Posted inଖେଳ

‘ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି’

ଭୁବନେଶ୍ୱର, ୨୨ା୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି। ଏଥିସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ କାର୍ଯ୍ୟକାରୀ ହେଉଛି। ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ ହେବା ସମ୍ଭାବନା ରହିଛି। ଦେଶରେ ଯଦି ଏହି କ୍ରୀଡ଼ା ମହାକୁମ୍ଭ ସମ୍ଭବ ହୁଏ ତେବେ ସେଥିରେ ଓଡ଼ିଆ ଖେଳାଳିମାନେ ବ୍ୟକ୍ତିଗତ ପଦକ ଜିତନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ରହିଛି। ସେହି ଲକ୍ଷ୍ୟ ସାଧନ ନିମିତ୍ତ କାର୍ଯ୍ୟ କରାଯାଉଛି ବୋଲି ମଙ୍ଗଳବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟିସ୍‌ ଆସୋସିଏଶନ (ଓସ୍‌ଜା)ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ କ୍ରିଷ୍ଣା ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ସ୍ତରରେ ଓଡ଼ିଶା ଖେଳାଳି ଅଲିମ୍ପିକରେ ମେଡାଲ ଜିତିବାର ସୁଯୋଗ ପ୍ରଥମେ ଭାରୋତ୍ତୋଳନରୁ ଆସିପାରେ ବୋଲି ସେ ଆଶା ପ୍ରକାଶ କରିଥିଲେ। ରାଜ୍ୟର ଗୌରବମୟ ଭାରୋତ୍ତୋଳନ ପରମ୍ପରାକୁ ଦେଖି ୫୦ଟି ସ୍ଥାନରେ ହାଇପରଫର୍ମାନ୍ସ ସେଣ୍ଟର ଏବଂ ରାଜ୍ୟସାରା ୧୦୦ଟି ଭାରୋତ୍ତୋଳନ ପ୍ଲାଟଫର୍ମ ସ୍ଥାପନ କରାଯାଉଛି। ଦେଶରେ କ୍ରୀଡ଼ାର ଶ୍ରେଷ୍ଠ ଭିତ୍ତିଭୂମିର ବିକାଶ ଓଡ଼ିଶାରେ ହେଉଛି। କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସକାଶେ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଉଛି। ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଓଡ଼ିଶା ଏବେ ୯ମ ସ୍ଥାନକୁ ଆସିଗଲାଣି। ଆମ ଲକ୍ଷ୍ୟ ଟପ୍‌ ୫ ଭିତରକୁ ଆସିବ ବୋଲି କ୍ରୀଡ଼ା କମିଶନର କହିଥିଲେ। କଳିଙ୍ଗ ଷ୍ଟାଡିୟମକୁ କ୍ରୀଡ଼ା ଭିତ୍ତିଭୂମିର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯାଉଛି। ଜିମ୍ନାଷ୍ଟିକ୍ସ, ଟେନିସ, ବ୍ୟାଡ୍‌ମିଣ୍ଟନ ଏବଂ ଜଳକ୍ରୀଡ଼ା ସକାଶେ ଅନ୍ତର୍ଜାତୀୟମାନର ଭିତ୍ତିଭୂମି କଳିଙ୍ଗରେ ଲୋକାର୍ପିତ ହେବାକୁ ପ୍ରସ୍ତୁତ ହୋଇଗଲାଣି। କ୍ରୀଡ଼ାର ବିକାଶରେ ଖେଳ ଖବରଦାତାଙ୍କ ଅନେକ ଭୂମିକା ରହିଛି। ଖେଳ ଜୀବନ ରିସ୍କରେ ପରିପୂର୍ଣ୍ଣ। ତେଣୁ ମାତାପିତା ଖେଳାଳିଟିଏ କରିବାକୁ ପିଲାମାନଙ୍କୁ ଚାହୁଁନାହାଁନ୍ତି। ଯଦି କ୍ରୀଡ଼ା ଖବରଦାତାମାନେ ଯୁବ ବୟସର ଖେଳାଳିମାନଙ୍କ ସଫଳତା ବିଷୟ ପ୍ରକାଶ କରିବେ ତା’ହେଲେ ମାତାପିତାଙ୍କ ମନୋଭାବରେ ଖେଳ ପ୍ରତି ସକାରାତ୍ମକ ଭାବ ପ୍ରକାଶ ପାଇବ ବୋଲି କ୍ରୀଡ଼ା ସଚିବ କହିଥିଲେ। ଓସ୍‌ଜାର ସମସ୍ତ ଭବିଷ୍ୟତ କାର୍ଯ୍ୟଧାରାରେ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଓସିଏର ସମ୍ମିଳନୀ କକ୍ଷରେ ଓସ୍‌ଜାର କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ହକି ଲିଜେଣ୍ଡ ପିଟର ତିର୍କୀଙ୍କୁ ଜୀବନବ୍ୟାପୀ ସେବା ସକାଶେ ଏବଂ ପ୍ରତିଭା ସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ଓସ୍‌ଜା ପକ୍ଷରୁ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁଷ୍ପଗୁଚ୍ଛ, ପ୍ରଶସ୍ତିପତ୍ର, ଟ୍ରଫି ଏବଂ ୨୫ହଜାର ଟଙ୍କାର ପୁରସ୍କାର ରାଶି ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। ଫୁଟବଲ ଲିଜେଣ୍ଡ ବିଜୟ ଦାସ ଓ ବିଶିଷ୍ଟ ପେସ ବୋଲର ବସନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଖେଳାଳିଙ୍କ ଜୀବନରେ କ୍ରୀଡ଼ା ଖବରଦାତାଙ୍କ ବଡ଼ ଯୋଗଦାନ ଥିବା ପ୍ରକାଶ କରିଥିଲେ। ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଓସ୍‌ଜା ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଓ ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ସଂଘର କାର୍ଯ୍ୟାବଳୀ ବାବଦରେ ସୂଚନା ଦେଇଥିଲେ। ଦୀପ୍ତି ରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri