Posted inଫୁରସତ

ହାଇହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ି ବିଶ୍ୱ ରେକର୍ଡ

ଯେତେବେଳେ ଉସେନ ବୋଲ୍ଟ ପ୍ରଥମ ଥର ପାଇଁ ୨୦୦୮ରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିଲେ। ସେତେବେଳେସେତେବେଳେ ସାରା ବିଶ୍ୱ ତାଙ୍କୁ ଜାଣିଥିଲା। ସେ ହାଇହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ବର୍ତ୍ତମାନ ପୁଣି ଜଣେ ବ୍ୟକ୍ତି ହାଇହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଯଦିଓ ସେ ଉସେନ ବୋଲ୍ଟଙ୍କ ରେକର୍ଡ ଭାଙ୍ଗି ନାହାନ୍ତି ତଥାପି ନିଜର ଏକ ନିଆରା ରେକର୍ଡ କରିଛନ୍ତି।

ଗିନିଜ ଓ୍ବାଲର୍‌ଡ ରେକର୍ଡ ଅନୁଯାୟୀ, ସ୍ପେନର ଖ୍ରୀଷ୍ଟିଆନ ରୋବର୍ଟୋ ଲୋପେଜ ରୋଡ୍ରିଗୁଏଜ ମହିଳା ହାଇ ହିଲ୍‌ ପିନ୍ଧି ୧୦୦ ମିଟର ଦୌଡ଼ି ଶୁକ୍ରବାର ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରୋବର୍ଟୋ ମାତ୍ର ୧୨.୮୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଆଶ୍ଚର୍ଯ୍ୟର କଥା ଉସେନ ବୋଲ୍ଟଙ୍କ ୧୦୦ ମିଟର ରେକର୍ଡ ଖ୍ରୀଷ୍ଟିଆନଙ୍କ ରେକର୍ଡଠାରୁ ମାତ୍ର ୩.୨୪ସେକେଣ୍ଡ ଅଧିକ। ଏହାର ଅର୍ଥ ହେଉଛି ଯଦି ଖ୍ରୀଷ୍ଟିଆନ ତାଙ୍କ ଚପଲ କାଢ଼ନ୍ତି ତେବେ ସେ କେତେ ଦ୍ରୁତଗତିରେ ଦୌଡ଼ିବେ। ରେକର୍ଡ ସେଟ୍‌ କରିବାକୁ ଖ୍ରୀଷ୍ଟିଆନଙ୍କୁ ୭ ସେମି ହାଇହିଲ୍‌ ପିନ୍ଧିବାକୁ ପଡ଼ିବ ଏବଂ ଆଙ୍ଗୁଠି ଆଡକୁ ୧.୫ ସେମି ଚଉଡା ରଖିବାକୁ ପଡ଼ିବ। ଏହି ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ବହୁତ ଅଭ୍ୟାସ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ହାଇ ହିଲ୍‌ରେ ଅତି କ୍ଷୀପ୍ର ଗତିରେ ଚାଲିବା ବହୁତ କଷ୍ଟକର। ସେ କହିଛନ୍ତି, ସ୍ପେନରେ ଏପରି ଏକ ଦୌଡ଼ ଅଛି ଯେଉଁଥିରେ ହିଲ୍‌ ପିନ୍ଧି ଦୌଡ଼ା ଯାଏ। ସେ କହିଛନ୍ତି, ସେ ଜଣେ ମଧୁମେହ ରୋଗୀ ଏବଂ ତେଣୁ ସେ ସେହି ଲୋକମାନଙ୍କୁ ଦେଖାଇବାକୁ ଚାହିଁଲେ ଯେ ମଧୁମେହ ରୋଗୀମାନେ ମଧ୍ୟ ସୁସ୍ଥ ଲୋକମାନଙ୍କ ପରି ସବୁକିଛି କରିପାରିବେ।

ଜାଣି ଆଶ୍ଚର୍ଯ୍ୟ ହେବେ ରୋବର୍ଟୋଙ୍କ ନାମରେ ୫୭ ଗିନିଜ ଓ୍ବାଲର୍‌ଡ ରେକର୍ଡ ଅଛି। ଦୀର୍ଘ ସମୟ ଧରି ନାକ ଉପରେ କିଛି ସନ୍ତୁଳନ ରକ୍ଷା କରି ସେ ଏକ ରେକର୍ଡ ବି ସୃଷ୍ଟି କରିଛନ୍ତି। ସେ ୨ ଘଣ୍ଟା ୪୨ ମିନିଟ୍‌ ପାଇଁ ନାକ ଉପରେ ଭାରସାମ୍ୟ ରକ୍ଷା କରିଥିଲେ। ଏହା ସହିତ ସେ ୩ଟି ଜିନିଷ ଜଗିଂ କରୁଥିବାବେଳେ ସର୍ବାଧିକ ସଂଖ୍ୟକ ପାହାଚ ଚଢ଼ିବା ପାଇଁ ରେକର୍ଡ ମଧ୍ୟ ରଖିଛନ୍ତି। ସେ ୨୦୮୨ ପାହାଚ ଚଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri