ପାହାଡ଼ ବ୍ଲାଷ୍ଟିଂ ବେଳେ ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲା ବାଲିଛାଇ ଭାଟଖାଲି ପାହାଡ଼ରେ ବ୍ଲାଷ୍ଟିଂ ବେଳେ ପଥର ଫାଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗଞ୍ଜାମ କବିସୂର୍ଯ୍ୟନଗର ବାଲିଛାଇ ଭାଟଖାଲି ପାହାଡ଼ରେ ପଥର ବ୍ଲାଷ୍ଟି ଚାଲିଥିଲା । ମଙ୍ଗଳବାର ବ୍ଲାଷ୍ଟିଂ ସମୟରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।