ଏଆଇରୁ ମରିବାନି

ଘଟଣା ହରିୟାଣା ଫରିଦାବାଦର। ନାୟକ ୧୯ ବର୍ଷ ବୟସ୍କ ରାହୁଲ ଭାରତୀ। ସେ ସ୍ଥାନୀୟ ଡିଏଭି କଲେଜର ଛାତ୍ର। ତିନି ବଡ଼ ଭଉଣୀ ଓ ତାଙ୍କ ଫଟୋକୁ ଅଶ୍ଳୀଳ ରୂପ ଦେଇ କେହି ଜଣେ ରାହୁଲଙ୍କୁ ବାରମ୍ବାର ଧମକାଇବା ଏବଂ ବ୍ଲାକ୍‌ମେଲ୍‌ କରିବାକୁ ଚେଷ୍ଟା କରୁଥିଲେ। ବାସ୍ତବରେ କୌଣସି ଅଶ୍ଳୀଳ ଚିତ୍ର ଉଠାଯାଇ ନ ଥିଲା। ବ୍ଲାକ୍‌ମେଲ୍‌ କରୁଥିବା ବ୍ୟକ୍ତି ଅତି ଚତୁରତାର ସହିତ କମ୍ପ୍ୟୁଟର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ମନଗଢ଼ା ଛବି ସୃଷ୍ଟି କରିପାରିଥିଲେ। ମନେରଖିବାକୁ ହେବ ଯେ ଆଜିର ପୃଥିବୀରେ ଏଆଇ ଅତି ପ୍ରାଥମିକ ଅବସ୍ଥାରେ ଥିବା ସତ୍ତ୍ୱେ ଯେକୌଣସି ବ୍ୟକ୍ତିବିଶେଷର ଶରୀର, ମୁହଁ ଏବଂ ସ୍ବରକୁ ବ୍ୟବହାର କରାଯାଇ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର, ଅଡିଓ ଏବଂ ଭିଡିଓ ଅତି ସହଜରେ ପ୍ରସ୍ତୁତ କରାଯାଇପାରୁଛି । ଏହା ବର୍ତ୍ତମାନ ଆରମ୍ଭ ମାତ୍ର। ଏହିଭଳି ଏଆଇର ଅପବ୍ୟବହାର କରାଯିବା ଅତ୍ୟନ୍ତ ସହଜ ଓ ଆସନ୍ତା ଦିନଗୁଡ଼ିକରେ ଅଧିକରୁ ଅଧିକ ସହଜ ହୋଇଯିବ। ଏପରିକି ଏବେ ଏଆଇ ଦ୍ୱାରା ସୃଷ୍ଟି କରାଯାଇଥିବା ମହାଭାରତ ଧାରାବାହିକର ବିଜ୍ଞାପନ ଦେଖିବାକୁ ମିଳିଲାଣି। ଏଥିରେ କୌଣସି ମଣିଷ ତାରକାଙ୍କ ପ୍ରୟୋଜନ ରହୁନାହିଁ। ଏଭଳି ପ୍ରଚ୍ଛଦପଟରେ ରାହୁଲଙ୍କ ପ୍ରତିକ୍ରିୟା ଓ ସେଥିରୁ ଆତ୍ମହତ୍ୟାର ନିଷ୍ପତ୍ତି ଅତି ଦୁଃଖଦାୟକ। ଏଭଳି ବି ହୋଇପାରେ ଯେ ଅତି ଭଦ୍ରଲୋକଙ୍କର ଛବିକୁ ନେଇ ତାଙ୍କର କାଳି ସ୍ତ୍ରୀଙ୍କ ପରିବର୍ତ୍ତେ ଜଣେ ସଫା ଯୁବତୀଙ୍କ ସହିତ ଆଲିଙ୍ଗନ କରୁଥିବାର ଛବି ଓ ଭିଡିଓ ପ୍ରସ୍ତୁତ କରାଯାଇପାରିବ। ସେଭଳି ଯୁବତୀ ଓ ମହିଳାମାନଙ୍କ ସମ୍ପର୍କରେ ଅସଭ୍ୟ ଓ ଅରୁଚିକର ଭିଡିଓ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ବ୍ଲାକ୍‌ମେଲ କରିବା ଆସନ୍ତା ଦିନଗୁଡ଼ିକରେ ସହଜ ହୋଇଯିବ। ଏଆଇର ମାରାତ୍ମକତା ବଡ଼ବଡ଼ିଆ, ରାଜନେତା, ସିନେମା ତାରକା କିମ୍ବା ଧନଶାଳୀ ବ୍ୟକ୍ତିଙ୍କୁ ଯେତେ କ୍ଷତି ପହଞ୍ଚାଇବ ନାହିଁ, ତା’ଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ସାଧାରଣ ଯୁବତୀ ଓ ଯୁବକ। ଯେଉଁମାନେ ସମାଜରେ ପ୍ରତିଷ୍ଠିତ ହୋଇନାହାନ୍ତି ଏବଂ ସେମାନଙ୍କ ମନରେ ସବୁବେଳେ ଚିନ୍ତା ଘାରୁଥାଏ ‘ଆମ ବିଷୟରେ ଲୋକେ କ’ଣ କହିବେ’ ସେମାନେ ଅତ୍ୟଧିକ ମାତ୍ରାରେ ଏଆଇର ଶିକାର ହେବାର ଆଶଙ୍କା ରହିଛି। ପ୍ରତିଷ୍ଠିତ ଲୋକଙ୍କର ପରିବାର ଏବଂ ନିକଟତମ ବ୍ୟକ୍ତି ଅଳ୍ପବହୁତେ ବୁଝିପାରିବେ ଯଦି କୌଣସି ସମ୍ପୂର୍ଣ୍ଣ ମିଥ୍ୟାକୁ ଏଆଇ ମାଧ୍ୟମରେ ପ୍ରଚାର କରାଯାଏ। କିନ୍ତୁ ରାହୁଲଙ୍କ ଭଳି ସାଧାରଣ ପରିବାରର ଯୁବକ ନିଜ ସମ୍ପର୍କରେ ଏକ ଅଶ୍ଳୀଳ ଭିଡିଓ ଯୋଗୁ ଅସ୍ତବ୍ୟସ୍ତ ହୋଇ ନିଜ ଜୀବନକୁ ଶେଷ କରିଦେଲେ।
ଏଆଇର ଯୁଗ ଏବେ ଆରମ୍ଭ ମାତ୍ର। ଏହାର ସକାରାତ୍ମକ ଦିଗ ମଣିଷ ଜାତିକୁ ବହୁ ଉନ୍ନତ କରିବାର କ୍ଷମତା ରଖିଥିବା ବେଳେ ତାହାର ନକାରାତ୍ମକ ଦିଗ ପ୍ରତ୍ୟେକ ଦିନ ଅନେକ ବ୍ୟକ୍ତିବିଶେଷଙ୍କ ଜୀବନକୁ ଛାରଖାର କରିବାକୁ ଆରମ୍ଭ କଲାଣି। ରାହୁଲଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ବ୍ୟକ୍ତି ସମ୍ଭବତଃ ତାଙ୍କ ଭଉଣୀମାନଙ୍କ ବିଷୟରେ ଭିଡିଓ ପ୍ରସ୍ତୁତ କରିଛନ୍ତି ବୋଲି ଧମକ ଦେଇ ଟଙ୍କା ଆଦାୟ କରିବାର ଉଦ୍ଦେଶ୍ୟରେ ଆଗେଇ ଚାଲିଥିଲେ। ଧମକ ପାଇ ରାହୁଲଙ୍କ ଦମ୍ଭୋକ୍ତି ଭାଙ୍ଗିଯିବା ଫଳରେ ଆତ୍ମହତ୍ୟା କଲାପରେ ସାହିଲ ନାମକ ଜଣେ ଯୁବକଙ୍କ ବିରୋଧରେ ପୋଲିସ ଏତଲା ଦାଏର କରିଛି। କୁହାଯାଉଛି ଯେ ଏଥିରେ ରାହୁଲଙ୍କ ଜଣେ ବନ୍ଧୁଙ୍କ ସମ୍ପୃକ୍ତି ରହିଥିଲା। କିନ୍ତୁ ଏବେ ଆଧାର, ଡିଜି ଯାତ୍ରା ଏବଂ ଆହୁରି ଅନେକ ସରକାରୀ ଫେସ୍‌ ରେକକ୍‌ନିଶନ (ମୁହଁ ଚିହ୍ନିବା) ବ୍ୟବସ୍ଥା ଯେଉଁଭଳି ସରକାରୀ ପ୍ରୋତ୍ସାହନ ପାଇ ବ୍ୟାପକ ହେବାରେ ଲାଗିଛି, ସେଥିରେ ଯେକୌଣସି ବ୍ୟକ୍ତିଙ୍କୁ ଠକିବା କିମ୍ବା ଶିକାର ବା ଟାର୍ଗେଟ କରିବା ଅଧିକରୁ ଅଧିକ ସହଜ ହେଉଛି। ବର୍ତ୍ତମାନ ମଣିଷ ନିୟନ୍ତ୍ରଣରେ ଏଆଇ ନାହିଁ। ଆଜିର ସ୍ଥିତିରେ ଏଆଇ ଆପଣାଛାଏଁ ଶିଖିବାରେ ଲାଗିଛି, ସବୁ ସରକାରୀ ସହିତ ବେସରକାରୀ ତଥ୍ୟ ରଖୁଥିବା ବ୍ୟବସ୍ଥାକୁ ବ୍ୟବହାର କରି ନିଜର ଶକ୍ତି ନିଜେ ବଢ଼ାଇ ଚାଲିଛି। ଏହି ସମ୍ପାଦକୀୟ ଲେଖିଲା ବେଳକୁ ଏଆଇର କଳେବର ଯାହା ଥିଲା, ତାହା ଆପଣ ପଢ଼ିବା ବେଳକୁ ଯଥେଷ୍ଟ ବୃଦ୍ଧି ପାଇସାରିବଣି। ଆଧୁନିକ ଏଆଇ ଯୁଗରେ ବଦ୍‌ନାମକୁ ଭୟ କରି କୌଣସି ଭାବେ ବ୍ୟସ୍ତ ହୋଇ ଚରମ ପଦକ୍ଷେପ ନେବା ବୋକାମିର ପରିଚୟ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri