ବିଶ୍ୱ ଶ୍ରମିକ ଦିବସ: ଶ୍ରମିକଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି

ପ୍ରାୟ ସବୁ ଦେଶରେ ମେ’ ୧ ତାରିଖରେ ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଏହାକୁ ମେ’ ଦିବସ ବା ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଉନବିଂଶ ଶତାବ୍ଦୀର ଶେଷଭାଗରେ ନିଜ ହକ୍‌ ପାଇଁ ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଏବଂ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ସଂଘର୍ଷକୁ ଏହି ଦିବସ ମନେ ପକାଇ ଦେଉଛି। ଏବେ ବି ଶ୍ରମିକମାନଙ୍କ ସଂଘର୍ଷ ଶେଷ ହୋଇପାରିନାହିଁ। ଶୋଷଣ ବିରୋଧରେ ଏବଂ ନିଜ ଅଧିକାର ପାଇଁ ସେମାନଙ୍କ ଲଢ଼େଇ ଜାରି ରଖିଛନ୍ତି। ଦେଶ ନିର୍ମାଣରେ ଶ୍ରମିକଙ୍କ ଅବଦାନ କେତେ ଯେ ସହାୟକ ହୋଇଛି, ତାହା ବୁଝିବା କଷ୍ଟକର ନୁହେଁ। କିନ୍ତୁ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆଣିବା ସରକାରଗୁଡ଼ିକ ପାଇଁ କଷ୍ଟକର ହୋଇପଡ଼ିଛି। ସମ୍ପ୍ରତି ଭାରତରେ ଶ୍ରମିକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ସେମାନେ କେହି ଖୁସି ନାହାନ୍ତି ବୋଲି ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ମତପୋଷଣ କରିଛନ୍ତି।

କ୍ରୀତଦାସ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି
ବର୍ତ୍ତମାନ ଦେଶରେ ଶ୍ରମିକମାନଙ୍କର ସ୍ଥିତି ଅତି ଦୟନୀୟ ହୋଇପଡ଼ିଛି। ଶ୍ରମିକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଉଥିବା ସରକାର କହୁଥିଲେ ବି ତାହା ବାସ୍ତବ ନୁହେଁ। ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ଦିଆଯାଉ ନ ଥିବାବେଳେ ସେମାନଙ୍କୁ ୧୨ଘଣ୍ଟା କାମ କରିବାକୁ ପଡ଼ୁଛି। ସେମାନଙ୍କୁ କୌଣସି ସାମାଜିକ ସୁରକ୍ଷା ଦିଆଯାଉ ନାହିଁ। ୧୯୪୮ରେ ସର୍ବନିମ୍ନ ମଜୁରି ଆଇନ ତିଆରି ହୋଇଥିବାବେଳେ ୧୯୫୭ରେ ପଞ୍ଚଦଶ ଶ୍ରମିକ ସମ୍ମିଳନୀରେ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଯାଇଥିଲା। ମାତ୍ର ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହାକୁ ମାନୁନାହାନ୍ତି। ଷୋଡ଼ଶ ଶତାବ୍ଦୀରେ ଶ୍ରମିକମାନେ କ୍ରୀତଦାସ ଭାବେ କାମ କରୁଥିଲେ, ଏବେ ମୋଦି ସରକାର ଶ୍ରମିକମାନଙ୍କ ପାଇଁ ସେହି ଅବସ୍ଥା ସୃଷ୍ଟି କରିବାକୁ ଯାଉଛନ୍ତି। ବାସ୍ତବରେ ଏ ସରକାର ପୁଞ୍ଜିପତିମାନଙ୍କର ସରକାର। ଭାରତବର୍ଷରେ ଥିବା ୫୦କୋଟି ଶ୍ରମିକ ଏକଜୁଟ୍‌ ହେଲେ ମୋଦି ସରକାରକୁ ଉପଯୁକ୍ତ ଜବାବ ଦେଇପାରିବେ।
– ବିଷ୍ଣୁ ଚରଣ ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି, ସିଆଇଟିୟୁ
ମହିଳା ଶ୍ରମିକଙ୍କ କ୍ଷେତ୍ରରେ ମଜୁରୀ ସମାନତା ନାହିଁ
ପ୍ରତିବର୍ଷ ଶ୍ରମିକ ଦିବସ ପାଳନ କରାଯାଉଛି। ମାତ୍ର ଅଧିକାଂଶ ଶ୍ରମିକ ଏପରି ଗୋଟିଏ ଦିବସ ଅଛି ବା ଏହାର ତାତ୍ପର୍ଯ୍ୟ ସମ୍ପର୍କରେ ଜାଣିନାହାନ୍ତି। ମହିଳା ଶ୍ରମିକମାନେ କର୍ମକ୍ଷେତ୍ରରେ ଡରି ଡରି କାମ କରୁଛନ୍ତି। ସେମାନଙ୍କ କ୍ଷେତ୍ରରେ ମଜୁରିରେ ସମାନତା ନାହିଁ। ଘରୋଇ ଶ୍ରମିକ ବା ପରିଚାରିକାମାନଙ୍କୁ ଶ୍ରମିକ ଭାବରେ ଗଣାଯାଏ ନାହିଁ। ଯେଉଁ ମହିଳାମାନଙ୍କର ଛୋଟ ପିଲା ଅଛନ୍ତି, ସେମାନଙ୍କୁ କାମ ମିଳିବା କଷ୍ଟକର ହୋଇପଡ଼େ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁ ବ୍ୟକ୍ତି ଶ୍ରମିକ ଭାବେ କାମ କରୁଥିଲେ ବି ସରକାରଙ୍କ ନିୟମ ଅନୁଯାୟୀ କାଗଜପତ୍ରରେ ସେମାନଙ୍କୁ ଶ୍ରମିକ ଭାବେ ଗଣାଯାଏ ନାହିଁ। ତେଣୁ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। ମହିଳା ଶ୍ରମିକଙ୍କୁ ମାଟର୍ନିଟି ଲିଭ୍‌ ମିଳୁ ନ ଥିବାରୁ ଏ ସମୟରେ ସେମାନଙ୍କୁ ଚାକିରି ହରାଇବାକୁ ପଡିଥାଏ। ତେଣୁ ମହିଳା ଶ୍ରମିକମାନଙ୍କ ସ୍ଥିତି ଅତି ଦୟନୀୟ ରହିଛି।
– ପରୀଲତା ମହାପାତ୍ର, ରାଜ୍ୟ ସମ୍ପାଦିକା, ଏସ୍‌ଇଡବ୍ଲ୍ୟୁଏ
କାଗଜକଲମରେ ସବୁକିଛି ଠିକ୍‌ ଚାଲିଛି
ଦେଶରେ ଜନସଂଖ୍ୟାର ୬୦% ଶ୍ରମିକ ଶ୍ରେଣୀର। ସ୍ବାଧୀନତାର ୭୫ ବର୍ଷ ପରେ ବି ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ମିଳୁନାହିିଁ। କାଗଜକଲମରେ ସବୁକିଛି ଠିକ୍‌ ଚାଲିଛି, ମାତ୍ର ବାସ୍ତବ ସ୍ଥିତି ଅତି ଦୟନୀୟ। ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ମିଳୁନାହିଁ। ବୟସାଧିକ୍ୟ ହେବାପରେ କାମ କରି ନ ପାରିଲେ ସେମାନଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଛି। ସରକାର ବିକାଶର କଥା କହୁଥିବାବେଳେ ଏହାର ସୂତ୍ରଧର ଶ୍ରମିକମାନଙ୍କୁ ଅଣଦେଖା କରାଯାଉଛି। ସେମାନଙ୍କୁ ଉଚିତ୍‌ ଶ୍ରମ ମିଳିପାରୁ ନାହିଁ।
– ଶ୍ରୀନିବାସ ରାଓ, ରାଜ୍ୟ ଉପସଭାପତି, ଭାରତୀୟ ମଜଦୁର ସଂଘ
ଶ୍ରମିକଙ୍କୁ ୟୁଜ୍‌ ଆଣ୍ଡ୍‌ ଥ୍ରୋ କରାଯାଉଛି
ନବେ ଦଶକ ପୂର୍ବରୁ ଶ୍ରମିକମାନଙ୍କର ଚାକିରି, କର୍ମସଂସ୍ଥାନର ସୁରକ୍ଷା ଥିଲା। ମାତ୍ର ୧୯୯୧ରେ ମନମୋହନ ସିଂ ଅର୍ଥମନ୍ତ୍ରୀ ଥିବା ସମୟରେ ଜଗତୀକରଣ, ଉଦାରୀକରଣ ନୀତି ଲାଗୁ କରାଯାଇ କର୍ପୋରେଟ୍‌ ହାଉସ୍‌କୁ, ଶିଳ୍ପପତି, ପୁଞ୍ଜିପତିଙ୍କୁ ଗୁରୁତ୍ୱ ଦିଆଯାଇ ଶ୍ରମିକମାନଙ୍କୁ ଶୋଷଣ କରିବା ଆରମ୍ଭ ହେଲା। ୨୦୧୪ ପରେ ଭାଜପା ସରକାର ଫିକ୍ସ ଟର୍ମ ଏମ୍ପ୍ଲୟମେଣ୍ଟ ଯୋଜନା ଆଣିଛନ୍ତି। ଏହାର ଅର୍ଥ ଶ୍ରମିକମାନଙ୍କୁ ନିଯୁକ୍ତି ଦିଅ ଏବଂ ମାଲିକର ଆବଶ୍ୟକତା ନ ଥିଲେ ତାକୁ କାଢିଦିଅ। ଏଭଳି ୟୁଜ୍‌ ଆଣ୍ଡ୍‌ ଥ୍ରୋ ବ୍ୟବସ୍ଥା ଲାଗୁ ହେବା ପରେ ଚାକିରିର ସ୍ଥାୟିତ୍ୱ ନାହିଁ। ମୋଦି ସରକାର ୨୯ଟି ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି ଶ୍ରମକୋଡ୍‌ କରିଛନ୍ତି। ମାତ୍ର ଏସବୁ ଶ୍ରମିକଙ୍କ ବିରୋଧୀ ନିୟମ।
– ଜୟସେନ ମେହେର, ରାଜ୍ୟ ସମ୍ପାଦକ, ଏଆଇୟୁଟିୟୁସି
କେନ୍ଦ୍ର ସରକାର ଶ୍ରମିକଙ୍କ ସପକ୍ଷରେ ଯାଉନାହାନ୍ତି
ଶ୍ରମିକଙ୍କ ଅବସ୍ଥା ସମ୍ପୂର୍ଣ୍ଣ ବିପନ୍ନ। ଶ୍ରମିକଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ୪୪ଟି ଶ୍ରମ ଆଇନ ଥିଲା, ତାହାକୁ ମୋଦି ସରକାର କରୋନା ସମୟରେ ୪ଟି ଶ୍ରମକୋଡ୍‌ରେ ପରିଣତ କରିଛନ୍ତି। ଶ୍ରମିକ ସଂଗଠନ ବିନା ଆଲୋଚନାରେ ଏହା ହୋଇଛି। ଫାଶୀବାଦରେ ବିଶ୍ୱାସ ରଖୁଥିବା କେନ୍ଦ୍ର ସରକାର ଶ୍ରମିକମାନଙ୍କ ସପକ୍ଷରେ ଯାଉନାହାନ୍ତି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୁସରଣ କରିବାରେ ଲାଗିଛନ୍ତି। ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଲାଗୁ ନ କରିବା ସବୁଠାରୁ ଦୁଃଖର ବିଷୟ। ବିନା ଶିଳ୍ପର ଉନ୍ନତିରେ କୌଣସି ଦେଶ ଉନ୍ନତି କରି ପାରିବ ନାହିଁ। ହେଲେ ଶିଳ୍ପ କ୍ଷେତ୍ରରେ ଆଗକୁ ବଢିବାକୁ ହେଲେ ଶ୍ରମିକମାନଙ୍କ ଉନ୍ନତି ନିତାନ୍ତ କାମ୍ୟ।
– କିଶୋର ଜେନା, ରାଷ୍ଟ୍ରୀୟ ସମ୍ପାଦକ, ଆଇଏନ୍‌ଟିୟୁସି
ଅଣସଂଗଠିତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ମିଳୁନାହିଁ
ବଡ଼ ବଡ଼ ଶିଳ୍ପସଂସ୍ଥାରେ କାମ କରୁଥିବା ଏବଂ ସଂଗଠିତ ଶ୍ରମିକମାନେ ଯେନତେନ ଭାବେ ଚଳି ଯାଉଛନ୍ତି। ମାତ୍ର ଅଣସଂଗଠିତ ଭାବେ ଥିବା ଶ୍ରମିକମାନଙ୍କ ଅବସ୍ଥା ଅତି ଖରାପ। ସେମାନଙ୍କୁ ସର୍ବନିମ୍ନ ମଜୁରି ମିଳୁ ନ ଥିବାବେଳେ ଦିନକୁ ୧୨ଘଣ୍ଟା କାମ କରିବାକୁ ପଡୁଛି। ସେମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଶେଷକରି ସର୍ବନିମ୍ନ ମଜୁରି ବୃଦ୍ଧି ନ ହେଲେ ଚଳିବା କଷ୍ଟକର ହୋଇ ପଡୁଛି। ଶ୍ରମିକଙ୍କ ସୁରକ୍ଷା, ଉନ୍ନତି ପାଇଁ ସରକାର ଯୋଜନା କରୁଥିବା କହୁଥିଲେ ବି ବାସ୍ତବରେ କୌଣସି ସରକାର ଏନେଇ ଚିନ୍ତା କରୁନାହାନ୍ତି।
– କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ସଭାପତି, ହିନ୍ଦ୍‌ ମଜଦୁର ସଭା
ଶ୍ରମିକଙ୍କ ଉପରେ ଅତ୍ୟାଚାର ବଢ଼ିଛି
ଚଳିତବର୍ଷ ଭାରତ ୧୦୦ତମ ଶ୍ରମିକ ଦିବସ ପାଳନ କରିବ। ଏହା ମଧ୍ୟରେ ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ବା ଆକ୍ରମଣ ବଢ଼ିଛି। ସେମାନଙ୍କ ପାଇଁ ଯେଉଁ ଆଇନ କରାଯାଇଥିଲା ତାହାକୁ ଭାଙ୍ଗି କର୍ପୋରେଟମାନଙ୍କ ସ୍ବାର୍ଥରେ ଲଗାଇବା ପାଇଁ ୪ଟି ଶ୍ରମ ବା ଲେବର କୋଡ୍‌ ଅଣାଯାଇଛି। ଯାହାଫଳରେ ଶ୍ରମିକମାନେ ସଂଗଠନ କରିବା, ଅଧିକାର ପାଇବା ପାଇଁ ରାଲି ବା ଆନ୍ଦୋଳନ କରିବା ଅଧିକାର ହରାଇବେ। ଏହା ପୁଣି ଥରେ ଦାସତ୍ୱ ପ୍ରଥା ଆଡ଼କୁ ନେଇଯାଉଛି। ଲକ୍‌ଡାଉନ୍‌ ସମୟରେ ଶ୍ରମିକମାନଙ୍କର ବହୁ ପରିମାଣରେ ଛଟେଇ ହୋଇଥିଲା। ଏବେ ସୁଦ୍ଧା ପ୍ରାୟ ୧୦ କୋଟି ଶ୍ରମିକ ଛଟେଇ ହୋଇ ରହିଥିଲେ ବି ସେମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରୁନାହାନ୍ତି। ଠିକା ଶ୍ରମିକମାନେ ସାମାଜିକ ସୁରକ୍ଷା ପାଇଁ ମାଲିକଙ୍କ ପାଖରେ ଦାବି କଲେ ଚାକିରି ଚାଲିଯାଉଛି। ଦରଦାମ୍‌ ବଢୁଥିବାବେଳେ ସର୍ବନିମ୍ନ ମଜୁରି ବଢୁନାହିଁ। ଓଡ଼ିଶାରେ ସର୍ବନିମ୍ନ ମଜୁରୀ ଅତିକମ୍‌ରେ ୫ଶହ ଏବଂ କୁଶଳୀ ଶ୍ରମିକଙ୍କ ୭ଶହଟଙ୍କା ହେବା କଥା। ଏବେ ତାହା ୩୪୫ଟଙ୍କାରେ ସୀମିତ ରହିଛି।
– ମହେନ୍ଦ୍ର ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ, ଏଆଇସିସିଟିୟୁ
ଦେଶରେ ଶ୍ରମିକ ଅସୁରକ୍ଷିତ
ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ଶ୍ରମିକମାନେ ଅସୁରକ୍ଷିତ। କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନକୁ ସଂଶୋଧନ କରି ୪ଟି କୋଡ୍‌ରେ ପରିଣତ କରିବା ଓ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ନିଷ୍ପତ୍ତି ଶ୍ରମିକମାନଙ୍କ ମଧ୍ୟରେ ଆନ୍ଦୋଳନର ବହ୍ନି ସୃଷ୍ଟି କରିଛି। ରାଜ୍ୟ ସରକାର ଶ୍ରମିକ ସଂଗଠନ ସହିତ ଆଲୋଚନା ଓ ବିତର୍କ ନ କରି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତିକୁ ସମର୍ଥନ କରିବା ଏକ ଶ୍ରମିକ ବିରୋଧୀ କାର୍ଯ୍ୟ। ଏହି ନିଷ୍ପତ୍ତିକୁ ପରିବର୍ତ୍ତନ ନ କଲେ ବ୍ୟାପକ ଆନ୍ଦୋଳନ କରାଯିବ।
– ବିଦ୍ୟାଧର ମହାନ୍ତି, ରାଜ୍ୟ ଅଧ୍ୟକ୍ଷ, ଅଣସଂଗଠିତ ଶ୍ରମିକ କଂଗ୍ରେସ


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri