Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: ତୃତୀୟ ଟାଇଟଲ ଲକ୍ଷ୍ୟରେ ସୁପରନୋଭାସ

ଶାରଜା,୪।୧୧(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ମହିଳା ଟି୨୦ ଚ୍ୟାଲେଞ୍ଜ ଆରମ୍ଭ ହେବାକୁ ଯାଉଛି। ବୁଧବାରଠାରୁ ଆରମ୍ଭ ହେବାକୁଥିବା ମହିଳା କ୍ରିକେଟର ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟରେ କେବଳ ଭାରତ ନୁହେଁ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜର ତାରକା କ୍ରିକେଟରମାନେ ଅଂଶଗ୍ରହଣ କରିବେ।
୪ ମ୍ୟାଚ୍‌ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ୩ଟି ଦଳ ଅଂଶଗ୍ରହଣ କରିବେ। ଗତଥରର ଚାମ୍ପିୟନ ସୁପରନୋଭାସ, ଗତବର୍ଷର ରନର୍ସଅପ୍‌ ଭେଲୋସିଟି ଓ ଟ୍ରେଲବ୍ଲେଜର୍ସ ଏଥିରେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ ଓ ଶେଷରେ ଶ୍ରେଷ୍ଠ ଦୁଇଟି ଦଳ ନଭେମ୍ବର ୯ ତାରିଖରେ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଶ୍ରୀଲଙ୍କା, ବାଂଲାଦେଶ ଓ ନ୍ୟୁଜିଲାଣ୍ଡର ମହିଳା କ୍ରିକେଟରମାନେ ଏଥିରେ ଅଂଶଗ୍ରହଣ କରିବେ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଶକ୍ତିଶାଳୀ ସୁପରନୋଭାସ ଗତ ଦୁଇଟି ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ଅଭିଜ୍ଞ ମିଥାଲି ରାଜଙ୍କ ନେତୃତ୍ୱାଧୀନ ଭେଲୋସିଟି ଓ ସୁପରନୋଭାସ ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଗତବର୍ଷ ଏହି ଦୁଇ ଦଳ ଫାଇନାଲ ମ୍ୟାଚ୍‌ରେ ମୁହଁାମୁହିଁ ହୋଇଥିଲେ। ଏଥର ସଫଳ ହେଲେ ସୁରପନୋଭାସ ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିବ।
ଗତ ସଂସ୍କରଣରେ ହରମନପ୍ରୀତ ଶ୍ରେଷ୍ଠ ଫର୍ମରେ ଥିଲେ। ୩ଟି ମ୍ୟାଚ୍‌ ଓ ଫାଇନାଲ ଖେଳି ସେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ୩୭ ବଲରୁ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସେ ଦଳକୁ ଦ୍ୱିତୀୟ ବିଜୟ ପ୍ରଦାନ କରିଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ହରମନପ୍ରୀତ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲେ। ତେବେ ଫର୍ମକୁ ଫେରି ସେ ଏହି ଟୁର୍ନାମେଣ୍ଟରେ ପୁଣି ଚମକ ଦେଖାଇବେ ବୋଲି ଆଶା କରାଯାଉଛି। ବିଶ୍ୱକପ୍‌ରେ ସେ ୫ଟି ମ୍ୟାଚ୍‌ ଖେଳି ୬ ହାରରେ ରନ୍‌ ସଂଗ୍ରହ କରିଥିଲେ। ଫାଇନାଲରେ ଅଷ୍ଟ୍ରେଲିଆ ଧାର୍ଯ୍ୟକରିଥିବା ୧୮୫ ରନ ଟାର୍ଗେଟ୍‌ର ପିଛା କରି ଭାରତ ୯୯ ରନରେ ଅଲଆଉଟ ହୋଇ ରନର୍ସଅପ୍‌ ବିବେଚିତ ହୋଇଥିଲା। ସୁପରନୋଭାସ୍‌ ତଥା ମୁମ୍ବାଇ କ୍ରିକେଟର ଜେମିମା ରୋଡ୍ରିଗ୍ବେଜ ୬୧.୦୫ ହାରରେ ୧୨୩ ରନ ସଂଗ୍ରହ କରି ଗତ ସଂସ୍କରଣରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସଓମ୍ୟାନ ହେବା ସହ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।
ଅପରପକ୍ଷରେ ମିଥାଲି ରାଜଙ୍କ ଭେଲୋସିଟି ଏଥର ଫାଇନାଲ ପରାଜୟର ପ୍ରତିଶୋଧ ସୁପରନୋଭାସଠାରୁ ନେବାକୁ ପ୍ରୟାସ କରିବ। ଗତବର୍ଷ ଫାଇନାଲ ମ୍ୟାଚ୍‌ର ଅନ୍ତିମ ଓଭରରେ ଭେଲୋସିଟି ୪ ଉଇକେଟରେ ପରାସ୍ତ ହୋଇଥିଲା। ୧୬ ବର୍ଷୀୟ ବିସ୍ଫୋରକ କ୍ରିକେଟର ଶେଫାଳି ବର୍ମାଙ୍କ ଉପରେ ଭେଲୋସିଟି ଅତ୍ୟଧିକଭାବେ ନିର୍ଭରଶୀଳ ହେବ। ଟି୨୦ ବିଶ୍ୱକପ୍‌ରେ ଶେଫାଳି ସର୍ବାଧିକ ୯ଟି ଛକା ମାରିଥିଲେ ଓ ପଞ୍ଚମ ସର୍ବାଧିକ ସ୍କୋରର ବିବେଚିତ ହୋଇଥିଲେ। କୋଭିଡ୍‌-୧୯ ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ମହିଳା କ୍ରିକେଟରମାନେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଗତ ଫେବୃୟାରୀ- ମାର୍ଚ୍ଚରେ ମହିଳା ଟି୨୦ ବିଶ୍ୱକପ୍‌ ଖେଳିବା ପରେ ମହାମାରୀ କାରଣରୁ ଆଉ କ୍ରିକେଟ ଖେଳିବା ସମ୍ଭବ ହୋଇ ନ ଥିଲା। ଲକ୍‌ଡାଉନ୍‌ ପରେ ମହିଳା ଖେଳାଳିମାନଙ୍କ ଫିଟ୍‌ନେସସ୍ତର କିପରି ରହୁଛି ତାହା ଏହି ଟୁର୍ନାମେଣ୍ଟରେ ଜଣା ପଡିବ। ଟୁର୍ନାମେଣ୍ଟରେ ଥାଇଲାଣ୍ଡ ଓପନର ନାଥାକାନ ଚାନ୍ଥାମ ମଧ୍ୟ ଅଂଶଗ୍ରହଣ କରିବେ। ସେ ଟି୨୦ ବିଶ୍ୱକପ୍‌ରେ ନିଜ ଦେଶ ପାଇଁ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ପ୍ରଥମ ଆସୋସିଏଟ୍‌ କ୍ରିକେଟର ଭାବେ ମହିଳାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିବେଚିତ ହେଉଥିବା ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ନାଥାକାନ ସ୍ମୃତି ମାନ୍ଧନାଙ୍କ ନେତୃତ୍ୱଧୀନ ଟ୍ରେଲବ୍ଲେଜର୍ସ ତରଫରୁ ପ୍ରତିନିଧିତ୍ୱ କରିବେ। ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ, ଇଂଲଣ୍ଡ ସ୍ପିନର ସୋଫି ଏକ୍‌ଲେଷ୍ଟୋନ ଓ ଓ୍ବେଷ୍ଟଇଣ୍ଡିଜ ତାରକା ଡିଏଣ୍ଡ୍ରା ଡୋଟିନ୍‌ ଟ୍ରେଲବ୍ଲେଜର୍ସ ଦଳ ତରଫରୁ ପ୍ରତିନିଧିତ୍ୱ କରିବେ।
ଉଲ୍ଲେଖଥାଉ କି, ମହିଳା କ୍ରିକେଟର ଉନ୍ନତି ପାଇଁ ଏହି ଟୁର୍ନାମେଣ୍ଟ ୨୦୧୮ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଆରମ୍ଭ କରାଯାଇଥିଲା। ପ୍ରଥମ ସଂସ୍କରଣରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସୁପରନୋଭାସ ୩ ଉଇକେଟରେ ଟ୍ରେଲବ୍ଲେଜର୍ସକୁ ଅନ୍ତିମ ବଲ୍‌ରେ ହିଁ ପରାସ୍ତ କରିଥିଲା। ଟୁର୍ନାମେଣ୍ଟର ସବୁ ମ୍ୟାଚ୍‌ ଶାରଜାରେ ସନ୍ଧ୍ୟା ୭.୩୦ ମିନିଟ୍‌ରେ ଖେଳାଯିବ।
ସୁପରନୋଭାସ: ହରମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ (ଉପଅଧିନାୟକ), ଚମାରୀ ଆଟାପାଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିୟା ଭାଟିଆ (ଉଇକେଟକିପର), ଶଶୀକଳା ଶିରିବର୍ଦ୍ଧନେ, ପୁନମ ଯାଦବ, ଶାକେରା ସେଲମାନ, ଅରୁନ୍ଧତି ରେଡ୍ଡୀ, ପୂଜା ବସ୍ତ୍ରକାର, ଆୟୁଷି ସୋନୀ, ଆୟାବୋଙ୍ଗା ଖାକା ଓ ମୁସକାନ ମଲିକ।
ଭେଲୋସିଟି: ମିଥାଲି ରାଜ (ଅଧିନାୟିକା), ବେଦା କ୍ରିଷ୍ଣମୂର୍ତ୍ତି (ଉପଅଧିନାୟିକା), ଶେଫାଳି ବର୍ମା, ସୁଷମା ବର୍ମା (ଉଇକେଟକିପର), ଏକତା ବିସ୍ତ, ମାନସୀ ଜୋଷୀ, ଶିଫା ପାଣ୍ଡେ, ଦେବୀକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶନୀ, ମନାଲୀ ଦକ୍ଷିଣୀ, ଲେହ କାସ୍ପେରେକ, ଡାନିଏଲେ ଓ୍ବାଟ୍‌, ସୁନେ ଲୁସ୍‌, ଜାହାନାରା ଆଲାମ ଓ ଏମ୍‌. ଅନଘା।
ଟ୍ରେଲବ୍ଲେଜର୍ସ: ସ୍ମୃତି ମାନ୍ଧନା (ଅଧିନାୟିକା), ଦୀପ୍ତି ଶର୍ମା (ଉପ- ଅଧିନାୟିକା), ପୁନମ ରାଉତ, ରିଚା ଘୋଷ, ଡି. ହେମଲତା, ନୁଝତ ପରବୀନ (ଉଇକେଟକିପର), ରାଜେଶ୍ୱରୀ ଗାଏକ୍ୱାଡ୍‌, ହଲିର୍ନ ଦେଓଲ, ଝୁଲଣ ଗୋସ୍ବାମୀ, ସିମରନ ଡିଲ ବାହାଦୁର, ସଲମା ଖାତୁନ, ସୋଫି ଏକ୍‌ଲେଷ୍ଟାନ, ନାଥାକାନ ଚାନ୍ଥାମ, ଡିଏଣ୍ଡ୍ରା ଡୋଟିନ ଓ କାଶଭି ଗୌତମ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri