Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: ତୃତୀୟ ଟାଇଟଲ ଲକ୍ଷ୍ୟରେ ସୁପରନୋଭାସ

ଶାରଜା,୪।୧୧(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ମହିଳା ଟି୨୦ ଚ୍ୟାଲେଞ୍ଜ ଆରମ୍ଭ ହେବାକୁ ଯାଉଛି। ବୁଧବାରଠାରୁ ଆରମ୍ଭ ହେବାକୁଥିବା ମହିଳା କ୍ରିକେଟର ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟରେ କେବଳ ଭାରତ ନୁହେଁ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜର ତାରକା କ୍ରିକେଟରମାନେ ଅଂଶଗ୍ରହଣ କରିବେ।
୪ ମ୍ୟାଚ୍‌ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ୩ଟି ଦଳ ଅଂଶଗ୍ରହଣ କରିବେ। ଗତଥରର ଚାମ୍ପିୟନ ସୁପରନୋଭାସ, ଗତବର୍ଷର ରନର୍ସଅପ୍‌ ଭେଲୋସିଟି ଓ ଟ୍ରେଲବ୍ଲେଜର୍ସ ଏଥିରେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ ଓ ଶେଷରେ ଶ୍ରେଷ୍ଠ ଦୁଇଟି ଦଳ ନଭେମ୍ବର ୯ ତାରିଖରେ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଶ୍ରୀଲଙ୍କା, ବାଂଲାଦେଶ ଓ ନ୍ୟୁଜିଲାଣ୍ଡର ମହିଳା କ୍ରିକେଟରମାନେ ଏଥିରେ ଅଂଶଗ୍ରହଣ କରିବେ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଶକ୍ତିଶାଳୀ ସୁପରନୋଭାସ ଗତ ଦୁଇଟି ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ଅଭିଜ୍ଞ ମିଥାଲି ରାଜଙ୍କ ନେତୃତ୍ୱାଧୀନ ଭେଲୋସିଟି ଓ ସୁପରନୋଭାସ ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଗତବର୍ଷ ଏହି ଦୁଇ ଦଳ ଫାଇନାଲ ମ୍ୟାଚ୍‌ରେ ମୁହଁାମୁହିଁ ହୋଇଥିଲେ। ଏଥର ସଫଳ ହେଲେ ସୁରପନୋଭାସ ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିବ।
ଗତ ସଂସ୍କରଣରେ ହରମନପ୍ରୀତ ଶ୍ରେଷ୍ଠ ଫର୍ମରେ ଥିଲେ। ୩ଟି ମ୍ୟାଚ୍‌ ଓ ଫାଇନାଲ ଖେଳି ସେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ୩୭ ବଲରୁ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସେ ଦଳକୁ ଦ୍ୱିତୀୟ ବିଜୟ ପ୍ରଦାନ କରିଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ହରମନପ୍ରୀତ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲେ। ତେବେ ଫର୍ମକୁ ଫେରି ସେ ଏହି ଟୁର୍ନାମେଣ୍ଟରେ ପୁଣି ଚମକ ଦେଖାଇବେ ବୋଲି ଆଶା କରାଯାଉଛି। ବିଶ୍ୱକପ୍‌ରେ ସେ ୫ଟି ମ୍ୟାଚ୍‌ ଖେଳି ୬ ହାରରେ ରନ୍‌ ସଂଗ୍ରହ କରିଥିଲେ। ଫାଇନାଲରେ ଅଷ୍ଟ୍ରେଲିଆ ଧାର୍ଯ୍ୟକରିଥିବା ୧୮୫ ରନ ଟାର୍ଗେଟ୍‌ର ପିଛା କରି ଭାରତ ୯୯ ରନରେ ଅଲଆଉଟ ହୋଇ ରନର୍ସଅପ୍‌ ବିବେଚିତ ହୋଇଥିଲା। ସୁପରନୋଭାସ୍‌ ତଥା ମୁମ୍ବାଇ କ୍ରିକେଟର ଜେମିମା ରୋଡ୍ରିଗ୍ବେଜ ୬୧.୦୫ ହାରରେ ୧୨୩ ରନ ସଂଗ୍ରହ କରି ଗତ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସଓମ୍ୟାନ ହେବା ସହ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।
ଅପରପକ୍ଷରେ ମିଥାଲି ରାଜଙ୍କ ଭେଲୋସିଟି ଏଥର ଫାଇନାଲ ପରାଜୟର ପ୍ରତିଶୋଧ ସୁପରନୋଭାସଠାରୁ ନେବାକୁ ପ୍ରୟାସ କରିବ। ଗତବର୍ଷ ଫାଇନାଲ ମ୍ୟାଚ୍‌ର ଅନ୍ତିମ ଓଭରରେ ଭେଲୋସିଟି ୪ ଉଇକେଟରେ ପରାସ୍ତ ହୋଇଥିଲା। ୧୬ ବର୍ଷୀୟ ବିସ୍ଫୋରକ କ୍ରିକେଟର ଶେଫାଳି ବର୍ମାଙ୍କ ଉପରେ ଭେଲୋସିଟି ଅତ୍ୟଧିକଭାବେ ନିର୍ଭରଶୀଳ ହେବ। ଟି୨୦ ବିଶ୍ୱକପ୍‌ରେ ଶେଫାଳି ସର୍ବାଧିକ ୯ଟି ଛକା ମାରିଥିଲେ ଓ ପଞ୍ଚମ ସର୍ବାଧିକ ସ୍କୋରର ବିବେଚିତ ହୋଇଥିଲେ। କୋଭିଡ୍‌-୧୯ ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ମହିଳା କ୍ରିକେଟରମାନେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଗତ ଫେବୃୟାରୀ- ମାର୍ଚ୍ଚରେ ମହିଳା ଟି୨୦ ବିଶ୍ୱକପ୍‌ ଖେଳିବା ପରେ ମହାମାରୀ କାରଣରୁ ଆଉ କ୍ରିକେଟ ଖେଳିବା ସମ୍ଭବ ହୋଇ ନ ଥିଲା। ଲକ୍‌ଡାଉନ୍‌ ପରେ ମହିଳା ଖେଳାଳିମାନଙ୍କ ଫିଟ୍‌ନେସସ୍ତର କିପରି ରହୁଛି ତାହା ଏହି ଟୁର୍ନାମେଣ୍ଟରେ ଜଣା ପଡିବ। ଟୁର୍ନାମେଣ୍ଟରେ ଥାଇଲାଣ୍ଡ ଓପନର ନାଥାକାନ ଚାନ୍ଥାମ ମଧ୍ୟ ଅଂଶଗ୍ରହଣ କରିବେ। ସେ ଟି୨୦ ବିଶ୍ୱକପ୍‌ରେ ନିଜ ଦେଶ ପାଇଁ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ପ୍ରଥମ ଆସୋସିଏଟ୍‌ କ୍ରିକେଟର ଭାବେ ମହିଳାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିବେଚିତ ହେଉଥିବା ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ନାଥାକାନ ସ୍ମୃତି ମାନ୍ଧନାଙ୍କ ନେତୃତ୍ୱଧୀନ ଟ୍ରେଲବ୍ଲେଜର୍ସ ତରଫରୁ ପ୍ରତିନିଧିତ୍ୱ କରିବେ। ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ, ଇଂଲଣ୍ଡ ସ୍ପିନର ସୋଫି ଏକ୍‌ଲେଷ୍ଟୋନ ଓ ଓ୍ବେଷ୍ଟଇଣ୍ଡିଜ ତାରକା ଡିଏଣ୍ଡ୍ରା ଡୋଟିନ୍‌ ଟ୍ରେଲବ୍ଲେଜର୍ସ ଦଳ ତରଫରୁ ପ୍ରତିନିଧିତ୍ୱ କରିବେ।
ଉଲ୍ଲେଖଥାଉ କି, ମହିଳା କ୍ରିକେଟର ଉନ୍ନତି ପାଇଁ ଏହି ଟୁର୍ନାମେଣ୍ଟ ୨୦୧୮ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଆରମ୍ଭ କରାଯାଇଥିଲା। ପ୍ରଥମ ସଂସ୍କରଣରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସୁପରନୋଭାସ ୩ ଉଇକେଟରେ ଟ୍ରେଲବ୍ଲେଜର୍ସକୁ ଅନ୍ତିମ ବଲ୍‌ରେ ହିଁ ପରାସ୍ତ କରିଥିଲା। ଟୁର୍ନାମେଣ୍ଟର ସବୁ ମ୍ୟାଚ୍‌ ଶାରଜାରେ ସନ୍ଧ୍ୟା ୭.୩୦ ମିନିଟ୍‌ରେ ଖେଳାଯିବ।
ସୁପରନୋଭାସ: ହରମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ (ଉପଅଧିନାୟକ), ଚମାରୀ ଆଟାପାଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିୟା ଭାଟିଆ (ଉଇକେଟକିପର), ଶଶୀକଳା ଶିରିବର୍ଦ୍ଧନେ, ପୁନମ ଯାଦବ, ଶାକେରା ସେଲମାନ, ଅରୁନ୍ଧତି ରେଡ୍ଡୀ, ପୂଜା ବସ୍ତ୍ରକାର, ଆୟୁଷି ସୋନୀ, ଆୟାବୋଙ୍ଗା ଖାକା ଓ ମୁସକାନ ମଲିକ।
ଭେଲୋସିଟି: ମିଥାଲି ରାଜ (ଅଧିନାୟିକା), ବେଦା କ୍ରିଷ୍ଣମୂର୍ତ୍ତି (ଉପଅଧିନାୟିକା), ଶେଫାଳି ବର୍ମା, ସୁଷମା ବର୍ମା (ଉଇକେଟକିପର), ଏକତା ବିସ୍ତ, ମାନସୀ ଜୋଷୀ, ଶିଫା ପାଣ୍ଡେ, ଦେବୀକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶନୀ, ମନାଲୀ ଦକ୍ଷିଣୀ, ଲେହ କାସ୍ପେରେକ, ଡାନିଏଲେ ଓ୍ବାଟ୍‌, ସୁନେ ଲୁସ୍‌, ଜାହାନାରା ଆଲାମ ଓ ଏମ୍‌. ଅନଘା।
ଟ୍ରେଲବ୍ଲେଜର୍ସ: ସ୍ମୃତି ମାନ୍ଧନା (ଅଧିନାୟିକା), ଦୀପ୍ତି ଶର୍ମା (ଉପ- ଅଧିନାୟିକା), ପୁନମ ରାଉତ, ରିଚା ଘୋଷ, ଡି. ହେମଲତା, ନୁଝତ ପରବୀନ (ଉଇକେଟକିପର), ରାଜେଶ୍ୱରୀ ଗାଏକ୍ୱାଡ୍‌, ହଲିର୍ନ ଦେଓଲ, ଝୁଲଣ ଗୋସ୍ବାମୀ, ସିମରନ ଡିଲ ବାହାଦୁର, ସଲମା ଖାତୁନ, ସୋଫି ଏକ୍‌ଲେଷ୍ଟାନ, ନାଥାକାନ ଚାନ୍ଥାମ, ଡିଏଣ୍ଡ୍ରା ଡୋଟିନ ଓ କାଶଭି ଗୌତମ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri