Posted inଖେଳ

ବିଶ୍ୱ ରେକର୍ଡ ବିରାଟ କୋହଲି: ପ୍ରଥମ କ୍ରିକେଟରେ ଭାବେ କଲେ ଏମିତି କାରନାମା

ଇନ୍ଦୋର,୧୯।୧: ବିରାଟ କୋହଲି ତାଙ୍କ କ୍ୟାରିୟରରେ ତାଙ୍କର ୫୪ତମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଇନ୍ଦୋରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି ସଫଳତା ହାସଲ କରିଛନ୍ତି। ସେ ୯୧ ବଲ୍‌ରେ ୮ ଚୌକା ଏବଂ ୨ ଛକା ମାରି ତାଙ୍କର ଶତକ ପୂରଣ କରିଛନ୍ତି। ବିରାଟ ଏବେ ଦିନିକିଆ କ୍ରିକେଟ ଇତିହାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଶତକ ମାରିଥିବା ବ୍ୟାଟସମ୍ୟାନ ହୋଇଛନ୍ତି। ସେ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଛନ୍ତି।

ବିରାଟ କୋହଲି ଏବେ ଦିନିକିଆ କ୍ରିକେଟ ଇତିହାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଶତକ ମାରିଥିବା କ୍ରିକେଟର ହୋଇଛନ୍ତି। ଏହା କିୱି ଦଳ ବିପକ୍ଷରେ ତାଙ୍କର ୭ମ ଶତକ ଥିଲା। ରିକି ପଣ୍ଟିଂ ଏବଂ ବୀରେନ୍ଦ୍ର ସେହ୍ବାଗ ପ୍ରତ୍ୟେକ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୬ ଶତକ ମାରିଥିଲେ, କିନ୍ତୁ ବିରାଟ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।

ବିରାଟ କୋହଲି – ୭ ଶତକ
ରିକି ପଣ୍ଟିଂ – ୬ ଶତକ
ବୀରେନ୍ଦ୍ର ସେହ୍ବାଗ – ୬ ଶତକ
ସଚିନ ତେନ୍ଦୁଲକର – ୫ ଶତକ
ସନଥ ଜୟସୁରିଆ – ୫ ଶତକ
ପାଞ୍ଚଟି ଦେଶ ବିପକ୍ଷରେ ୭ କିମ୍ବା ତା’ଠାରୁ ଅଧିକ ଶତକ
ବିରାଟ କୋହଲି ଏବେ ପାଞ୍ଚଟି ଦେଶ ବିପକ୍ଷରେ ଏକଦିବସୀୟ ମ୍ୟାଚ୍‌ରେ ୭ କିମ୍ବା ତା’ଠାରୁ ଅଧିକ ଶତକ ମାରିସାରିଛନ୍ତି। ସେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ଶତକ ମାରିଛନ୍ତି। ଶ୍ରୀଲଙ୍କା ହେଉଛି ଏକମାତ୍ର ଦଳ ଯାହା ବିପକ୍ଷରେ ବିରାଟ କୋହଲି ୧୦ ଶତକ ହାସଲ କରିଛନ୍ତି।

ଶ୍ରୀଲଙ୍କା ବିପକ୍ଷରେ ୧୦ ଶତକ
ୱେଷ୍ଟଇଣ୍ଡିଜ ବିପକ୍ଷରେ ୯ ଶତକ
ଅଷ୍ଟ୍ରେଲିଆ ବିପକ୍ଷରେ ୮ ଶତକ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭ ଶତକ
ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ଶତକ

ଏହା ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୮୫ତମ ଶତକ। ସେ ବର୍ତ୍ତମାନ ସର୍ବାଧିକ ଶତକ ପାଇଁ ସଚିନ ତେନ୍ଦୁଲକର (୧୦୦ ଶତକ)ଙ୍କୁ ପଛରେ ପକାଇବା ପାଇଁ ୧୫ ଶତକ ଦୂରରେ ଅଛନ୍ତି। ଏହା ଭାରତୀୟ ମାଟିରେ ବିରାଟଙ୍କ ୪୧ତମ ଶତକ ଥିଲା। ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୨୮ ହଜାର ରନ ସଂଖ୍ୟା ଛୁଇଁ ସାରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri