୧୦୦ ଟ୍ରିଲିୟନ୍‌ ଡଲାର ଟପିବ ବିଶ୍ୱ ଅର୍ଥନୀତି

ଲଣ୍ଡନ,୨୭ା୧୨: କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାବେଳେ ରାଷ୍ଟ୍ରଗୁଡ଼ିକ ଏବେ ଅଣ୍ଟା ସଳଖି ଛିଡ଼ାହେବା ଆରମ୍ଭ କରିଛନ୍ତି। ହେଲେ କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ଓ ଜଳବାୟୁ ପରିବର୍ତ୍ତନର ନକାରାମତ୍କ ପ୍ରଭାବ ଏଥିରେ ବାଧକ ସାଜିଛି। ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଅଣାଯାଇ ପାରିଲେ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ ବୃଦ୍ଧି ପାଇବା ସହ ୨୦୨୨ ସୁଦ୍ଧା ବିଶ୍ୱ ଅର୍ଥନୀତି ୧୦୦ ଟ୍ରିଲିୟନ୍‌ ଡଲାର ଅତିକ୍ରମ କରିବ। କିନ୍ତୁ ଦରଦାମ ନିୟନ୍ତ୍ରଣରେ ଲଗାମ ଲଗାଯାଇ ନ ପାରିଲେ ବିଶ୍ୱ ୨୦୨୩-୨୪ରେ ଆଉ ଏକ ମାନ୍ଦାବସ୍ଥାକୁ ସାମ୍ନା କରିବ ବୋଲି ରବିବାର ବ୍ରିଟିଶ୍‌ ଥିଙ୍କ୍‌ଟ୍ୟାଙ୍କ ସେଣ୍ଟର ଫର୍‌ ଇକୋନୋମିକ୍ସ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ (ସିଇବିଆର୍‌) ସତର୍କ କରାଇଛି।

୨୦୨୨ରେ ବିଶ୍ୱ ଅର୍ଥନୀତି ପ୍ରଥମ ଥର ପାଇଁ ୧୦୦ ଟ୍ରିଲିୟନ୍‌ ଡଲାର ଟପିବ। ଏଥିଲାଗି ୨୦୨୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଏହାର ଦୁଇବର୍ଷ ପୂର୍ବରୁ ବିଶ୍ୱ ଏହି ସଫଳତା ହାସଲ କରିବାକୁ ଯାଉଛି। ଆମେରିକା ଓ ଚାଇନା ମଧ୍ୟରେ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ସାଜିବା ପାଇଁ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହେଉଥିବାବେଳେ ବେଜିଂକୁ ୧ ନମ୍ବରରେ ପହଞ୍ଚତ୍ବାକୁ ଆଉ କିଛି ବର୍ଷ ଲାଗିବ। ସେହିପରି ଭାରତ ମଧ୍ୟ ଆସନ୍ତା ବର୍ଷ ଫ୍ରାନ୍ସକୁ ପଛରେ ପକାଇ ୨୦୨୩ରେ ବ୍ରିଟେନକୁ ଟପିବ। ଏଥିସହ ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଫେରିପାଇବ। ବ୍ରିଟେନର ସେଣ୍ଟର ଫର୍‌ ଇକୋନୋମିକ୍ସ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ (ସିଇବିଆର୍‌)ର ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହି ବିଷୟ କୁହାଯାଇଛି।
ବ୍ରିଟିଶ୍‌ କନ୍‌ସଲ୍ଟାନ୍ସି ଥିଙ୍କ୍‌ଟ୍ୟାଙ୍କ ସିଇଆର୍‌ବି ପକ୍ଷରୁ ରବିବାର ପ୍ରକାଶିତ ଓ୍ବାଲର୍‌ଡ ଇକୋନୋମିକ୍‌ ଲିଗ୍‌ ଟେବୁଲ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ୨୦୨୮ ସୁଦ୍ଧା ଆମେରିକାକୁ ଟପିବ ବୋଲି ଗତବର୍ଷ ଆକଳନ କରାଯାଇଥିଲା। ତେବେ ଏହି ସଫଳତା ହାସଲ ପାଇଁ ଚାଇନାକୁ ୨୦୩୦ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଭାରତକୁ ପୁଣି ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତି ହେବା ପାଇଁ ୨୦୨୨ରେ ଫ୍ରାନ୍ସକୁ ପଛରେ ପକାଇ ୨୦୨୩ରେ ବ୍ରିଟେନକୁ ଟପିବାକୁ ପଡ଼ିବ। ଉକ୍ତ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଜର୍ମାନୀ ଆର୍ଥିକ ଉତ୍ପାଦନ କ୍ଷେତ୍ରରେ ୨୦୩୩ରେ ଜାପାନକୁ ପଛରେ ପକାଇବାକୁ ଯାଉଛି। ସେହିପରି ୨୦୩୬ ସୁଦ୍ଧା ରୁଷିଆ ସବୁଠୁ ୧୦ ବୃହତ୍‌ ଅର୍ଥନୀତି ମଧ୍ୟରେ ରହିବ। ଏହି ତାଲିକାର ନବମ ସ୍ଥାନ ଅଧିକାର ଲାଗି ଇଣ୍ଡୋନେସିଆକୁ ୨୦୩୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ବେକ୍‌ଜିଟ୍‌ ସତ୍ତ୍ୱେ ୨୦୩୬ ସୁଦ୍ଧା ଫ୍ରାନ୍ସଠାରୁ ୧୬% ବୃହତ୍‌ ଅର୍ଥନୀତି ହେବା ଲାଗି ବ୍ରିଟେନ ଉଦ୍ୟମ କରୁଛି। ବିଶ୍ୱର ଅର୍ଥନୀତିଗୁଡ଼ିକ ମୁଦ୍ରାସ୍ଫୀତିର କିପରି ମୁକାବିଲା କରିପାରୁଛନ୍ତି ତାହା ହେଉଛି ୨୦୨୦ ଦଶକ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମେରିକାରେ ମୁଦ୍ରାସ୍ଫୀତି ୬.୮%କୁ ବୃଦ୍ଧି ପାଇଥିବାରୁ ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି ବୋଲି ସିଇଆର୍‌ବି ଉପାଧ୍ୟକ୍ଷ ଡୋଗ୍‌ଲାସ୍‌ ମେକ୍‌ ଓ୍ବିଲିୟମ୍ସ ସୂଚନା ଦେଇଛନ୍ତି। ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଯାଇ ନ ପାରିଲେ ୨୦୨୩-୨୪ରେ ବିଶ୍ୱ ଆଉ ଏକ ମାନ୍ଦାବସ୍ଥାକୁ ସାମ୍ନା କରିବ ବୋଲି ସେ ସତର୍କ କରାଇଛନ୍ତି। ପ୍ରକାଶ ଯେ, ବର୍ତ୍ତମାନ ବିଶ୍ୱ ଅର୍ଥନୀତି ପ୍ରାୟ ୯୪ ଟ୍ରିଲିୟନ୍‌ ଡଲାରରେ ପହଞ୍ଚତ୍ଥିବା ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri