ବିଜେଡିରେ ମିଶିଲେ ଅନ୍ୟ ଦଳର କର୍ମୀ

ଧାମନଗର, ୩।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ ବ୍ଲକ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ମଲ୍ଲିକ, ଏମ୍‌ପି ପ୍ରତିନିଧି ହରେକୃଷ୍ଣ ପାଢ଼ୀ, ନଗର ସଭାପତି ସୁଶାନ୍ତ କୁମାର ରାଉତ, ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ଦଳର ପ୍ରାୟ ୩୦ଜଣ କର୍ମୀ ଓ ସେମାନଙ୍କ ସମର୍ଥକ ବିଜେଡିରେ ସାମିଲ ହୋଇଥିଲେ। ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରାଯାଇଥିଲା।