ଦାଦନ ଖଟି ଯାଉଥିବା ବେଳେ ଅଧାରାସ୍ତାରୁ ଶ୍ରମିକ ନିଖୋଜ, ଲାଞ୍ଜିଗଡ଼ ଥାନାର ଦ୍ୱାରସ୍ଥ ହେଲେ ପରିବାରଲୋକେ…

ଲାଞ୍ଜିଗଡ,୧୦।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖ ଅଞ୍ଚଳରେ ବଢ଼ିବାରେ ଲାଗିଛି । କେତେ ବେଳେ ଦାଦନ ଶ୍ରମିକ ସାଉକାରଙ୍କ ଠାରୁ ର୍ନିଯ୍ୟାତିତ ହେଉଛି ତ କେତେବେଳେ ନିଖୋଜ ଆଉ ପୁଣି କେତେବେଳେ ଶବ ହୋଇ ଗାଁକୁ ଫେରୁଛନ୍ତି ।ଏଭଳି ଏକ ଘଟଣାକ୍ରମରେ ବ୍ଲକର ଲାଞ୍ଜିଗଡ ଥାନା ଛତ୍ରପୁର ପଞ୍ଚାୟତ ଲେପଟାଗୁଡା ଗ୍ରାମର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଉଥିବା ବେଳେ ଅଧା ରାସ୍ତାରେ ନିଖୋଜ ହୋଇଯାଇଛନ୍ତି । ସେ ହେଲେ ଲେପଟାଗୁଡା ଗ୍ରାମର ଦେବରାଜ ମାଝୀ(୨୮)। ଏହି ଖବର ପାଇବା ପରେ ଭାଇ ସତ୍ୟ ମାଝୀ ଲାଞ୍ଜିଗଡ଼ ଥାନାରେ ବୁଧବାର ଏକ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ ଲେପଟାଗୁଡା ଗ୍ରାମର ଦେବରାଜ ଗତ ୬ ତାରିଖ ଶନିବାର ଦିନ ଅପରାହ୍ନ ୨ ଟା ସମୟରେ ସେହି ଗ୍ରାମର ପୁଲୁ ମାଝୀ ସହିତ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯିବାଲାଗି ମୁନିଗୁଡା ଟ୍ରେନ ଷ୍ଟେଶନରେ ବସିଥିଲେ। ଟ୍ରେନଟି ଭିଡ ରହିଥିବା ବେଳେ ଦୂର ବାଟ ଯିବାକୁ ଥିବାରୁ ନିଜ ନିଜ ସିଟରେ ଶୋଇ ପଡ଼ିଥିଲେ। ଅଧା ବାଟ ଯିବା ପରେ ବିଜୟୱାଡା ଷ୍ଟେସନ ନିକଟରେ ପୁଲୁ ନିଦରୁ ଉଠି  ଦେବରାଜ ନିଜ ସିଟରେ ନ ଥିବା ଦେଖିବାକୁ ପାଇଥିଲେ। ସେ କେଉଁ ଷ୍ଟେସନରେ ଓଲ୍ଲାଇ ପଡିଲା ଜାଣି ପାରି ନ ଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ଦେବରାଜଙ୍କୁ ପାଇ ନ ଥିଲେ। ଏହା ପରେ ପୁଲୁ ୭ ତାରିଖରେ ଦେବରାଜଙ୍କ ପରିବାର ଲୋକଙ୍କୁ ଜଣାଇବା ପାଇଁ ଫୋନ କରିଥିଲା। କିନ୍ତୁ ଗାଁରେ ମୋବାଇଲ ନେଟୱର୍କ ନ ଥିବା ଯୋଗୁଁ ୧୦ ତାରିଖରେ ଭାଇ ନିଖୋଜ ହୋଇ ଯାଇଥିବା ଖବର ପାଇ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛି ବୋଲି ନିଖୋଜ ଦେବାରାଜଙ୍କ ଭାଇ ସତ୍ୟ ମାଝୀ ପ୍ରକାଶ କରିଛନ୍ତି। ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଭାଇକୁ ଖୋଜି ଆଣିବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ଲାଞ୍ଜିଗଡ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିବା ବେଳେ ଏହାର ତଦନ୍ତ କରିବୁ ବୋଲି ଲାଞ୍ଜିଗ ଥାନାଧିକାରୀ ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri