Posted inଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌: ଫାଇନାଲ୍‌ରେ ସୁନା ପୁଅ

ଓରେଗନ,୨୨।୭: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ପୁଣି ଜଲଓ୍ବା ଦେଖାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆମେରିକାର ଓରେଗନରେ ଆୟୋଜିତ ଏହି ଚାମ୍ପିଅନଶିପରେ ମୋଟ ୩୪ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହି ଦୁଇ ଗ୍ରୁପ୍‌ର ୧୨ ଜଣ ଶ୍ରେଷ୍ଠ ଖେଳାଳି ଶନିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ ଇଭେଣ୍ଟରେ ଜାଭେଲିନ ଫିଙ୍ଗିବାର ସୁଯୋଗ ପାଇବେ।
ଟୋକିଓ ଅଲିମ୍ପିକରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲ୍‌ରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି। ୨୪ ବର୍ଷୀୟ ନୀରଜ ନିଜ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ଥ୍ରୋ ସହିତ ଗ୍ରୁପ ଏ ରାଉଣ୍ଡରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ନୀରଜଙ୍କ ସହ ଚେକ ରିପବ୍ଲିକର ଜାକୁବ ଭାଡଲେଜ ମଧ୍ୟ ପ୍ରଥମ ପ୍ରୟାସରେ ୮୫.୨୩ ମିଟର ଜାଭେଲିନ ଥ୍ରୋ ସହିତ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଗ୍ରୁପ ବିରେ ଆଉ ଜଣେ ଭାରତୀୟ ଆଥଲେଟ ରୋହିତ ଯାଦବ ମଧ୍ୟ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri