Posted inଫୁରସତ

୨୫୪ ଦେଶର ପତାକା ଚିହ୍ନି ୱାଲର୍‌ଡ ରେକର୍ଡ

କୁଆଲାଲମ୍ପୁର: କୌଣସି ଦେଶ ପାଇଁ ତା’ ରାଷ୍ଟ୍ରୀୟ ପତାକା ସବୁଠୁ ମୂଲ୍ୟବାନ ହୋଇଥାଏ, ଯାହା ଦ୍ୱାରା ସେ ପୂରା ବିଶ୍ୱରେ ପରିଚିତ ହୋଇଥାଏ। ଲୋକେ ସବୁ ସ୍ଥାନରେ ନିଜ ଦେଶର ପତାକାକୁ ଆଗରେ ଦେଖିବାକୁ ପସନ୍ଦ କରିବା ସହ ତାକୁ ସହଜରେ ଚିହ୍ନି ଦିଅନ୍ତି। ଏହାଛଡ଼ା କିଛି ଦେଶ ରହିଛି, ଯାହାର ପତାକା ଲୋକଙ୍କୁ ଜଣାଥିବ। ହେଲେ ମାଲେସିଆର ପେନାଙ୍ଗର ଜଣେ ୮ ବର୍ଷର ଝିଅ, ଯିଏକି ନିଜ ମୁଖରେ ପୂରା ବିଶ୍ୱରେ ଥିବା ସମସ୍ତ ଦେଶର ପତାକା ବାବଦରେ ସବିଶେଷ ଜ୍ଞାନ ରହିଛି। ସେ ନିକଟରେ ୨୫୦ରୁ ଅଧିକ ଦେଶର ପତାକାକୁ ଚିହ୍ନି ୱାଲର୍‌ଡ ରେକର୍ଡ କରିଛନ୍ତି। ତାହା ପୁଣି ବହୁତ କମ୍‌ ସମୟରେ। ଅମ୍ରିଥା ମତିୱାନାନ୍‌ ୨୫୪ ଦେଶର ପତାକାକୁ ୪ ମିନିଟ୍‌ ୨୧ ସେକେଣ୍ଟରେ ଚିହ୍ନଟ କରି ୱାଲର୍‌ଡ ରେକର୍ଡ କରିଛନ୍ତି। ଏହି ରେକର୍ଡକୁ କଲାମ ୱାଲର୍‌ଡ ରେକର୍ଡରେ ସାମିଲ କରାଯାଇଛି। ଏହାଛଡ଼ା କାନାଡାର କିଡ୍‌ସ ୱାଲର୍‌ଡ ରେକଡର୍‌ସ, ଇଣ୍ଟରନ୍ୟାଶନାଲ ବୁକ୍‌ସ ଅଫ୍‌ ରେକଡର୍‌ସ, ଜ୍ୟାକି ବୁକ୍‌ ଅଫ୍‌ ୱାଲର୍‌ଡ ରେକଡର୍‌ସ ଆଦି ୩ ଅର୍ଗାନାଇଜେଶନରୁ ମଧ୍ୟ ତାଙ୍କୁ ସାର୍ଟିଫିକେଟ୍‌ ମିଳିଛି। ତାଙ୍କ ମା’ କହିଛନ୍ତି, ଅମ୍ରିଥାଙ୍କୁ ଆଗରୁ ପତାକା ବିଷୟରେ ସେପରି କିଛି ଆଗ୍ରହ ନ ଥିଲା। ମାର୍ଚ୍ଚ ମାସରେ ସ୍କୁଲ ଛୁଟି ସମୟରେ ତାଙ୍କର ପତାକା ପ୍ରତି ଆଗ୍ରହ ବଢିଥିଲା। ସେ ସମସ୍ତ ଦେଶର ପତାକା ବିଷୟରେ ଜାଣିବାକୁ ଆରମ୍ଭ କଲେ ଏବଂ ଏପ୍ରିଲ ଶେଷ ଆଡ଼କୁ ୱାଲର୍‌ଡ ରେକର୍ଡ କଲେ। ଏବେ ଅମ୍ରିଥାଙ୍କୁ ଆହୁରି ଅନେକ ରେକର୍ଡ କରିବାକୁ ବାକି ଅଛି ବୋଲି ତାଙ୍କ ମା’ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri