ଭୁବନେଶ୍ୱର,୧୧।୭: ଦେଶର ଅଗ୍ରଣୀ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ୱାର୍ଡୱିଜାର୍ଡ ଇନୋଭେଶନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୩ ଜୁନର ବିକ୍ରି ଫଳାଫଳ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜୁନ୍ରେ ୨,୫୨୯ ଲୋ-ସ୍ପିଡ୍ ଓ ହାଇସ୍ପିଡ୍ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରାଯାଇଛି। ଯେଉଁ ବିକ୍ରି ସଂଖ୍ୟା ଗତ ବର୍ଷ ଜୁନ୍ ମାସରେ ୨,୧୨୫ ୟୁନିଟ୍ ଥିଲା। ଫଳରେ ୨୦୨୨ ଜୁନ୍ ତୁଳନାରେ ୨୦୨୩ର ସମାନ ସମୟରେ ୧୯% ଅଭିବୃଦ୍ଧି ହାସଲ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ମାସିକ ଅଭିବୃଦ୍ଧି ଆଧାରରେ ଚଳିତ ବର୍ଷ ମେ’ତୁଳନାରେ କମ୍ପାନି ୪୭୫% ଅଭିବୃଦ୍ଧି ହାସଲ କରିଛି। ୨୦୨୩ ମେ’ରେ ବ୍ରାଣ୍ଡ୍ର ୫୩୨ ୟୁନିଟ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ସୂଚନାଯୋଗ୍ୟ ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ କମ୍ପାନୀ ଇଭି ଯାନ କାରବାର କରୁଛି। ଏ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେଶନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ୟତିନ୍ ଗୁପ୍ତେ କହିଛନ୍ତି, ଜୁନ୍ ମାସ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପାଇଁ ଉତ୍ସାହ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି ଓ ଆମ ଡିଲର୍ଶିପ୍ରେ ଗ୍ରାହକଙ୍କ ପ୍ରବେଶ ଓ ଅନୁସନ୍ଧାନ ବୃଦ୍ଧି ପାଇଛି,ଏପରିକି ଉତ୍ସବ ଋତୁ ପାଖେଇ ଆସୁଥିବା ବେଳେ ଆମେ ଆଶା କରୁଛୁ ଯେ ଏହି ଧାରା ଜାରି ରହିବ। ଫଳରେ ବିକ୍ରି ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ବିଶେଷ କରି ସେହି ଚାହିଦାରୁ ଲାଭ ଉଠାଇବା ଲାଗି ଆମେ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ଭାରତର ୨ୟ ଓ ୩ୟ ଶ୍ରେଣୀ ସହରରେ ନୂଆ ଡିଲରଶିପ୍ ସ୍ଥାପନ କରିଛୁ। ସେହିଭଳି ଦୃଢ଼ ବିଶ୍ୱାସ ସହିତ ନିରନ୍ତର ଅଭିବୃଦ୍ଧି ପାଇଁ ଆମର ଲକ୍ଷ୍ୟ ରହିଛି, ଯାହା ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ଆମ ସ୍ଥିତିକୁ ସୁଦୃଢ଼ କରିବ।
କବାଡ଼ି ପ୍ରିମିୟର ଲିଗ୍ ସିଜନ-୨ ଆରମ୍ଭ
ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍ଘାଟିତ ହୋଇଯାଇଛି। ଜିଲା…
ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…
ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…
ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…
ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…
ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…
ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…
ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍ପେଣ୍ଡ
ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ
ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…
୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…
ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…
Archives

