Categories: ଖେଳ

ଟି୨୦ କ୍ରିକେଟ୍‌ରେ ଗୋଟିଏ ଦିନରେ ଶତକ, ଅର୍ଦ୍ଧଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୩୦।୮: କ୍ରିକେଟ୍‌ ଖେଳରେ ସର୍ବଦା ନୂଆ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥାଏ। କିନ୍ତୁ ନିକଟରେ ଟି୨୦ କ୍ରିକେଟ୍‌ରେ ଏହିଭଳି ଏକ ରେକର୍ଡ ସୃଷ୍ଟି ହୋଇଛି, ଯାହାକୁ ଭାଙ୍ଗିବା ସମ୍ଭବତଃ କୌଣସି ବ୍ୟାଟ୍ସମ୍ୟାନ ପକ୍ଷେ କଷ୍ଟକର ହୋଇପାରେ। ବେଲ୍‌ଜିୟମ କ୍ରିକେଟ୍‌ ଦଳର ଅଧିନାୟକ ଶହରୟାର ଭଟ୍ଟ ଗୋଟିଏ ଦିନରେ ଟି୨୦ କ୍ରିକେଟ୍‌ରେ ଶତକ ଓ ଅର୍ଦ୍ଧଶତକ ହାସଲ କରିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଗୋଟିଏ ଦିନରେ ସେ ଦୁଇଟି ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିଲେ। ଶନିବାର ବେଲ୍‌ଜିୟମ ଓ ଲଗ୍‌ଜମବର୍ଗ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଶହରୟାର୍‌ ୪୫ ବଲରେ ୮୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୭ ଛକା ଓ ୪ ଚୌକା ମାରିଥିଲେ। ଏହାପରେ ସେହି ଶନିବାର ବେଲ୍‌ଜିୟମ ଅନ୍ୟ ଏକ ମ୍ୟାଚ୍‌ରେ ଚେକ୍‌ ରିପବ୍ଲିକକୁ ଭେଟିଥିଲା। ଏଥିରେ ମଧ୍ୟ ଶହରୟାର୍‌ଙ୍କ ଚମକ ଦେଖିବାକୁ ମିଳିଥିଲା। ସେ ୫୦ ବଲ୍‌ର ସାମ୍ନା କରି ଅପରାଜିତ ୧୨୫ ରନର ଏକ ମାରାଥନ ଇନିଂସ ଖେଳିଥିଲେ। ଶତକୀୟ ଇନିଂସ ଅବସରରେ ସେ ୯ ଛକା ଓ ୧୧ ଚୌକା ସହ ବାଉଣ୍ଡରୀରୁ ୯୮ ରନ ସଂଗ୍ରହ କରିଥିଲେ। ଫଳରେ ସେ ଗୋଟିଏ ଦିନରେ ୨ ଟି୨୦ ମ୍ୟାଚ୍‌ ଖେଳି ମୋଟ୍‌ ଉପରେ ୯୫ ବଲରୁ ୨୦୬ ରନ୍‌ ସଂଗ୍ରହ କରିଥିଲେ।

Share