କାନ୍ତାରା ୨ ଉପରେ ଆରମ୍ଭ ହେଲା କାମ, ସ୍କ୍ରିପ୍ଟ ପାଇଁ କର୍ନାଟକ ଜଙ୍ଗଲରେ ପହଞ୍ଚିଲେ ରିଷଭ ସେଟ୍ଟି

ମୁମ୍ବାଇ: ରିଷଭ ସେଟ୍ଟିଙ୍କ ବ୍ଲକବୁଷ୍ଟର ହିଟ୍ ମୁଭି କାନ୍ତାରା ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ଦଖଲ କରି ଦେଇଛି । ଦର୍ଶକେ ଏହି ଫିଲ୍ମକୁ ଏତେ ଭଲପାଇବା ଦେଇଛନ୍ତି ଯେ ନିର୍ଦ୍ଦେଶକ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାରେ ଲାଗି ପଡିଲେଣି । ରିଷଭ ସେଟ୍ଟି କାନ୍ତାରା ୨ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲେଣି । ରିଷଭ ସେଟ୍ଟି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅଭିନୟ ବି କରିବେ । ମିଳିଥିବା ସୂଚନା ଅନୁଯାୟୀ, ରିଷଭ ସେଟ୍ଟି ଏବେ ବହୁ ପ୍ରତିକ୍ଷିତ ଫିଲ୍ମର ସ୍କ୍ରିପଟିଂରେ ବ୍ୟସ୍ତ ହୋଇଗଲେଣି ।
ହୋମ୍ବେଲେ ଷ୍ଟୁଡିଓ ନିକଟରେ ଆଗାମୀ ୫ ବର୍ଷରେ ଫିଲ୍ମ ଓ ସିରିଜରେ ୩୦ ଅରବ ଟଙ୍କା ନିବେଶ କରିଥିବା ଦାବି କରିଛି । ହୋମ୍ବେଲ ପ୍ରଡକସନର ସଂସ୍ଥାପକ ବିଜୟ କିରଙ୍ଗଦୁର ଏକ ମିଡିଆ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ରିଷଭ ସେଟ୍ଟି କାନ୍ତାରା ୨ ଉପରେ କାମ ଆରମ୍ଭ କରି ଦେଇଛନ୍ତି ।
ସେ କହିଛନ୍ତି ରିଷଭ ସେଟ୍ଟି ଏବେ କାହାଣୀ ଲେଖୁଛନ୍ତି । ଫିଲ୍ମର ରିସର୍ଚ୍ଚକୁ ନେଇ ୨ ମାସ ହେବ ତାଙ୍କ ଲେଖନ ସହଯୋଗୀଙ୍କ ସହ କର୍ନାଟକର ଜଙ୍ଗଲରେ ରହିଛନ୍ତି । ବିଜୟ ଆହୁରି ମଧ୍ୟ କହିଛନ୍ତି, ଟିମ ଜୁନରେ ଶୁଟିଂ ଆରମ୍ଭ କରିପାରେ । କାରଣ ଶୁଟିଂର ଗୋଟିଏ ଭାଗରେ ବର୍ଷାର ଆବଶ୍ୟକତା ରହିଛି । ତେବେ ଆସନ୍ତା ବର୍ଷ ଏପ୍ରିଲ ବା ମେରେ ଫିଲ୍ମ ସାରା ଦେଶରେ ରିଲିଜ କରିବାର ଯୋଜନା ରହିଛି । ତେବେ କାନ୍ତାରା ୨ ର ବଜେଟ ପ୍ରଥମ ଫିଲ୍ମଠାରୁ ବହୁ ଅଧିକ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri