Posted inଫୁରସତ

କମିନି ଡାକସେବାର ଗୁରୁତ୍ୱ

ପ୍ରତିବର୍ଷ ଅକ୍ଟୋବର ୯ରେ ସାରା ବିଶ୍ୱରେ ବିଶ୍ୱ ଡାକ ଦିବସ ପାଳନ କରାଯାଏ। ଭାରତରେ ଅକ୍ଟୋବର ୯ରୁ ୧୫ ପର୍ଯ୍ୟନ୍ତ ଡାକ ସପ୍ତାହ ଭାବରେ ପାଳନ କରାଯାଏ। ଡାକ ଦିବସ ପାଳନ ପଛର ଉଦ୍ଦେଶ୍ୟ ହେଉଛି ଡାକ ସେବାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା। ୧୮୭୪, ଅକ୍ଟୋବର ୯ରେ ସ୍ବିଜରଲାଣ୍ଡରେ ୨୨ଟି ଦେଶର ଭାଗିଦାରୀରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ (ୟୁପିୟୁ) ପ୍ରତିଷ୍ଠା ହୋଇଥିଲା। ଏହି ଅନୁଷ୍ଠାନ ଡାକ ବିଭାଗ ଏବଂ ଡାକ ସେବା ପାଇଁ କାର୍ଯ୍ୟ କରୁଥିବା ପ୍ରଥମ ଅନ୍ତର୍ଜାତୀୟ ଅନୁଷ୍ଠାନ ଥିଲା। ୧୯୬୯ରେ ୟୁପିୟୁ ବୈଠକରେ ପ୍ରତିବର୍ଷ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୧୮୭୬ରେ ଭାରତ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନର ସଦସ୍ୟ ହୋଇଥିଲା। ସଦସ୍ୟତା ନେବାରେ ଭାରତ ପ୍ରଥମ ଏସୀୟ ଦେଶ ଥିଲା।
ବିଶ୍ୱ ଡାକ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାକ ସେବାର ମହତ୍ତ୍ୱକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା। ଡାକ ସେବା କେବଳ ଚିଠି ଓ ବାର୍ତ୍ତା ଆଦାନ ପ୍ରଦାନ କରେ ନାହିଁ, ବରଂ ସାମାଜିକ ଓ ଅର୍ଥନୈତିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ସମଗ୍ର ବିଶ୍ୱ ଡିଜିଟାଲ ହେଉଥିବା ବେଳେ ଡାକ ସେବାର ଗୁରୁତ୍ୱ କମିନାହିଁ। ବିଶେଷ କରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଲକ୍ଷ ଲକ୍ଷ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ପହଞ୍ଚାଇବାରେ ସକ୍ଷମ ହେଉଛି।
ଚଳିତ ବର୍ଷ ବିଶ୍ୱ ଡାକ ଦିବସ ୨୦୨୪ର ବାର୍ତ୍ତା ହେଉଛି ‘୧୫୦ ବର୍ଷର ଯୋଗାଯୋଗକୁ ସକ୍ଷମ କରିବା ଏବଂ ଲୋକମାନଙ୍କୁ ସଶକ୍ତ କରିବା’। ଏହି ଦିନ ଆମକୁ ମନେ ପକାଇ ଦେଉଛି ଯେ ଯଦିଓ ବୈଷୟିକ ଉନ୍ନତି ଯୋଗାଯୋଗର ନୂତନ ମାଧ୍ୟମ ପ୍ରଦାନ କରିଛି, ତଥାପି ଡାକ ସେବାର ଗୁରୁତ୍ୱ କେବେ ବି ହ୍ରାସ ପାଇବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri