Posted inଖେଳ

ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବା ପରେ ଡ୍ରେସିଂ ରୁମ୍‌ରେ ଭୋ ଭୋ ହୋଇ କାନ୍ଦିଥିଲେ ଧୋନୀ: କୋଚ କଲେ ଖୁଲାସା

ଧର୍ମଶାଳା,୨୨।୧୦: ୨୦୧୯ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତୀୟ ଦଳ ହାରି ଯାଇଥିଲା। ଜୁଲାଇ ୧୧, ୨୦୧୯ରେ ଭାରତୀୟ ଦଳକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଥିଲା। ତେବେ ଟାଇଟଲ ମ୍ୟାଚରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଉଟ ହେବା ମାତ୍ରେ ଟିମ ଇଣ୍ଡିଆର ଆଶା ଶେଷ ହୋଇଥିଲା। ସେହି ବିଶ୍ୱକପ ସମୟରେ ଭାରତୀୟ ଦଳର ବ୍ୟାଟିଂ କୋଚ ଥିବା ସଞ୍ଜୟ ବାଙ୍ଗର ଏକ ବଡ଼ ଖୁଲାସା କରିଛନ୍ତି। ରବିବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବିଷୟରେ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି।
ବାଙ୍ଗର କହିଛନ୍ତି ଯେ, ମ୍ୟାଚରେ ପରାଜୟ ପରେ ଧୋନୀ ଡ୍ରେସିଂ ରୁମରେ ଭୋ ଭୋ ହୋଇ କାନ୍ଦିଥିଲେ। ଧୋନୀଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତ ମଧ୍ୟ କାନ୍ଦୁଥିଲେ। ସେହି ମ୍ୟାଚ ଧୋନିଙ୍କ କ୍ୟାରିୟରର ଶେଷ ମ୍ୟାଚ ବୋଲି ପ୍ରମାଣିତ ହୋଇଥିଲା। ଏହା ପରେ ଧୋନୀ ଭାରତୀୟ ଦଳର ଜର୍ସି ପିନ୍ଧି ନ ଥିଲେ।
ଇଂଲଣ୍ଡର ମାଞ୍ଚେଷ୍ଟରରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୫୦ ଓଭରରେ ଆଠ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଖରାପ ପାଗ ଏବଂ ବର୍ଷା ହେତୁ ଦ୍ରୁତ ବୋଲରଙ୍କ ସପକ୍ଷରେ ରହିଥିଲା। ଭାରତର ୬ଟି ଉଇକେଟ ୯୧ ରନରେ ପଡିଥିଲା। ଭାରତ ଏକ ବଡ଼ ପରାଜୟର ନିକଟତର ହୋଇଥିଲା। ଏଠାରୁ ଧୋନୀ ରବିନ୍ଦ୍ର ଜାଡେଜାଙ୍କ ସହ ଇନିଂସ ପରିଚାଳନା କରିଥିଲେ।
ଧୋନୀ ଏବଂ ଜାଡେଜା ସପ୍ତମ ଉଇକେଟ ପାଇଁ ୧୧୬ ରନ ଭାଗିଦାରୀ କରିଥିଲେ। ଜାଡେଜା ୨୦୮ ରନ ସ୍କୋରରେ ଆଉଟ ହୋଇଥିଲେ। ଏହା ପରେ ଧୋନୀ ୪୯ ଓଭରର ତୃତୀୟ ବଲରେ ଆଉଟ ହୋଇଥିଲେ ଏବଂ ଟିମ ଇଣ୍ଡିଆର ଆଶା ଶେଷ ହୋଇଥିଲା। ସେ ୫୦ ରନ ସ୍କୋର କରିଥିଲେ। ୪୯.୩ ଓଭରରେ ଭାରତୀୟ ଦଳ ୨୨୧ ରନ ରେ ଅଲଆଉଟ୍‌ ହୋଇଥିଲା। ଧୋନୀ ପାଭିଲିୟନକୁ ଫେରୁଥିବା ସମୟରେ କାନ୍ଦୁଥିଲେ। ସେ ନିଜ ଲୁହ ଲୁଚାଇବାକୁ ଚେଷ୍ଟା କରୁଥିଲେ। ବାଙ୍ଗରଙ୍କ ଅନୁଯାୟୀ ଧୋନୀ ଡ୍ରେସିଂ ରୁମରେ ଦୀର୍ଘ ସମୟ କାନ୍ଦୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri