ନିୟମ ମାନୁନାହାନ୍ତି କର୍ମୀ, ସମର୍ଥକ

ବାସୁଦେବପୁର,୨୦।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ଜାରି ରହିଛି। ଗୁରୁବାର ସମିତିସଭ୍ୟ ପଦବୀ ଲାଗି ନାମାଙ୍କନ ଦାଖଲ ବେଳେ ବ୍ଲକରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି।

ନିର୍ବାଚନ ପରିଚାଳନା ଓ ପ୍ରାର୍ଥତ୍ପତ୍ର ଦାଖଲ ସମ୍ପର୍କରେ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିୟମ ଓ କୋଭିଡ୍‌ ସତର୍କତାକୁ ଏଠାରେ ପାଳନ ହେଉ ନ ଥିବା ଏଥିରୁ ଜଣାପଡୁଛି। ପ୍ରାର୍ଥୀଙ୍କ ସହ ସମର୍ଥକମାନେ ବହୁ ସଂଖ୍ୟାରେ ଆସୁଥିବାରୁ ବ୍ଲକ ପରିସର ଜାମ୍‌ ହୋଇଯାଇଥିଲା। ପ୍ରବଳ ଭିଡ଼ ହେବାରୁ ପ୍ରାର୍ଥୀଙ୍କୁ ଲମ୍ବା ଲାଇନରେ ଯିବାକୁ ପଡ଼ିଥିଲା। ପ୍ରାର୍ଥୀଙ୍କ ସହ ସମର୍ଥକମାନେ ବ୍ଲକରେ ଗହଳି ଜମାଇ ଥିବାରୁ କରୋନା ସଂକ୍ରମଣର ଭୟ ଓ ଆଶଙ୍କା ରହିଛି। ଏ ଦିଗରେ ପ୍ରଶାସନ ଓ ବ୍ଲକ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଡିଓ ସତ୍ୟଜିତ ରାଉତଙ୍କୁ ପଚାରିବାରୁ ଶୁକ୍ରବାର ଭିଡ଼ କମାଇବା ପାଇଁ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି।