Categories: ଫୁରସତ

ଶାଢ଼ିରେ ମହିଳାଙ୍କ ସ୍କେଟିଂ

ନୂଆଦିଲ୍ଲୀ: ବରଫାବୃତ ଅଞ୍ଚଳକୁ ଗଲେ ସମସ୍ତେ ସ୍କେଟିଂ କରିବାକୁ ବହୁତ ପସନ୍ତ କରନ୍ତି। ସେଠାରେ ଥିବା ବରଫର ମଜା ମଧ୍ୟ ନେଇଥାନ୍ତି। ସ୍କେଟିଂ କରିବାବେଳେ ସେମାନେ ସ୍ବତନ୍ତ୍ର ଧରଣର ପୋଷାକ ପିନ୍ଧିଥାନ୍ତି। ନିକଟରେ ଜଣେ ମହିଳାଙ୍କୁ ଶାଢ଼ିରେ ସ୍କେଟିଂ କରୁଥିବା ନେଇ ଏକ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଏଥିରେ ମହିଳାଙ୍କ ଆତ୍ମବିଶ୍ୱାସକୁ ଲୋକେ ଅଧିକ ପ୍ରଶଂସା କରିଛନ୍ତି। ରିପୋର୍ଟ ମୁତାବକ, ଦିବ୍ୟା ମୈୟା ତାଙ୍କର ଏହି ଆଡଭେଞ୍ଚର ଭିଡିଓ ଶେୟାର କରିଛନ୍ତି। ସେଥିରେ ସେ ମହାରାଷ୍ଟ ଷ୍ଟାଇଲରେ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ଏକ ଗୀତ ଲଗାଇ ଶୁଣିବା ସହ ବରଫରେ ସ୍କେଟିଂର ମଜା ନେଉଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କର ଲମ୍ବା ଡ୍ରେସ ପିନ୍ଧି ସ୍କେଟିଂ କରୁଥିବା ଏକ ଭିଡିଓ ଦେଖିବାକୁ ମିଳିଥିଲା। ତାଙ୍କୁ ଶାଢ଼ି ପିନ୍ଧିବାକୁ ବେଶୀ ଭଲ ଲାଗେ ବୋଲି ସେ କହିଛନ୍ତି। ସ୍ଫୋଟର୍‌ସ ଏବଂ ଟ୍ରାଭଲିଂ ଦିବ୍ୟାଙ୍କୁ ବେଶ ପସନ୍ଦ। ଏଥିସହ ସେ ଜଣେ ସୋସିଆଲ ମିଡିଆ ଇନଫ୍ଲ୍ୟୁଏନଶର ମଧ୍ୟ। ତାଙ୍କର ଏହି ଭିଡିଓରେ ଅନେକ ଲୋକେ ବହୁତ ଭଲ ଭଲ କମେଣ୍ଟ କରିଛନ୍ତି। ସେ ନାରୀଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଅନେକ କମେଣ୍ଟ ଆସିଛି।

Share