜନସାଧାରଣଙ୍କୁ ସଞ୍ଚୟ କରିବାର ଚିନ୍ତା ଏବଂ ଅର୍ଥନୀତି ତଥା ବ୍ୟକ୍ତିବିଶେଷଙ୍କ ପ୍ରାସଙ୍ଗିକତା ଉପରେ ସଚେତନ କରାଇଥିଲେ।

Share