Posted inଖେଳ

‘ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି’

ଭୁବନେଶ୍ୱର, ୨୨ା୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି। ଏଥିସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ କାର୍ଯ୍ୟକାରୀ ହେଉଛି। ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ ହେବା ସମ୍ଭାବନା ରହିଛି। ଦେଶରେ ଯଦି ଏହି କ୍ରୀଡ଼ା ମହାକୁମ୍ଭ ସମ୍ଭବ ହୁଏ ତେବେ ସେଥିରେ ଓଡ଼ିଆ ଖେଳାଳିମାନେ ବ୍ୟକ୍ତିଗତ ପଦକ ଜିତନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ରହିଛି। ସେହି ଲକ୍ଷ୍ୟ ସାଧନ ନିମିତ୍ତ କାର୍ଯ୍ୟ କରାଯାଉଛି ବୋଲି ମଙ୍ଗଳବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟିସ୍‌ ଆସୋସିଏଶନ (ଓସ୍‌ଜା)ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ କ୍ରିଷ୍ଣା ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ସ୍ତରରେ ଓଡ଼ିଶା ଖେଳାଳି ଅଲିମ୍ପିକରେ ମେଡାଲ ଜିତିବାର ସୁଯୋଗ ପ୍ରଥମେ ଭାରୋତ୍ତୋଳନରୁ ଆସିପାରେ ବୋଲି ସେ ଆଶା ପ୍ରକାଶ କରିଥିଲେ। ରାଜ୍ୟର ଗୌରବମୟ ଭାରୋତ୍ତୋଳନ ପରମ୍ପରାକୁ ଦେଖି ୫୦ଟି ସ୍ଥାନରେ ହାଇପରଫର୍ମାନ୍ସ ସେଣ୍ଟର ଏବଂ ରାଜ୍ୟସାରା ୧୦୦ଟି ଭାରୋତ୍ତୋଳନ ପ୍ଲାଟଫର୍ମ ସ୍ଥାପନ କରାଯାଉଛି। ଦେଶରେ କ୍ରୀଡ଼ାର ଶ୍ରେଷ୍ଠ ଭିତ୍ତିଭୂମିର ବିକାଶ ଓଡ଼ିଶାରେ ହେଉଛି। କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସକାଶେ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଉଛି। ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଓଡ଼ିଶା ଏବେ ୯ମ ସ୍ଥାନକୁ ଆସିଗଲାଣି। ଆମ ଲକ୍ଷ୍ୟ ଟପ୍‌ ୫ ଭିତରକୁ ଆସିବ ବୋଲି କ୍ରୀଡ଼ା କମିଶନର କହିଥିଲେ। କଳିଙ୍ଗ ଷ୍ଟାଡିୟମକୁ କ୍ରୀଡ଼ା ଭିତ୍ତିଭୂମିର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯାଉଛି। ଜିମ୍ନାଷ୍ଟିକ୍ସ, ଟେନିସ, ବ୍ୟାଡ୍‌ମିଣ୍ଟନ ଏବଂ ଜଳକ୍ରୀଡ଼ା ସକାଶେ ଅନ୍ତର୍ଜାତୀୟମାନର ଭିତ୍ତିଭୂମି କଳିଙ୍ଗରେ ଲୋକାର୍ପିତ ହେବାକୁ ପ୍ରସ୍ତୁତ ହୋଇଗଲାଣି। କ୍ରୀଡ଼ାର ବିକାଶରେ ଖେଳ ଖବରଦାତାଙ୍କ ଅନେକ ଭୂମିକା ରହିଛି। ଖେଳ ଜୀବନ ରିସ୍କରେ ପରିପୂର୍ଣ୍ଣ। ତେଣୁ ମାତାପିତା ଖେଳାଳିଟିଏ କରିବାକୁ ପିଲାମାନଙ୍କୁ ଚାହୁଁନାହାଁନ୍ତି। ଯଦି କ୍ରୀଡ଼ା ଖବରଦାତାମାନେ ଯୁବ ବୟସର ଖେଳାଳିମାନଙ୍କ ସଫଳତା ବିଷୟ ପ୍ରକାଶ କରିବେ ତା’ହେଲେ ମାତାପିତାଙ୍କ ମନୋଭାବରେ ଖେଳ ପ୍ରତି ସକାରାତ୍ମକ ଭାବ ପ୍ରକାଶ ପାଇବ ବୋଲି କ୍ରୀଡ଼ା ସଚିବ କହିଥିଲେ। ଓସ୍‌ଜାର ସମସ୍ତ ଭବିଷ୍ୟତ କାର୍ଯ୍ୟଧାରାରେ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଓସିଏର ସମ୍ମିଳନୀ କକ୍ଷରେ ଓସ୍‌ଜାର କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ହକି ଲିଜେଣ୍ଡ ପିଟର ତିର୍କୀଙ୍କୁ ଜୀବନବ୍ୟାପୀ ସେବା ସକାଶେ ଏବଂ ପ୍ରତିଭା ସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ଓସ୍‌ଜା ପକ୍ଷରୁ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁଷ୍ପଗୁଚ୍ଛ, ପ୍ରଶସ୍ତିପତ୍ର, ଟ୍ରଫି ଏବଂ ୨୫ହଜାର ଟଙ୍କାର ପୁରସ୍କାର ରାଶି ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। ଫୁଟବଲ ଲିଜେଣ୍ଡ ବିଜୟ ଦାସ ଓ ବିଶିଷ୍ଟ ପେସ ବୋଲର ବସନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଖେଳାଳିଙ୍କ ଜୀବନରେ କ୍ରୀଡ଼ା ଖବରଦାତାଙ୍କ ବଡ଼ ଯୋଗଦାନ ଥିବା ପ୍ରକାଶ କରିଥିଲେ। ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଓସ୍‌ଜା ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଓ ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ସଂଘର କାର୍ଯ୍ୟାବଳୀ ବାବଦରେ ସୂଚନା ଦେଇଥିଲେ। ଦୀପ୍ତି ରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri