Posted inଜାତୀୟ

ନଭେମ୍ବର ୨୮ରୁ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ

ଡେରାଡୁନ,୫ା୧୦: ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧ ଯାଏ ଅନୁଷ୍ଠିତ ହେବ ୬ଷ୍ଠ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଡେରାଡୁନ ସଚିବାଳୟସ୍ଥିତ ମିଡିଆ ସେଣ୍ଟରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନ ଏହି ସମ୍ମିଳନୀର ବ୍ରାଣ୍ଡ ଆମ୍ବାସାଡର ହେବେ। ସମ୍ମିଳନୀ ପାଇଁ ଅମିତାଭ ବଚ୍ଚନଙ୍କ ଭିଡିଓ ବାର୍ତ୍ତା ଖବରଦାତା ସମ୍ମିଳନୀରେ ପ୍ରସାରିତ ହୋଇଥିଲା। ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଡି.ଏମ୍‌.ଆଇ.ସି. ହାଇଦ୍ରାବାଦ ଏବଂ ଉତ୍ତରାଖଣ୍ଡ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।

ଭାରତୀୟ ମହାକାଶ ଗବେଷଣା ସଂଗଠନ, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ, ପରମାଣୁ ଶକ୍ତି ଆୟୋଗ ଆଦି ସଂସ୍ଥାର ମୁଖ୍ୟ, ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ସମେତ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନର ପ୍ରତିନିଧି, ମିଳିତ ଜାତିସଂଘ, ଭାରତ ତଥା ବିଦେଶର ଜଳବାୟୁ ବିଶେଷଜ୍ଞମାନେ ସମ୍ମିଳନୀରେ ଯୋଗଦେବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶବିଦେଶର ବିଶେଷଜ୍ଞଙ୍କ ମଧ୍ୟରେ ବିଚାରବିମର୍ଶ ହେବ। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ହେଉଛି ହିମାଳୟ ଇକୋସିଷ୍ଟମକୁ ଦୃଷ୍ଟିରେ ରଖି ଜଳବାୟୁ ପରିବର୍ତ୍ତନ ଏବଂ ବିପର୍ଯ୍ୟୟ ମୁକାବିଲା ପାଇଁ ଆଲୋଚନା ଏବଂ ସମାଧାନ କରିବା। ଏହାବ୍ୟତୀତ ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରସ୍ତୁତି ପାଇଁ ଉତ୍ତରାଖଣ୍ଡକୁ ଜଳବାୟୁ ଅନୁକୂଳ ସମାଧାନର କେନ୍ଦ୍ର ଭାବେ ବିକାଶ କରିବା ହେଉଛି ସମ୍ମିଳନୀର ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ଧାମି ଆହୁରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ବିପର୍ଯ୍ୟୟ ମୁକାବିଲା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଭାରତରେ ଏବଂ ବିଶେଷକରି ହିମାଳୟ ନିକଟ ରାଜ୍ୟଗୁଡ଼ିକରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଉପରେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ୮ ଓ ୯ ଡିସେମ୍ବରରେ ଉତ୍ତରାଖଣ୍ଡରେ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ-୨୦୨୩ ଆୟୋଜନ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ପୂର୍ବରୁ ଆୟୋଜିତ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ ‘ନିରାପଦ ନିବେଶ-ସୁଦୃଢ଼ ଉତ୍ତରାଖଣ୍ଡ’ର ବାର୍ତ୍ତା ଦେଶବିଦେଶରେ ବିସ୍ତାର କରିବ। ସେ କହିଛନ୍ତି, ପରିବେଶ ଏବଂ ଅର୍ଥନୀତିକୁ ସନ୍ତୁଳିତ କରି ସରକାର ରାଜ୍ୟର ବିକାଶ କରିବେ। ଏହି ସମ୍ମିଳନୀରେ ୪ଟି ମୁଖ୍ୟ ଅଧିବେଶନ, ୫୦ଟି ବୈଷୟିକ ଅଧିବେଶନ ଏବଂ ଅନେକ ସ୍ବତନ୍ତ୍ର ବୈଷୟିକ ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ବିଷୟରେ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri