Posted inଖେଳ

ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ବିମାନ ଟିକେଟ୍‌ ମୂଲ୍ୟ ବଢ଼ିଲା ଦୁଇ ଗୁଣା

ଅହମଦାବାଦ,୧୭।୧୧: ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ ତାରିଖରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାମୁକାବିଲା। ଇତିମଧ୍ୟରେ ଟିମ୍‌ ଇଣ୍ଡିଆ ଖେଳାଳି ଅଭ୍ୟାସ ପାଇଁ ଅହମଦାବାଦରେ ପହଞ୍ଚି ସାରିଛନ୍ତି। ଅନ୍ୟପକ୍ଷେ ଫାଇନାଲ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ମ୍ୟାଚ ଦେଖିବା ପାଇଁ ବିଭିନ୍ନ ରାଜ୍ୟରୁ କ୍ରିକେଟ୍‌ପ୍ରେମୀ ଅହମଦାବାଦରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ହୋଟେଲ ଭଡ଼ା ସାଙ୍ଗକୁ ବିମାନ ଟିକେଟ୍‌ ମୂଲ୍ୟ ବୃଦ୍ଧି ପାଇଥିବା ଏକ ଜୀତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁ-ଅହମଦାବାଦ ଯିବା ପାଇଁ ଟିକେଟ୍‌ ମୂଲ୍ୟ ୫, ୭୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। ହେଲେ ରବିବାର ଭାରତ-ଅଷ୍ଟ୍ରେଲିଆ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ଲୋକେ ଆଗେଇ ଆସିଛନ୍ତି। ଶନିବାର ଉକ୍ତ ରୁଟ୍‌ରେ ଯାତ୍ରା କରିବା ପାଇଁ ବିମାନ ଟିକେଟ ମୂଲ୍ୟ ୩୩,୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି।

ଶନିବାର ‘ଇଣ୍ଡିଗୋ’ରେ ବଙ୍ଗାଲୁରୁରୁ ଅହମଦାବାଦକୁ ସିଧାସଳଖ ୬ଟି ବିମାନ ଚଳାଚଳ କରିଥିଲେ ମଧ୍ୟ ଟିକେଟ୍‌ ମୂଲ୍ୟ ବୃଦ୍ଧି ପାଇଛି। କୌଣସି ଏକ ଇ-କମର୍ସ କମ୍ପାନୀରେ ମ୍ୟାନେଜର୍‌ ଭାବେ କାମ କରୁଥିବା ଜଣେ କ୍ରିକେଟେ ପ୍ରେମୀ କହନ୍ତି, ଟିଭିରେ ପ୍ରଥମ ସେମି-ଫାଇନାଲ ମ୍ୟାଚ୍‌ ଦେଖିଥିଲି। ଭାରତର ଦମ୍‌ଦାର ପ୍ରଦର୍ଶନ ଦେଖି ବେଶ୍‌ ଆନନ୍ଦ ଲାଗିଥିଲା। ତେଣୁ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଅହମଦାବାଦ ଯିବାକୁ ଇଚ୍ଛା ପ୍ରକାଶ କରିଛି। ଏନେଇ ଶନିବାର ବେଙ୍ଗାଲୁରୁ-ଅହମଦାବାଦ ରାତି ୯ଟାରେ ‘ଇଣ୍ଡିଗୋ’ ବିମାନ ଟିକେଟ ବୁକ୍‌ କରିବା ପାଇଁ ‘ଲଗ୍‌ଇନ୍‌’ କରିବା ବେଳକୁ ଟିକେଟ୍‌ ମୂଲ୍ୟ ୩୨, ୯୯୯ ଟଙ୍କା ହୋଇଥିବା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସେହିପରି ବେଙ୍ଗାଲୁରୁର ଆଉ କେତେକ କ୍ରିକେଟ୍‌ପ୍ରେମୀ ମୁମ୍ବାଇରୁ ଅହମଦାବାଦ ଯିବା ନେଇ ବିମାନରେ ଟିକେଟ କରିଥିଲେ। ଟିକେଟ ମୂଲ୍ୟ ବାବଦକୁ ୧୬,୦୦୦ ଟଙ୍କା ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri