Categories: ଫୁରସତ

ଶ୍ରମିକ ପାଲଟିଲେ ମାଇକେଲ୍‌ ଜ୍ୟାକ୍‌ସନ

ଟୁଇଟରରେ ବିଲ୍‌ ବାର୍ଟେଲ ନାମକ ଜଣେ ବ୍ୟକ୍ତି ଶେୟାର କରିଥିବା ଏକ ଭିଡିଓ ହେଉଛି ଭାଇରାଲ। କାରଣଟି ହେଲା ଭିଡିଓରେ ନାଚୁଥିବା ଶ୍ରମିକଙ୍କ ନୃତ୍ୟଶୈଳୀ। ତେବେ ହୁବେଇର ଏକ ଗୃହ ନିର୍ମାଣସ୍ଥଳରେ ମାଇକେଲ ଜ୍ୟାକ୍‌ସନଙ୍କ ଜନ୍ମ ହୋଇଛି ବୋଲି ସେ ଲେଖିଛନ୍ତି।

କିଛି ନିର୍ମାଣ କାମ ଚାଲିଥିବାରୁ କିଛି ଶ୍ରମିକ ବସିଛନ୍ତି। ଏହି ସମୟରେ ଜଣେ ଶ୍ରମିକ ବାଡ଼ି ଉଠାଇ ହାତରେ ଧରି ନାଚିବାରେ ଲାଗନ୍ତି। ବାସ୍‌। ସେଠାରେ ବସିଥିବା ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।

Share