ଘରକୁ ଫେରୁଛନ୍ତି ଜିଲା ବାହାର ଶ୍ରମିକ

ବରଗଡ଼ ଅଫିସ,୩୦ା୧୧:ମହାମାରୀ କରୋନା ସଭିଁଙ୍କ ରୋଜଗାର ଛଡ଼ାଇ ନେଇଛି। ଏଥିରେ ଶ୍ରମଜୀବୀ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି ଯେ, ତାହା ଥମିବାର ନାଁ ନେଉ ନାହିଁ। ଚଳିତ ଧାନ ଅମଳ ସମୟରେ ଏହା ପରିଲକ୍ଷିତ ହେଉଛି। ରୋଜଗାର ଆଶାରେ ଜିଲା ବାହାରୁ ବରଗଡ଼କୁ ଶ୍ରମିକମାନେ ଆସିଛନ୍ତି। ତେବେ ଅନ୍ୟବର୍ଷ ତୁଳନାରେ କମ୍‌ ସଂଖ୍ୟକ ଶ୍ରମିକ ଆସିଥିଲେ ମଧ୍ୟ ପୂର୍ବବର୍ଷ ଭଳି ସେମାନଙ୍କୁ ରୋଜଗାର ମିଳୁ ନାହିଁ। ଧାନ ଅମଳ ଯନ୍ତ୍ର ହାର୍ଭେଷ୍ଟରକୁ ଅନେକ ଚାଷୀ ଏବେ ବ୍ୟବହାର କରୁଛନ୍ତି। ଫଳରେ ରୋଜଗାର ଆଶାରେ ଆସିଥିବା ଶ୍ରମିକମାନେ ପୁଣି ନିରାଶରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି।
ରାଜ୍ୟର ସର୍ବାଧିକ ଧାନ ବରଗଡ଼ ଜିଲାରେ ହିଁ ଉତ୍ପାଦନ ହୋଇଥାଏ। ଜିଲାର ପଦ୍ମପୁର ଉପଖଣ୍ଡ, ବରଗଡ଼ ଉପଖଣ୍ଡର ଅମ୍ବାଭୋନା ବ୍ଲକକୁ ଛାଡ଼ି ଦେଲେ ଅନ୍ୟ ଅଞ୍ଚଳ ହୀରାକୁଦ ଜଳସେଚିତ। ଅତାବିରା, ଭେଡ଼େନ, ବରଗଡ଼, ବରପାଲି, ଭଟଲି ବ୍ଲକର ଆଂଶିକ ଅଞ୍ଚଳକୁ ମଧ୍ୟ ହୀରାକୁଦ ପାଣି ମାଡ଼ି ନ ଥାଏ। ତେବେ ହୀରାକୁଦ ଜଳସେଚିତ ଅଞ୍ଚଳରେ ଉଭୟ ରବି, ଖରିଫ ଋତୁରେ ଧାନଚାଷ ହୋଇଥାଏ। ସେହିପରି ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ବର୍ଷାପାଣି ଉପରେ ନିର୍ଭର କରି ଖରିଫ୍‌ ଋତୁରେ ଧାନଚାଷ କରିଥାନ୍ତି। ଏହି ଦୃଷ୍ଟିରୁ ଧାନ ଅମଳ ସମୟରେ ରୋଜଗାର ଆଶାରେ ପଡ଼ୋଶୀ ଛତିଶଗଡ଼ ସମେତ ବାହ୍ୟ ଜିଲା କଲାହାଣ୍ଡି, ନୂଆପଡ଼ା, ସୋନପୁର, ବଲାଙ୍ଗୀର ଆଦି ଜିଲାରୁ ଶ୍ରମିକମାନେ ପ୍ରତିବର୍ଷ ବରଗଡ଼ ଜିଲାକୁ ଆସିଥାନ୍ତି। ମାତ୍ର ମହାମାରୀ କରୋନା ସେଭଳି ରୋଜଗାରକୁ ମଧ୍ୟ ପ୍ରଭାବିତ କରିଛି ।
ଗତ ମାର୍ଚ୍ଚ, ଏପ୍ରିଲରେ ଚାଷୀମାନେ ରବିଧାନ ଅମଳ କରିଥିଲେ। ମାତ୍ର ସେତେବେଳେ କରୋନା ଯୋଗୁ ଲକ୍‌ଡାଉନ୍‌ କଟକଣା ଜାରି ରହିଥିବାରୁ ଜିଲା ବାହାରୁ ଏଠାକୁ ଶ୍ରମିକମାନେ ଆସି ପାରି ନ ଥିଲେ। ଏପରିକି ସ୍ଥାନୀୟ ଶ୍ରମିକମାନେ ମଧ୍ୟ ଧାନ ଅମଳ ଶ୍ରମ ପାଇଁ ଘରୁ ବାହାରି ପାରି ନ ଥିଲେ। ଫଳରେ ଧାନ ଅମଳ ପ୍ରଭାବିତ ହୋଇଥିଲା। ଚାଷୀଙ୍କ ଧାନ ଅମଳରେ ସେତେବେଳେ ହାର୍ଭେଷ୍ଟର ହିଁ ପ୍ରମୁଖ ମାଧ୍ୟମ ପାଲଟିଥିଲା। ଏବେ କରୋନା କଟକଣା କୋହଳ ହୋଇଥିଲେ ସୁଦ୍ଧା ସଂକ୍ରମଣ ଟଳିନାହିଁ। ଅନ୍ୟପଟେ କଟକଣା କୋହଳ ପରେ ଶ୍ରମିକମାନେ ଚଳିତ ଖରିଫ ଧାନ ଅମଳ ପାଇଁ ଜିଲାକୁ ଆସିଥିଲେ ହେଁ ପୂର୍ବବର୍ଷ ଭଳି ରୋଜଗାର ପାଉ ନାହାନ୍ତି । ରବିବାର ଭବାନୀପାଟଣା ଅଞ୍ଚଳକୁ ବାହୁଡ଼ୁଥିବା କିଛି ଶ୍ରମିକଙ୍କୁ ଭେଟିଥିଲୁ। ଶଙ୍କର ଜାନୀ ନାମକ ଜଣେ ଶ୍ରମିକ କହିଥିଲେ, ୨୦ ଦିନ ତଳେ ୧୭ଜଣ ଆସିଥିଲୁ। ଅତାବିରା ଅଞ୍ଚଳକୁ ଯାଇଥିଲ। କିଛି ରୋଜଗାର କରିଛୁ। ହେଲେ ଆଗଭଳି କାମ ମିଳୁନି, ଫଳରେ ଫେରି ଯାଉଛୁ ବୋଲି କହିଥିଲେ।
ସେହିପରି ଆଉଜଣେ ଶ୍ରମିକ ଭଗବାନ ଜାନୀ କହିଥିଲେ, କରୋନା ଆସିଲା ଦିନଠାରୁ କାମ ମିଳୁନାହିଁ। ଅନ୍ୟବର୍ଷ ଭଳି ଧାନ ଅମଳ କରି କିଛି ରୋଜଗାର କରିବା ଆଶା ନେଇ ଆସିଥିଲୁ । ହେଲେ ଅନେକ ଚାଷୀ ଏବେ ହାର୍ଭେଷ୍ଟରରେ ଧାନ ଅମଳ କରି ସାରିଲେଣି। କାମ ପୂର୍ବଭଳି ମିଳିଲାନି, ସେଥିପାଇଁ ଘରକୁ ଫେରି ଯାଉଥିବା ସେ କହିଥିଲେ। ବରଗଡ଼ ବ୍ଲକ କଲାପାଣିର ଜଣେ ଚାଷୀ ସୁରେଶ ନେକାଣ୍ଟି କହନ୍ତି, ସେ ୨୦ ଏକର ଧାନଚାଷ କରିଥିଲେ। ସବୁଧାନ ହାର୍ଭେଷ୍ଟରରେ ଅମଳ କରି ସାରିଛନ୍ତି। ଶ୍ରମିକ ଅଭାବ ଯୋଗୁ ରବିଧାନ ଅମଳ ପ୍ରଭାବିତ ହୋଇଥିଲା। ଫଳରେ ରବିଧାନ ଅମଳ ଭଳି ସମସ୍ୟା ଉପୁଜିବା ଆଶଙ୍କା କରି ହାର୍ଭେଷ୍ଟରରେ ସବୁଧାନ ଅମଳ କରିଥିବା ସେ କହିଥିଲେ। ଅତାବିରା ବ୍ଲକ ଦୁଲମପୁର ପଞ୍ଚାୟତ ଖଲିଆପାଲି ଗ୍ରାମର ଆଉଜଣେ ଚାଷୀ ସଞ୍ଜୀବ ମହାକୁର କହିଛନ୍ତି, ସେ ଅଧିକାଂଶ ଧାନ ହାର୍ଭେଷ୍ଟର ଯୋଗେ ଅମଳ କରିଛନ୍ତି। ଯେଉଁ ଜମିକୁ ହାର୍ଭେଷ୍ଟର ଯାଇ ପାରିଲାନି, ସେଭଳି ଅଳ୍ପକିଛି ଜମିରେ ଶ୍ରମିକ ଲଗାଇଥିବା ସେ କହିଥିଲେ। ସିନ୍ଦୁରବାହାଲ ଗ୍ରାମର ଚାଷୀ ସୁବାରାଓ କହିଛନ୍ତି, ଉଭୟ ହାର୍ଭେଷ୍ଟର ଆଉ ଶ୍ରମିକ ଲଗାଇ ସେ ଧାନ ଅମଳ କରିଛନ୍ତି। ଅମଳ ପରେ ଧାନ ପକେଟ୍‌ ପ୍ରତି ଶ୍ରମିକମାନେ ୧୧୦ରୁ ୧୧୫ ଟଙ୍କା ନେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri