୧୦୦ ଟ୍ରିଲିୟନ୍‌ ଡଲାର ଟପିବ ବିଶ୍ୱ ଅର୍ଥନୀତି

ଲଣ୍ଡନ,୨୭ା୧୨: କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାବେଳେ ରାଷ୍ଟ୍ରଗୁଡ଼ିକ ଏବେ ଅଣ୍ଟା ସଳଖି ଛିଡ଼ାହେବା ଆରମ୍ଭ କରିଛନ୍ତି। ହେଲେ କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ଓ ଜଳବାୟୁ ପରିବର୍ତ୍ତନର ନକାରାମତ୍କ ପ୍ରଭାବ ଏଥିରେ ବାଧକ ସାଜିଛି। ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଅଣାଯାଇ ପାରିଲେ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ ବୃଦ୍ଧି ପାଇବା ସହ ୨୦୨୨ ସୁଦ୍ଧା ବିଶ୍ୱ ଅର୍ଥନୀତି ୧୦୦ ଟ୍ରିଲିୟନ୍‌ ଡଲାର ଅତିକ୍ରମ କରିବ। କିନ୍ତୁ ଦରଦାମ ନିୟନ୍ତ୍ରଣରେ ଲଗାମ ଲଗାଯାଇ ନ ପାରିଲେ ବିଶ୍ୱ ୨୦୨୩-୨୪ରେ ଆଉ ଏକ ମାନ୍ଦାବସ୍ଥାକୁ ସାମ୍ନା କରିବ ବୋଲି ରବିବାର ବ୍ରିଟିଶ୍‌ ଥିଙ୍କ୍‌ଟ୍ୟାଙ୍କ ସେଣ୍ଟର ଫର୍‌ ଇକୋନୋମିକ୍ସ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ (ସିଇବିଆର୍‌) ସତର୍କ କରାଇଛି।

୨୦୨୨ରେ ବିଶ୍ୱ ଅର୍ଥନୀତି ପ୍ରଥମ ଥର ପାଇଁ ୧୦୦ ଟ୍ରିଲିୟନ୍‌ ଡଲାର ଟପିବ। ଏଥିଲାଗି ୨୦୨୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଏହାର ଦୁଇବର୍ଷ ପୂର୍ବରୁ ବିଶ୍ୱ ଏହି ସଫଳତା ହାସଲ କରିବାକୁ ଯାଉଛି। ଆମେରିକା ଓ ଚାଇନା ମଧ୍ୟରେ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ସାଜିବା ପାଇଁ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହେଉଥିବାବେଳେ ବେଜିଂକୁ ୧ ନମ୍ବରରେ ପହଞ୍ଚତ୍ବାକୁ ଆଉ କିଛି ବର୍ଷ ଲାଗିବ। ସେହିପରି ଭାରତ ମଧ୍ୟ ଆସନ୍ତା ବର୍ଷ ଫ୍ରାନ୍ସକୁ ପଛରେ ପକାଇ ୨୦୨୩ରେ ବ୍ରିଟେନକୁ ଟପିବ। ଏଥିସହ ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଫେରିପାଇବ। ବ୍ରିଟେନର ସେଣ୍ଟର ଫର୍‌ ଇକୋନୋମିକ୍ସ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ (ସିଇବିଆର୍‌)ର ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହି ବିଷୟ କୁହାଯାଇଛି।
ବ୍ରିଟିଶ୍‌ କନ୍‌ସଲ୍ଟାନ୍ସି ଥିଙ୍କ୍‌ଟ୍ୟାଙ୍କ ସିଇଆର୍‌ବି ପକ୍ଷରୁ ରବିବାର ପ୍ରକାଶିତ ଓ୍ବାଲର୍‌ଡ ଇକୋନୋମିକ୍‌ ଲିଗ୍‌ ଟେବୁଲ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ୨୦୨୮ ସୁଦ୍ଧା ଆମେରିକାକୁ ଟପିବ ବୋଲି ଗତବର୍ଷ ଆକଳନ କରାଯାଇଥିଲା। ତେବେ ଏହି ସଫଳତା ହାସଲ ପାଇଁ ଚାଇନାକୁ ୨୦୩୦ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଭାରତକୁ ପୁଣି ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତି ହେବା ପାଇଁ ୨୦୨୨ରେ ଫ୍ରାନ୍ସକୁ ପଛରେ ପକାଇ ୨୦୨୩ରେ ବ୍ରିଟେନକୁ ଟପିବାକୁ ପଡ଼ିବ। ଉକ୍ତ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଜର୍ମାନୀ ଆର୍ଥିକ ଉତ୍ପାଦନ କ୍ଷେତ୍ରରେ ୨୦୩୩ରେ ଜାପାନକୁ ପଛରେ ପକାଇବାକୁ ଯାଉଛି। ସେହିପରି ୨୦୩୬ ସୁଦ୍ଧା ରୁଷିଆ ସବୁଠୁ ୧୦ ବୃହତ୍‌ ଅର୍ଥନୀତି ମଧ୍ୟରେ ରହିବ। ଏହି ତାଲିକାର ନବମ ସ୍ଥାନ ଅଧିକାର ଲାଗି ଇଣ୍ଡୋନେସିଆକୁ ୨୦୩୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ବେକ୍‌ଜିଟ୍‌ ସତ୍ତ୍ୱେ ୨୦୩୬ ସୁଦ୍ଧା ଫ୍ରାନ୍ସଠାରୁ ୧୬% ବୃହତ୍‌ ଅର୍ଥନୀତି ହେବା ଲାଗି ବ୍ରିଟେନ ଉଦ୍ୟମ କରୁଛି। ବିଶ୍ୱର ଅର୍ଥନୀତିଗୁଡ଼ିକ ମୁଦ୍ରାସ୍ଫୀତିର କିପରି ମୁକାବିଲା କରିପାରୁଛନ୍ତି ତାହା ହେଉଛି ୨୦୨୦ ଦଶକ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମେରିକାରେ ମୁଦ୍ରାସ୍ଫୀତି ୬.୮%କୁ ବୃଦ୍ଧି ପାଇଥିବାରୁ ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି ବୋଲି ସିଇଆର୍‌ବି ଉପାଧ୍ୟକ୍ଷ ଡୋଗ୍‌ଲାସ୍‌ ମେକ୍‌ ଓ୍ବିଲିୟମ୍ସ ସୂଚନା ଦେଇଛନ୍ତି। ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଯାଇ ନ ପାରିଲେ ୨୦୨୩-୨୪ରେ ବିଶ୍ୱ ଆଉ ଏକ ମାନ୍ଦାବସ୍ଥାକୁ ସାମ୍ନା କରିବ ବୋଲି ସେ ସତର୍କ କରାଇଛନ୍ତି। ପ୍ରକାଶ ଯେ, ବର୍ତ୍ତମାନ ବିଶ୍ୱ ଅର୍ଥନୀତି ପ୍ରାୟ ୯୪ ଟ୍ରିଲିୟନ୍‌ ଡଲାରରେ ପହଞ୍ଚତ୍ଥିବା ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri