ବେଦାନ୍ତ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ

ଭୁବନେଶ୍ୱର,୨୨।୩: (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଛତିଶଗଡ଼ ଏବଂ ଓଡ଼ିଶା ୟୁନିଟ୍‌ଗୁଡ଼ିକରେ ମଧ୍ୟ ବିଶ୍ୱ ବନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଛତିଶଗଡ଼ର କୋର୍ବା ଜିଲାରେ ଅବସ୍ଥିତ ଭାରତର ଆଇକନିକ୍‌ ଆଲୁମିନିୟମ୍‌ ଉତ୍ପାଦକ ବାଲ୍‌କୋ କାର୍ଯ୍ୟ ପରିସରରେ ସମ୍ପୂର୍ଣ୍ଣ କ୍ଷମତା ହାସଲ କରିଥିବାରୁ ୫ଟି ଫ୍ଲାଏ ପାଉଁଶ ସଂରକ୍ଷଣ କ୍ଷେତ୍ର କିମ୍ବା ପାଉଁଶ ପୋଖରୀରେ ବୃକ୍ଷରୋପଣ କରାଯାଇଥିଲାବେଳେ ୧୫୦ହେକ୍ଟରରୁ ଅଧିକ କ୍ଷେତ୍ର ବିସ୍ତାରକରି ପ୍ରାୟ ୨ଲକ୍ଷ ଚାରାରୋପଣ ମାଧ୍ୟମରେ ଜଙ୍ଗଲ ନ ଥିବା ସ୍ଥାନର ସ୍ଥାୟୀ ପୁନରୁଦ୍ଧାର ପାଇଁ ନୂତନ ପରିସର ସୃଷ୍ଟି କରାଯାଇଥିଲା।

ସେହିଭଳି କମ୍ପାନୀର ଓଡ଼ିଶାର ଝାରସୁଗୁଡ଼ାଠାରେ ବେଦାନ୍ତ ଆଲୁମିନିୟମ କାରଖାନା, ଜିଲାର କ୍ଲୋରୋକ୍ସିଲନ୍‌ ସ୍ବିଇଟେନିଆ ପରି ଅସୁରକ୍ଷିତ ଗଛ ପ୍ରଜାତିର ବୃକ୍ଷରୋପଣ କରିଛି। ଅଧିକନ୍ତୁ ଅନନ୍ୟ ମିଆୱାକି ପଦ୍ଧତି ଉପରେ ଆଧାରକରି ଏହା ପ୍ରଥମ ଥର ପାଇଁ ଓଡ଼ିଶାର ସୁନ୍ଦରଗଡ଼ ଜିଲାର ଜାମକାନି କୋଇଲା ଖଣି ପରିସରରେ ବ୍ୟାପକ ବୃକ୍ଷରୋପଣ ଉଦ୍ୟମ ଆରମ୍ଭ କରିଛି। ସେହିପରି କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ ଆଲୁମିନିୟମର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନେରିରେ ୨୦୦ରୁ ଅଧିକ ଫଳ ଗଛର ଚାରା ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ବଣ୍ଟନ ହୋଇଥିବାବେଳେ କମ୍ପାନୀର ମାଇନ୍ସ ୟୁନିଟ୍‌ରେ କର୍ମଚାରୀମାନେ ଏକ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗନେଇଥିଲେ। ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ପ୍ରକୃତି ଡକ୍ୟୁମେଣ୍ଟାରି ଏବଂ ବୃକ୍ଷରୋପଣର ସ୍କ୍ରିନିଂ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା ।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି,ଆମର ସ୍ଥିରତା ପ୍ରୟାସ ପରିବେଶର ଉନ୍ନତି ସହ ଏକ ସ୍ଥାୟୀ ଗ୍ରହ ପାଇଁ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣକୁ ଅନ୍ତର୍ଭୁକ୍ତ କରିଥାଏ। ଆମେ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ କାର୍ଯ୍ୟରେ ଜୈବ ବିବିଧତା ସଂରକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକୃତି ଦେଇଥାଉ ଏବଂ ଆଗାମୀ ପିଢ଼ି ପାଇଁ ସଂରକ୍ଷଣକୁ ଦୃଷ୍ଟିରେ ରଖି ପରିବେଶ ସଚେତନତା ଅଭ୍ୟାସ ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖିଥାଉ। ଆମର ଏକ ଅଂଶ ଭାବେ ପ୍ଲାଣ୍ଟ ପରିସର ତଥା ବିଭିନ୍ନ ଇକୋସିଷ୍ଟମର କଲ୍ୟାଣ କରିବାକୁ ଆମ ଭିତର ପ୍ରୟାସକୁ ସୁନିଶ୍ଚିତ କରାଇଥାଉ।

ଏହି ଅବସରରେ କମ୍ପାନୀ ତା’ର ସ୍ଥାନୀୟ ଜୈବ ବିବିଧତା ରକ୍ଷା କରିବା ପାଇଁ କମ୍ପାନୀର କର୍ମଚାରୀ ତଥା ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ଅଧିକ ସଚେତନତା ଏବଂ କାର୍ଯ୍ୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ‘ଜଙ୍ଗଲ ଏବଂ ଉଦ୍ଭାବନ:ଏକ ଉତ୍ତମ ବିଶ୍ୱ ପାଇଁ ନୂତନ ସମାଧାନ’ ବିଷୟବସ୍ତୁ ଉପରେ ସଚେତନତା ଅଧିବେଶନ ଆୟୋଜନ କରିବା ପାଇଁ ଓଡ଼ିଶାର ଝାରସୁଗୁଡ଼ାଠାରେ ଡିଏଫ୍‌ଓ (ଡିଭିଜନାଲ ଫରେଷ୍ଟ ଅଫିସର)ଙ୍କ ସହ ସହଭାଗିତା କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?