Categories: ବାଣିଜ୍ୟ

ଭାରତକୁ ବିଶ୍ୱ ବ୍ୟାଙ୍କର ସହାୟତା

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ଭାରତର ଅର୍ଥନୀତିରେ ସୁଧାର ପାଇଁ ଋଣ ଆକାରରେ ୧.୭୫ ବିଲିୟନ ଡଲାରର ସହାୟତା ଘୋଷଣା କରିଛି। ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନା ଏବଂ ବେସରକାରୀ କ୍ଷେତ୍ରରେ ନିବେଶ ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି। ଦେଶର ଅର୍ଥନୀତି ବୃଦ୍ଧି କରିବାରେ ଏହା ବେଶ୍‌ ସହାୟକ ହେବ। ସେହିଭଳି ବିଶ୍ୱ ବ୍ୟାଙ୍କର ବୋର୍ଡ ଅଫ୍‌ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ୧୦୦୦ ଡଲାରର ସହାୟତାଭିତ୍ତିକ ଋଣକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି।

Share