ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନରେ ସାମିଲ ହେଲେ ଛାତ୍ରୀଛାତ୍ର

ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନରେ ସାମିଲ ହେଲେ ଛାତ୍ରୀଛାତ୍ର
ବଲାଙ୍ଗୀର,୫ା୬(ସୁନୀଲ କୁମାର ମହାନ୍ତି): ସ୍ଥାନୀୟ ସରକାରୀ ବସ୍‌ଷ୍ଟାଣ୍ଡ ପରିସରରେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସପିଟାଲ ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ ଜରିଆରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ଆୟୁର୍ବେଦ କଲେଜର କର୍ମଚାରୀ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠିତ ଡାକ୍ତର ମନମୋହନ ବାଗଙ୍କ ନେତୃତ୍ୱରେ ସରକାରୀ ନୂଆ ବସ୍‌ଷ୍ଟାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ସହରକୁ ଏକ ପ୍ଲାଷ୍ଟିକ ମୁକ୍ତ ସହର କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ବ ପରିବେଶ ଦିବସରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ପ୍ଲାଷ୍ଟିକ୍‌ ଓ ପଲିଥିନ କିପରି ଆମ ପରିବେଶ ଦୂଷିତ କରୁଛି ଏହା ଉପରେ ଛାତ୍ର ଛାତ୍ରୀଛାତ୍ରଙ୍କୁ ଓ ସେଠାରେ ଥିବା ଯାତ୍ରୀମାନଙ୍କୁ ସଚେତନତା କରଯାଇଥିଲା। ସମସ୍ତେ ମିଳିମିଶି ଆମେ ପ୍ଲାଷ୍ଟିକ ଓ ପଲିଥିନ୍‌କୁ ଏଣେ ତେଣେ ନ ପକାଇକୁ ଅନୁରୋଧ କରି ସଚେତନତା କରିଥିଲେ।

ଅନୁଷ୍ଠାନର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମର ଅଧିକାରୀ ଡ. ବୁଦ୍ଧଦେବ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠାନର ଡାକ୍ତରୀ ଛାତ୍ରୀଛାତ୍ର ଏକତ୍ରିତ ଭାବେ (ପ୍ଲାଷ୍ଟିକ ମୁକ୍ତ )ଅଭିଯାନ ଆରମ୍ଭ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ସଞ୍ଜୀବ ବେହେରା, ପ୍ରଦୀପ ସିଂଦେଓ, ଟୁନା ସାହୁ, ମୁନୁ ମିଶ୍ର, ସନ୍ତୋଷ ଦାସ (ବାପି) ଅନ୍ୟମାନେ ଉପସ୍ଥିତ ଥିଲେ। ଅଭିନନ୍ଦନ ସ୍ବଚ୍ଛ ସେବା ସଂଘ ବଲାଙ୍ଗୀରର ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ଆଜି ବିଧାୟକ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲ: ବାଦିବାହାଲ-ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

ଲୋଇସିଂହା ବିଧାୟକ କପ ଫୁଟବଲ: ସରିଲା ଲିଗ ପର୍ଯ୍ୟାୟ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri