ଏଆଇରୁ ମରିବାନି

ଘଟଣା ହରିୟାଣା ଫରିଦାବାଦର। ନାୟକ ୧୯ ବର୍ଷ ବୟସ୍କ ରାହୁଲ ଭାରତୀ। ସେ ସ୍ଥାନୀୟ ଡିଏଭି କଲେଜର ଛାତ୍ର। ତିନି ବଡ଼ ଭଉଣୀ ଓ ତାଙ୍କ ଫଟୋକୁ ଅଶ୍ଳୀଳ ରୂପ ଦେଇ କେହି ଜଣେ ରାହୁଲଙ୍କୁ ବାରମ୍ବାର ଧମକାଇବା ଏବଂ ବ୍ଲାକ୍‌ମେଲ୍‌ କରିବାକୁ ଚେଷ୍ଟା କରୁଥିଲେ। ବାସ୍ତବରେ କୌଣସି ଅଶ୍ଳୀଳ ଚିତ୍ର ଉଠାଯାଇ ନ ଥିଲା। ବ୍ଲାକ୍‌ମେଲ୍‌ କରୁଥିବା ବ୍ୟକ୍ତି ଅତି ଚତୁରତାର ସହିତ କମ୍ପ୍ୟୁଟର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ମନଗଢ଼ା ଛବି ସୃଷ୍ଟି କରିପାରିଥିଲେ। ମନେରଖିବାକୁ ହେବ ଯେ ଆଜିର ପୃଥିବୀରେ ଏଆଇ ଅତି ପ୍ରାଥମିକ ଅବସ୍ଥାରେ ଥିବା ସତ୍ତ୍ୱେ ଯେକୌଣସି ବ୍ୟକ୍ତିବିଶେଷର ଶରୀର, ମୁହଁ ଏବଂ ସ୍ବରକୁ ବ୍ୟବହାର କରାଯାଇ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର, ଅଡିଓ ଏବଂ ଭିଡିଓ ଅତି ସହଜରେ ପ୍ରସ୍ତୁତ କରାଯାଇପାରୁଛି । ଏହା ବର୍ତ୍ତମାନ ଆରମ୍ଭ ମାତ୍ର। ଏହିଭଳି ଏଆଇର ଅପବ୍ୟବହାର କରାଯିବା ଅତ୍ୟନ୍ତ ସହଜ ଓ ଆସନ୍ତା ଦିନଗୁଡ଼ିକରେ ଅଧିକରୁ ଅଧିକ ସହଜ ହୋଇଯିବ। ଏପରିକି ଏବେ ଏଆଇ ଦ୍ୱାରା ସୃଷ୍ଟି କରାଯାଇଥିବା ମହାଭାରତ ଧାରାବାହିକର ବିଜ୍ଞାପନ ଦେଖିବାକୁ ମିଳିଲାଣି। ଏଥିରେ କୌଣସି ମଣିଷ ତାରକାଙ୍କ ପ୍ରୟୋଜନ ରହୁନାହିଁ। ଏଭଳି ପ୍ରଚ୍ଛଦପଟରେ ରାହୁଲଙ୍କ ପ୍ରତିକ୍ରିୟା ଓ ସେଥିରୁ ଆତ୍ମହତ୍ୟାର ନିଷ୍ପତ୍ତି ଅତି ଦୁଃଖଦାୟକ। ଏଭଳି ବି ହୋଇପାରେ ଯେ ଅତି ଭଦ୍ରଲୋକଙ୍କର ଛବିକୁ ନେଇ ତାଙ୍କର କାଳି ସ୍ତ୍ରୀଙ୍କ ପରିବର୍ତ୍ତେ ଜଣେ ସଫା ଯୁବତୀଙ୍କ ସହିତ ଆଲିଙ୍ଗନ କରୁଥିବାର ଛବି ଓ ଭିଡିଓ ପ୍ରସ୍ତୁତ କରାଯାଇପାରିବ। ସେଭଳି ଯୁବତୀ ଓ ମହିଳାମାନଙ୍କ ସମ୍ପର୍କରେ ଅସଭ୍ୟ ଓ ଅରୁଚିକର ଭିଡିଓ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ବ୍ଲାକ୍‌ମେଲ କରିବା ଆସନ୍ତା ଦିନଗୁଡ଼ିକରେ ସହଜ ହୋଇଯିବ। ଏଆଇର ମାରାତ୍ମକତା ବଡ଼ବଡ଼ିଆ, ରାଜନେତା, ସିନେମା ତାରକା କିମ୍ବା ଧନଶାଳୀ ବ୍ୟକ୍ତିଙ୍କୁ ଯେତେ କ୍ଷତି ପହଞ୍ଚାଇବ ନାହିଁ, ତା’ଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ସାଧାରଣ ଯୁବତୀ ଓ ଯୁବକ। ଯେଉଁମାନେ ସମାଜରେ ପ୍ରତିଷ୍ଠିତ ହୋଇନାହାନ୍ତି ଏବଂ ସେମାନଙ୍କ ମନରେ ସବୁବେଳେ ଚିନ୍ତା ଘାରୁଥାଏ ‘ଆମ ବିଷୟରେ ଲୋକେ କ’ଣ କହିବେ’ ସେମାନେ ଅତ୍ୟଧିକ ମାତ୍ରାରେ ଏଆଇର ଶିକାର ହେବାର ଆଶଙ୍କା ରହିଛି। ପ୍ରତିଷ୍ଠିତ ଲୋକଙ୍କର ପରିବାର ଏବଂ ନିକଟତମ ବ୍ୟକ୍ତି ଅଳ୍ପବହୁତେ ବୁଝିପାରିବେ ଯଦି କୌଣସି ସମ୍ପୂର୍ଣ୍ଣ ମିଥ୍ୟାକୁ ଏଆଇ ମାଧ୍ୟମରେ ପ୍ରଚାର କରାଯାଏ। କିନ୍ତୁ ରାହୁଲଙ୍କ ଭଳି ସାଧାରଣ ପରିବାରର ଯୁବକ ନିଜ ସମ୍ପର୍କରେ ଏକ ଅଶ୍ଳୀଳ ଭିଡିଓ ଯୋଗୁ ଅସ୍ତବ୍ୟସ୍ତ ହୋଇ ନିଜ ଜୀବନକୁ ଶେଷ କରିଦେଲେ।
ଏଆଇର ଯୁଗ ଏବେ ଆରମ୍ଭ ମାତ୍ର। ଏହାର ସକାରାତ୍ମକ ଦିଗ ମଣିଷ ଜାତିକୁ ବହୁ ଉନ୍ନତ କରିବାର କ୍ଷମତା ରଖିଥିବା ବେଳେ ତାହାର ନକାରାତ୍ମକ ଦିଗ ପ୍ରତ୍ୟେକ ଦିନ ଅନେକ ବ୍ୟକ୍ତିବିଶେଷଙ୍କ ଜୀବନକୁ ଛାରଖାର କରିବାକୁ ଆରମ୍ଭ କଲାଣି। ରାହୁଲଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ବ୍ୟକ୍ତି ସମ୍ଭବତଃ ତାଙ୍କ ଭଉଣୀମାନଙ୍କ ବିଷୟରେ ଭିଡିଓ ପ୍ରସ୍ତୁତ କରିଛନ୍ତି ବୋଲି ଧମକ ଦେଇ ଟଙ୍କା ଆଦାୟ କରିବାର ଉଦ୍ଦେଶ୍ୟରେ ଆଗେଇ ଚାଲିଥିଲେ। ଧମକ ପାଇ ରାହୁଲଙ୍କ ଦମ୍ଭୋକ୍ତି ଭାଙ୍ଗିଯିବା ଫଳରେ ଆତ୍ମହତ୍ୟା କଲାପରେ ସାହିଲ ନାମକ ଜଣେ ଯୁବକଙ୍କ ବିରୋଧରେ ପୋଲିସ ଏତଲା ଦାଏର କରିଛି। କୁହାଯାଉଛି ଯେ ଏଥିରେ ରାହୁଲଙ୍କ ଜଣେ ବନ୍ଧୁଙ୍କ ସମ୍ପୃକ୍ତି ରହିଥିଲା। କିନ୍ତୁ ଏବେ ଆଧାର, ଡିଜି ଯାତ୍ରା ଏବଂ ଆହୁରି ଅନେକ ସରକାରୀ ଫେସ୍‌ ରେକକ୍‌ନିଶନ (ମୁହଁ ଚିହ୍ନିବା) ବ୍ୟବସ୍ଥା ଯେଉଁଭଳି ସରକାରୀ ପ୍ରୋତ୍ସାହନ ପାଇ ବ୍ୟାପକ ହେବାରେ ଲାଗିଛି, ସେଥିରେ ଯେକୌଣସି ବ୍ୟକ୍ତିଙ୍କୁ ଠକିବା କିମ୍ବା ଶିକାର ବା ଟାର୍ଗେଟ କରିବା ଅଧିକରୁ ଅଧିକ ସହଜ ହେଉଛି। ବର୍ତ୍ତମାନ ମଣିଷ ନିୟନ୍ତ୍ରଣରେ ଏଆଇ ନାହିଁ। ଆଜିର ସ୍ଥିତିରେ ଏଆଇ ଆପଣାଛାଏଁ ଶିଖିବାରେ ଲାଗିଛି, ସବୁ ସରକାରୀ ସହିତ ବେସରକାରୀ ତଥ୍ୟ ରଖୁଥିବା ବ୍ୟବସ୍ଥାକୁ ବ୍ୟବହାର କରି ନିଜର ଶକ୍ତି ନିଜେ ବଢ଼ାଇ ଚାଲିଛି। ଏହି ସମ୍ପାଦକୀୟ ଲେଖିଲା ବେଳକୁ ଏଆଇର କଳେବର ଯାହା ଥିଲା, ତାହା ଆପଣ ପଢ଼ିବା ବେଳକୁ ଯଥେଷ୍ଟ ବୃଦ୍ଧି ପାଇସାରିବଣି। ଆଧୁନିକ ଏଆଇ ଯୁଗରେ ବଦ୍‌ନାମକୁ ଭୟ କରି କୌଣସି ଭାବେ ବ୍ୟସ୍ତ ହୋଇ ଚରମ ପଦକ୍ଷେପ ନେବା ବୋକାମିର ପରିଚୟ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri