Categories: ଫୁରସତ

ଶ୍ରବଣଶକ୍ତିର ଯତ୍ନକୁ ବାସ୍ତବତାରେ ପରିଣତ କରିବା

ଶ୍ରବଣଶକ୍ତି ପ୍ରଭାବିତ ହେଲେ ଜଣେ ପିଲାର ଭବିଷ୍ୟତ ଅନେକାଂଶରେ ପ୍ରଭାବିତ ହୋଇଥାଏ। ଏବେ ଏଭଳି ସମସ୍ୟା ଦୂର କରିବା ପାଇଁ ଆର୍ଟିଫିସିଆଲ ଶ୍ରବଣ ଯନ୍ତ୍ରର ସହାୟତା ନିଆଯାଉଛି। ଏ ବିଷୟରେ ପିଲାଟିର ଜନ୍ମ ସମୟରୁ ସଚେତନ ହେବାକୁ ପଡ଼ିଥାଏ। ଜନ୍ମ ପରେ ପିଲାଟି ଠିକ୍‌ ଭାବରେ ଶୁଣିପାରୁଛି କି ନାହିଁ ତାହାକୁ ଶିଶୁରୋଗ ବିଶେଷଜ୍ଞମାନେ ପରୀକ୍ଷା କରାଇ ନିଅନ୍ତି। ଯଦି କିଛି ସମସ୍ୟା ଥାଏ, ତେବେ ତାହାର ଉପଚାର ପାଇଁ ସେମାନେ ଉଚିତ ପରାମର୍ଶ ଦେଇଥାଆନ୍ତି। ଶ୍ରବଣ ଶକ୍ତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ବିଶ୍ୱ ଶ୍ରବଣ ଦିବସ ଭାବରେ ପାଳନ କରାଯାଇଆସୁଅଛି। ଏହି ଦିବସ ଅବସରରେ ଉଭୟ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି- ‘ମନ ସ୍ଥିର ରଖିବା, କାନ ଏବଂ ଶ୍ରବଣ ଶକ୍ତିର ଯତ୍ନକୁ ବାସ୍ତବତାରେ ପରିଣତ କରିବା’। ୨୦୦୭ରେ ଏହାକୁ ପ୍ରଥମେ ‘କାନ ଯତ୍ନ ଦିବସ’ ଭାବରେ ପାଳନ କରାଯାଉଥିଲା। କିନ୍ତୁ ୨୦୧୬ ଠାରୁ ଏହାର ନାମକୁ ପରିବର୍ତ୍ତନ କରାଯାଇ ‘ବିଶ୍ୱ ଶ୍ରବଣ ଦିବସ’ ରଖାଯାଇଛି।

Share