ଦି ହଗ୍, ୧୮।୪:ଗାଜାରେ ଇସ୍ରାଏଲର ଆକ୍ରମଣରେ ୨ ହାତ ହରାଇଥିବା ପାଲେଷ୍ଟିନୀୟ ବାଳକଙ୍କ ଫଟୋକୁ ୨୦୨୫ ବର୍ଷ ପାଇଁ ଓ୍ବାଲର୍ଡ ପ୍ରେସ୍ ଫଟୋ ଅଫ୍ ଦି ଇୟର ଭାବେ ସମ୍ମାନିତ କରାଯାଇଛି। ଚିତ୍ରରେ ସ୍ଥାନିତ ବାଳକ ଜଣକ ହେଉଛନ୍ତି ମହମୁଦ ଅଜ୍ଜୌର (୯)। ନ୍ୟୁୟର୍କ ଟାଇମ୍ସ ପାଇଁ କାତାରରେ ରହୁଥିବା ପାଲେଷ୍ଟିନୀୟ ଫଟୋ ଜର୍ନାଲିଷ୍ଟ ସମର ଅବୁ ଏଲୌଫ୍ ଏହି ଫଟୋ ଉଠାଇଥିଲେ।
ମହମୁଦ ଅଜ୍ଜୌର ଓ ତାଙ୍କ ମା’ଙ୍କୁ ଭେଟି ସେ ଭାବବିହ୍ବଳ ହୋଇଯାଇଥିଲେ ବୋଲି ଅବୁ କହିଛନ୍ତି। ମହମୁଦ ଯେତେବେଳେ ୨ ହାତ ହରାଇବା ଅନୁଭବ କଲେ, ତାଙ୍କର ପ୍ରଥମ ବାକ୍ୟ ଥିଲା ”ମା’ ବିନା ହାତରେ ମୁଁ ତୁମକୁ କିପରି କୁଣ୍ଢାଇବି“।


