ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ଆଉ କାଳ ନ ହେଉ

ଘରଦ୍ୱାର, ରାସ୍ତାଘାଟ, ମାଟିପଥର, ଗଛଲତା, ପାହାଡ଼ପର୍ବତ, ନଦୀଝରଣା, ମଣିଷ, ପଶୁପକ୍ଷୀ ଓ ଜୀବାଣୁଭୂତାଣୁ – ଏମାନଙ୍କୁ ନେଇ ଆମ ‘ପରିବେଶ’ ଗଠିତ। କିନ୍ତୁ ପରିବେଶ କହିଲେ ଆମେ ବୁଝୁ ବାୟୁ-ପାଣି-ମାଟି (ବା-ପା-ମା)। ପିତାମାତା ଆମକୁ ଜନ୍ମ ଦିଅନ୍ତି, କିନ୍ତୁ ବାୟୁ-ପାଣି-ମାଟି ଆମକୁ ଜୀବନ ଦିଏ। ପରିବେଶର ପ୍ରାକୃତିକ ସମ୍ପଦ ଆମର ମୌଳିକ ଆବଶ୍ୟକତାକୁ ପୂରଣ କରେ। ପରିବେଶ ଆମର ସ୍ବାସ୍ଥ୍ୟ। ପରିବେଶକୁ ସୁସ୍ଥ ରଖିବା ସକାଶେ ୧୯୭୪ ମସିହାରୁ ସାରା ପୃଥିବୀରେ ମିଳିତ ଜାତିସଂଘ ତରଫରୁ ପ୍ରତି ବର୍ଷ ଜୁନ୍‌ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ୧୯୯୭ ପରେ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ଆୟୋଜନ କରୁଛି କୋରିଆ। ଏଥର ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ବନ୍ଦ କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି। ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି ‘ବିଟ୍‌ ପ୍ଲାଷ୍ଟିକ୍‌ ପଲ୍ୟୁଶନ’ ଅର୍ଥାତ୍‌ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବନ୍ଦ କର।
ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ଆଜି କିନ୍ତୁ ଏହାର ଅତିରକ୍ତ ଓ ଅବିବେକୀ ବ୍ୟବହାର ପରିବେଶକୁ ନଷ୍ଟ କରିବା ସହ ଜୀବଜଗତ ପାଇଁ ଜହର ପ୍ରମାଣିତ ହୋଇଛି। ନାଳନର୍ଦ୍ଦମାରେ ପ୍ଲାଷ୍ଟିକ୍‌ ଜମୁଛି। ପ୍ରତିବର୍ଷ ୧୧୦ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସମୁଦ୍ରରେ ମିଶୁଛି। ପବନରେ ମିଶୁଛି ପ୍ଲାଷ୍ଟିକ୍‌ ଗୁଣ୍ଡ ଓ ବିଷାକ୍ତ ଧୂଆଁ। ତେଣୁ ବାୟୁ-ପାଣି-ମାଟି ଆଜି ବ୍ୟବହାର ଅନୁପଯୋଗୀ। ସୂକ୍ଷ୍ମ ପ୍ଲାଷ୍ଟିକ୍‌ ଖାଦ୍ୟପାନୀୟ ମାଧ୍ୟମରେ ଶରୀରରେ ପ୍ରବେଶ କରି ମାରାତ୍ମକ ରୋଗ ସୃଷ୍ଟି କରୁଛି। ତେଣୁ ଏ ବର୍ଷର ବାର୍ତ୍ତା ଜନସାଧାରଣଙ୍କୁ ପ୍ଲାଷ୍ଟିକ୍‌ ପ୍ରଦୂଷଣର ମାରାତ୍ମକ ଭୟାବହତା, ପ୍ଲାଷ୍ଟିକ୍‌ ବର୍ଜନ, ପରିବେଶଗ୍ରାହୀ ଓ ବିଘଟନକ୍ଷମ ପ୍ଲାଷ୍ଟିକ୍‌ ବ୍ୟବହାର, ପ୍ଲାଷ୍ଟିକ୍‌ ଆବର୍ଜନାର ପୁନଃଚକ୍ରୀକରଣ, କାଗଜ କିମ୍ବା କପଡା ଥଳି ବ୍ୟବହାର ସମ୍ପର୍କରେ ସତର୍କ କରିବ। ସମୁଦାୟ ପୃଥିବୀକୁ ପ୍ଲାଷ୍ଟିକ୍‌-ମୁକ୍ତ ଗ୍ରହରେ ପରିବର୍ତ୍ତନ କରିବା ଦିଗରେ ଉତ୍ସାହିତ କରିବ।
-ଡ. କମଳାକାନ୍ତ ଜେନା,
ଓଇଏସ୍‌ (ଏ), ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri