୨୨୨ ଟଙ୍କା ମଜୁରିରେ କାମ କରୁନାହାନ୍ତି ଶ୍ରମିକ

ବିଞ୍ଝାରପୁର,୨୧ା୪(ଡି.ଏନ.ଏ.): ବିଞ୍ଝାରପୁର ପଞ୍ଚାୟତ ସମିତିର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବିଞ୍ଝାରପୁର ବିଧାୟିକା ତଥା ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯୋଗଦେଇ ବ୍ଲକରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ସମସ୍ତ ୨୯ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସାମିଲ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ୨୭ ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ସୁନିତା ନାୟକ କହିଥିଲେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ ଦୈନିକ ମଜୁରୀର ମୂଲ୍ୟ ୨୨୨ ଟଙ୍କା ହୋଇଥିବାରୁ ସାଧାରଣ ଦିନ ମଜୁରିଆମାନେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଏ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ମାଧ୍ୟ୍ୟମରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସେହିପରି ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ଆବଶ୍ୟକ ଅନୁଯାୟୀ ନ ଥିବା ସରପଞ୍ଚ ଓ ସମିତିସଭ୍ୟମାନେ ଅଭିଯୋଗ କରିଥିଲେ। ଏହାର ପ୍ରତି ଉତ୍ତରରେ ସ୍ବାସ୍ଥ୍ୟ ଅଧିକାରୀ କହିଥିଲେ ଯେ, ଆବଶ୍ୟକ ଅନୁଯାୟୀ କର୍ମଚାରୀ ନ ଥିବାରୁ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପଠାଯାଇ ପରିଚାଳନା କରାଯାଉଛି। ଡାକ୍ତର ନିଯୁକ୍ତି ହେଲେ ଉକ୍ତ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ। ସେହିପରି ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ପରିଚାଳନାରେ ତ୍ରୁଟି ପରିଲିକ୍ଷିତ ହେଉଥିବା ଦର୍ଶାଇ ଜରି ସରପଞ୍ଚ ନନ୍ଦ ମଲ୍ଲିକ ସିଡିପିଓଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସିଡିପିଓ ପ୍ରତି ଉତ୍ତରରେ କରୋନା ପରେ ଖୋଲା ଯାଇଥିବା ଅଙ୍ଗନୱାଡି କେନ୍ଦ୍ରରେ ହେଉଥିବା ତ୍ରୁଟିକୁ ନିଜେ ପ୍ରତି ମାସରେ ପରିଦର୍ଶନ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଞ୍ଝାରପୁର ଏକ ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରି ନ ଥିବାରୁ ଚାଷୀଙ୍କ ଶହଶହ ଏକର ଜମି ପାଣିରେ ବୁଡ଼ି ନଷ୍ଟ ହୋଇ ଯାଉଥିବା ସରପଞ୍ଚମାନେ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ଏ ସମସ୍ୟାର ସମାଧାନ ପାଇଁ ଜଳ ନିଷ୍କାସନ ହେଉଥିବା ସ୍ଥାନଗୁଡ଼ିକରେ ଆଡ଼ି ବନ୍ଧ କରିବା ପୂର୍ବରୁ ପ୍ରଶାସନ ଅଧିକାରୀଙ୍କ ଜରିଆରେ ଉକ୍ତ ସ୍ଥାନରେ ୧୪୪ ଧରା ଜାରି କରିବା ପାଇଁ ଜଳ ନିସ୍କାସିତ ବିଭାଗ ଅଧିକାରୀ ଅନ୍ତର୍ଯ୍ୟାମୀ ମହାନ୍ତିଙ୍କୁ ପରାମର୍ଶ ଦିଆ ଯାଇଥିଲା। ସେହିପରି ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥିବା ବେଳେ କେତେକ ପଞ୍ଚାୟତରେ ମେଗା ପ୍ରକଳ୍ପ ଶେଷ ହୋଇ ନ ଥିବାରୁ ପାଣି ସମସ୍ୟା ଦେଖା ଦେଇଛି। ତେଣୁ ଉକ୍ତ ସ୍ଥାନରେ ତୁରନ୍ତ ନଳ କୂପ ବସାଯାଇ ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ତୃପ୍ତିମୟୀ ରଥ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ୨୬ ନଂ. ଜୋନ ଜିଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ବିଡିଓ ମୀନତି ଜଗଦେବ, ବ୍ଲକ ଉପାଧ୍ୟକ୍ଷ ସେକ୍‌ ଇର୍ସାଦ, ୨୮ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟ ଖଗେଶ୍ୱର ମହାନ୍ତି, ୨୫ ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ଅହଲ୍ୟା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri