Posted inଖେଳ

ମହିଳା ବିଶ୍ୱକପ୍: ସେମିଫାଇନାଲରେ ଭାରତ, ଏବେ ଟ୍ରଫି ଲକ୍ଷ୍ୟ

ମୁମ୍ବାଇ,୨୪।୧୦: ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ରେ ଭାରତୀୟ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ DLS ନିୟମ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡକୁ ୫୩ ରନରେ ପରାସ୍ତ କରିଛି। ଭାରତର ଏହି ବିଜୟରେ ଓପନର ସ୍ମୃତି ମନ୍ଧାନା ଓ ପ୍ରତିକା ରାୱଲଙ୍କ ଦମଦାର ଶତକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ପ୍ରତିକା ରାୱଲ ୧୩୪ ବଲରେ ୧୩ ଚୌକା ଓ ୨ ଛକା ସହ ୧୨୨ ରନ୍ ସଂଗ୍ରହ କରିଥିଲେ। ସ୍ମୃତି ମନ୍ଧାନା ୯୫ ବଲରେ ୧୦ ଚୌକା ଓ ୪ ଛକା ସହ ୧୦୯ ରନ୍ କରିଥିଲେ।

ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୨୦୧ ବଲରେ ୨୧୨ ରନର ଭାଗୀଦାରୀ କରିଥିଲେ, ଯାହା ବଳରେ ଭାରତୀୟ ଟିମ୍ ୪୯ ଓଭରରେ ୩୪୦ ରନର ବିଶାଳ ସ୍କୋର କରିଥିଲା।

ମ୍ୟାଚରେ ବର୍ଷା ବାଧା ଦେବାରୁ ନ୍ୟୁଜିଲ୍ୟାଣ୍ଡକୁ DLS ନିୟମ ଅନୁଯାୟୀ ୪୪ ଓଭରରେ ୩୨୫ ରନର ସଂଶୋଧିତ ଲକ୍ଷ୍ୟ ମିଳିଥିଲା। ଏହାର ପିଛା କରି କିୱି ଟିମ୍ ୪୪ ଓଭରରେ ୮ ୱିକେଟ୍ ହରାଇ କେବଳ ୨୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବ୍ରୁକ୍ ହଲିଡେ ସର୍ବାଧିକ ୮୧ ରନ୍ (୮୪ ବଲ୍) ଏବଂ ଇସାବେଲା ଗେଜ୍ ୬୫* ରନ୍ (୫୧ ବଲ୍) କରିଥିଲେ ମଧ୍ୟ ତାହା ଦଳକୁ ବିଜୟ ଦେଇପାରି ନଥିଲା। ଭାରତ ପାଇଁ ରେଣୁକା ସିଂହ ଠାକୁର ଓ କ୍ରାନ୍ତି ଗୌଡ଼ ସର୍ବାଧିକ ୨-୨ ୱିକେଟ୍ ନେଇଥିଲେ।

ଲଗାତାର ତିନୋଟି ମ୍ୟାଚ୍ ହାରିବା ପରେ ଭାରତୀୟ ଟିମର ଏହା ପ୍ରଥମ ବିଜୟ ଥିଲା। ଏହି ବିଜୟ ସହ ଭାରତ ସେମିଫାଇନାଲରେ ପହଞ୍ଚିବାରେ ଚତୁର୍ଥ ତଥା ଶେଷ ଦଳ ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଛନ୍ତି। ଭାରତ ତାର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୨୬ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri